ମହାତ୍ମା ଗାନ୍ଧୀଙ୍କ ୭୪ ତମ ପୁଣ୍ୟତିଥି: ପ୍ରଧାନମନ୍ତ୍ରୀ କହିଲେ, ବାପୁଙ୍କ ଆଦର୍ଶକୁ ଅଧିକ ଲୋକପ୍ରିୟ କରିବା ଆମର ପ୍ରୟାସ

Published: Jan 30, 2022, 12:22 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୪ ବର୍ଷ ପୁଣ୍ୟତିଥି ଅବସରରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ତାଙ୍କର ଆଦର୍ଶ ଚିନ୍ତାଧାରାକୁ ଅଧିକ ଲୋକପ୍ରିୟ କରିବା ଆମର ସାମୂହିକ ପ୍ରୟାସ ବୋଲି ସେ କହିଛନ୍ତି। ୧୯୪୮ ମସିହାରେ ଏହି ଦିନ ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗୋଡସେ ଗୁଳି କରି ହତ୍ୟା କରିଥିଲେ। ଜାତିର ପିତାଙ୍କ ମୃତ୍ୟୁ ବାର୍ଷିକୀକୁ ସହିଦ ଦିବସ ଭାବରେ ପାଳନ କରାଯାଏ।

ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ପୁଣ୍ୟତିଥିରେ ବାପୁଙ୍କୁ ମନେ ପକାଉଛି। ତାଙ୍କର ଆଦର୍ଶ ଚିନ୍ତାଧାରାକୁ ଅଧିକ ଲୋକପ୍ରିୟ କରିବା ଆମର ସାମୂହିକ ପ୍ରୟାସ।

ସେ କହିଛନ୍ତି ଯେ, “ଆଜି ଶହୀଦ ଦିବସରେ ମୁଁ ସମସ୍ତ ମହାନ ବ୍ୟକ୍ତିଙ୍କୁ ଶର୍ଦ୍ଧଞ୍ଜଳି ଜଣାଉଛି, ଯେଉଁମାନେ ବୀରତାପୂର୍ବକ ଆମ ଦେଶକୁ ରକ୍ଷା କରିଥିଲେ। ତାଙ୍କର ସେବା ଏବଂ ସାହସିକତା ସର୍ବଦା ସ୍ମରଣୀୟ ହୋଇ ରହିବ।

ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ତିଥିରେ ଅନେକ ରାଜନେତା ମଧ୍ୟ ରାଜ ଘାଟ ପରିଦର୍ଶନ କରି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଜଘାଟରେ ପହଞ୍ଚିଛନ୍ତି, ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ସମାଧୀ ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Related posts