ଶାସକ ଦଳ ପ୍ରତି ଦୃଷ୍ଟି ଦେବାକୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କଲେ ନିରଞ୍ଜନ ପଟ୍ଟନାୟକ

Published: Feb 8, 2022, 11:33 am IST

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ ଆୟୋଗ ପଂଚାୟତ ନିର୍ବାଚନ ପ୍ରଚାରର କଟକଣା କୋହଳପାଇଁ ଯେଉଁ ନିଷ୍ପତି ଗ୍ରହଣ କଲେ ତାହାକୁ କଂଗ୍ରେସ ଦଳ ସ୍ୱାଗତ କରେ କିନ୍ତୁ ୨ ଶାସକ ଦଳ ଦ୍ୱାରା ନିୟମ ଉଲ୍ଲଙ୍ଘନ ପ୍ରତି ନିର୍ବାଚନ ଆୟୋଗ ସଂପୂର୍ଣ୍ଣ ସର୍ତକ ନରହିବା ଏକ ଦୁଃଖଦାୟକ ଓ ପରିତାପର ବିଷୟ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

କେନ୍ଦ୍ର ଓ ରାଜ୍ୟସରକାରରେ ଥିବା ବିଜେପି ଓ ବିଜେଡ଼ି ବ୍ୟାପକ ପରିମାଣରେ ଅର୍ଥ ବଳ ପ୍ରୟୋଗ କରିବା ସହ ବାହୁବଳ ତଥା ଶାସନ କଳର ଅପବ୍ୟବହାର କରିବା ଫଳରେ ନିର୍ବାଚନ ମୁକ୍ତ ଏବଂ ଅବାଧ ରହିପାରୁ ନାହିଁ । ନିର୍ବାଚନ ଆୟୋଗ ଶାସକ ଦଳର ଗତିବିଧି ପ୍ରତି ସତର୍କ ଦୃଷ୍ଟି ଦେଉ ନାହାନ୍ତି ।

କରୋନା ମହାମାରୀ ପାଇଁ ନିର୍ବାଚନ ଆୟୋଗ ପ୍ରଚାର ପାଇଁ ୫ଜଣଙ୍କୁ ନେଇ ଘରକୁ ଘର ପ୍ରଚାର ନିୟମ କରିଥିଲେ କିନ୍ତୁ ଶାସକ ଦଳ ଶହ ଶହ ଲୋକ ନେଇ ପ୍ରଚାର କରୁଛନ୍ତି । ସେମାନେ ଖୋଲାଖୋଲି ଆଚରଣବିଧି ଉଲଙ୍ଘନ କରୁଥିବା ବେଳେ ନିର୍ବାଚନ ଆୟୋଗ ନିରବଦ୍ରଷ୍ଟା ସାଜିଛନ୍ତି ।

ତେଣୁ ଗଣତନ୍ତ୍ରର ସୁରକ୍ଷା ଓ ଅବାଧ ଏବଂ ମୁକ୍ତ ନିର୍ବାଚନ କରିବାପାଇଁ ସବୁ ଦଳକୁ ସମାନ ଦୃଷ୍ଟିରେ ଦେଖିବା ସହ ଆଇନ ଉଲଙ୍ଘନଙ୍କକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଶ୍ରୀ ପଟ୍ଟନାୟକ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି।

Related posts