Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଦୁଇଟି ହୃଦୟର ମିଳନରୁ ସୃଷ୍ଟି ହୁଏ ପ୍ରେମ
ଜୀବନ ଶୈଳୀ

ଦୁଇଟି ହୃଦୟର ମିଳନରୁ ସୃଷ୍ଟି ହୁଏ ପ୍ରେମ

February 14, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସୁବାସ କୁମାର ତାରଣିଆଁ

ଭୁବନେଶ୍ବର: ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ। ଦୁଇଟି ହୃଦୟର ମିଳନରୁ ସୃଷ୍ଟି ହୁଏ ପ୍ରେମ। ପ୍ରତି ପର୍ବପର୍ବାଣୀ ଭଳି ବା ସ୍ମରଣୀୟ ଦିବସ ଭଳି ପ୍ରେମ ପାଇଁ ମଧ୍ୟ ରହିଛି ଏକ ସ୍ୱତନ୍ତ୍ର ଦିବସ। ପ୍ରତିବର୍ଷ ଫେବୃୟାରୀ ୧୪ ତାରିଖକୁ ଆନ୍ତର୍ଜାତିୟ ଭାଲେଣ୍ଟାଇନ ଡ଼େ ବା ପ୍ରେମ ଦିବସ ରୂପେ ପାଳନ କରାଯାଇଥାଏ। ପ୍ରେମକୁ ଶାଣିତ ସୁନ୍ଦର ଓ ମଜଭୂତ କରିବା ପାଇଁ ପ୍ରେମୀଯୁଗଳ ଏହି ଦିବସରେ ଭେଟି ପ୍ରେମର ପ୍ରତୀକ ସ୍ୱରୂପ ପରସ୍ପରକୁ ଗୋଲାପ ଫୁଲ ଦେଇ ପ୍ରେମକୁ ସ୍ମରଣୀୟ କରିଥାନ୍ତି।

ସାମ୍ପ୍ରତିକ ସମୟରେ ପ୍ରେମ ଏକ ମହାମାରୀର ରୂପେ ନେଇଛି। ଏହି ପ୍ରେମ ଯୁବକ ଯୁବତୀଙ୍କୁ ଏପରି ଗ୍ରାସ କରିଛି ଯେ, ଥରେ ଯିଏ ପ୍ରେମଫାଶରେ ଫସିଯାଇଛି, ସେଥିରୁ ମୁକୁଳିବାଟା ବହୁତ କଷ୍ଟକର ହୋଇପଡ଼ିଛି। ଫଳରେ ପ୍ରେମ ପାଇଁ ଘଣୁଛି ଅନେକ ଅଘଟଣ। ପ୍ରେମ ପାଇଁ କେଉଁଠି ଯୁବକ ଆତ୍ମହତ୍ୟା କରୁଛି ତ କେଉଁଠି ଯୁବତୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରୁଛି। ଅନେକ କ୍ଷେତ୍ରରେ ପ୍ରେମରେ ବିଫଳ ହୋଇ ଉଭୟ ପ୍ରେମୀଯୁଗଳ ଏକାଠି ଆତ୍ମହତ୍ୟା କରୁଥିବା ଅନେକ ନିଜର ରହିଛି।

ପୌରାଣିକ ଯୁଗରେ ମଧ୍ୟ ପ୍ରେମକୁ ନେଇ ଅନେକ ଦୃଷ୍ଟାନ୍ତି ରହିଛି। ପୁରାଣରେ ରାଧାକୃଷ୍ଣଙ୍କ ପ୍ରେମକୁ ସବୁଠାରୁ ଶ୍ରେଷ୍ଠତମ ପ୍ରେମ ରୂପେ ପ୍ରତିପାଦନ କରାଯାଇଛି। ରାଧାକୃଷ୍ଣଙ୍କ ପ୍ରେମକୁ ଆତ୍ମା ସହିତ ପରମାତ୍ମାର ମିଳନ ବୋଲି ବିବେଚନା କରାଯାଏ। ଯୁବକଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କେଉଁ ଅନାଦି କାଳରୁ ରହିଆସିଛି।

ସାଧାରଣତଃ ହାଇସ୍କୁଲ୍‌ରେ ପାଠ ପଢିବା ସମୟରୁ ହିଁ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥାଏ। ମୋବାଇଲ ବ୍ୟବହାର ପୂର୍ବରୁ ପ୍ରେମୀଯୁଗଳମାନେ ଚିଠି ମାଧ୍ୟମରେ ସେମାନଙ୍କ ପ୍ରେମକୁ ଦୃଢୀଭୂତ କରୁଥିଲେ। ପାଠ ପଢିବା ବୟସରେ ପାଖରେ ପଇସା ନଥିବାରୁ, କିଛି ଗୋଟେ ବାହାନା କରି ବାପାଙ୍କ ଠାରୁ ପଇସା ଆଣି ପୋଷ୍ଟକାର୍ଡ଼ ବା ଲଫାଫା କିଣି ପ୍ରେମଚିଠି ଲେଖିବା ଥିଲା ଏକ ନିଆରା ଅନୁଭୂତି। ଏହି ପ୍ରେମ କେତେକ କ୍ଷେତ୍ରରେ ବିବାହ ରୂପ ନେଉଥିବା ବେଳେ ଆଉ କେତେକ କ୍ଷେତ୍ରରେ ବାଧାସୃଷ୍ଟି ହୋଇଥାଏ। ବର୍ତ୍ତମାନ ସମୟରେ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଚିରସ୍ଥାୟୀ ହୋଇପାରୁ ନାହିଁ। କେତେକ କ୍ଷେତ୍ରରେ ପରିବାରର ଅନିଚ୍ଛା ସତ୍ତ୍ୱେ ପ୍ରେମ ବିବାହର ରୂପ ନେଇଥାଏ କିନ୍ତୁ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ଘଟି ତାହା ଛଡ଼ପତ୍ରର ରୂପ ନେଇଥାଏ। ଫଳରେ ସେମାନଙ୍କ ଦାମ୍ପତ୍ୟ ଜୀବନ ଦୁର୍ବିସହ ହୋଇପଡ଼ିଥାଏ।

ଆମ ସମାଜରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଅନୁମତି ଦିଆଯାଇନାହିଁ। କାରଣ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏକ ଧର୍ତ୍ତବ୍ୟ ଅପରାଧ। ଆମ ସମାଜ ଏଭଳି ସମ୍ପର୍କକୁ ଏକ ଘୃଣ୍ୟ ଦୃଷ୍ଟିରେ ଦେଖେ। କିନ୍ତୁ ବର୍ତ୍ତମାନ ସମାଜରେ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଲେ, ସେମାନେ ପ୍ରଥମେ ଶରୀରିକ ସମ୍ପର୍କ ରଖିବାକୁ ବ୍ୟଗ୍ର ହୋଇଉଠନ୍ତି। ଫଳରେ ବିବାହ ପୂର୍ବରୁ ଅନେକ ଯୁବତୀ କୁମାରୀ ମାତୃତ୍ୱ ଲାଭ କରି ସମାଜର କଳଙ୍କକୁ ମୁଣ୍ଡାଇଥାଏ। ସମାଜ ତାକୁ କଳଙ୍କିନୀର ଆଖ୍ୟା ଦେଇଥାଏ। ସେହିପରି ପ୍ରେମ ପୂର୍ବର ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଅନେକ ଯୁବତୀ ଗର୍ଭବତୀ ହୋଇଥାନ୍ତି ଏବଂ ଲୋକଲଜ୍ଜା ଓ ଅପବାଦରୁ ମୁକୁଳିବା ପାଇଁ ନିଜର ଗର୍ଭ ନଷ୍ଟ କରି ଆଉ ଏକ ଅପରାଧକୁ ମୁଣ୍ଡାଇଥାନ୍ତି।

ବର୍ତ୍ତମାନ ଆଧୁନିକ ଯୁଗରେ ପ୍ରେମର ସଂଜ୍ଞା ସମ୍ପୂର୍ଣ୍ଣ ବଦଳି ଯାଇଛି। ପ୍ରେମ ଆଉ ଶାଶ୍ୱତ ଓ ଚିରନ୍ତନ ମଧ୍ୟରେ ସୀମିତ ହୋଇ ରହିନାହିଁ, ପ୍ରେମ ଏକ ଉପଭୋଗ୍ୟ ବସ୍ତୁରେ ପରିଣତ ହୋଇଛି। ଦେହ ଓ ଦାହ ପ୍ରବଣ ପ୍ରେମ ମଣିଷ ସମାଜକୁ ସମ୍ପୂର୍ଣ୍ଣ କବଳିତ କରିସାରିଛି। ଏବେ ପ୍ରେମ ଦିବସକୁ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି। ପ୍ରେମର ସଂଜ୍ଞା ବଦଳି ଯାଇଛି, ପ୍ରେମର ପରିଭାଷାରେ ପରିବର୍ତ୍ତନ ଘଟିଛି। ପ୍ରେମ ଚିରନ୍ତନ, ସତ୍ୟ, ସୁନ୍ଦର ଓ ଶାଶ୍ୱତ ବଦଳରେ ଏବେ ପ୍ରେମ ଏକ ଉପଭୋଗ୍ୟ ବସ୍ତୁରେ ପରିଣତ ହୋଇଛି।

ପ୍ରେମ ଦିବସ ବଦଳରେ ଏବେ ପ୍ରେମିକ, ପ୍ରେମିକା ପ୍ରତିଦିନ ବିଭିନ୍ନ ପାର୍କ, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ଼ ହୋଟେଲ ବୁଲି ମଉଜ ମଜ୍‌ଲିସ୍ ରହୁଛନ୍ତି ଓ ଅନେକ ସମୟରେ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏବେ ରାଜଧାନୀର ଶହ ଶହ ସଂଖ୍ୟାରେ ପ୍ରେମୀଯୁଗଳ ସହରସାରା ଘୂରି ବୁଲୁଛନ୍ତି ଏବଂ ସର୍ବସାଧାରଣ ସ୍ଥାନରେ ଏଭଳି ଅସଂଯତ ଅବସ୍ଥାରେ ରହୁଛନ୍ତି, ସେହି ବାଟ ଦେଇ ଯିବାକୁ ସାଧାରଣ ଲୋକେ ନିଜକୁ ସଙ୍କୋଚ ମନେ କରୁଛନ୍ତି। ପ୍ରେମ ପାଇଁ ଘଟୁଛି ହିଂସାକାଣ୍ଡ, ପ୍ରେମ ପାଇଁ ଗଡୁଛି ଅନେକ ମୁଣ୍ଡ। ପ୍ରେମରେ ଧୋକ୍କା ହେଉ ଅବା ତ୍ରିକୋଣୀୟ ପ୍ରେମ ହେଉ, ପ୍ରେମ ପାଇଁ ଗଡୁଛି ମୁଣ୍ଡ, ଆତ୍ମହତ୍ୟା କରୁଛନ୍ତି ଅନେକ ପ୍ରେମୀଯୁଗଳ। ଏଥିପାଇଁ ଅନେକ କାରଣ ଅଛି।

ପ୍ରଥମତଃ ପ୍ରେମୀଯୁଗଳଙ୍କ ମଧ୍ୟରେ ବୁଝାମଣାର ଅଭାବ ବା ସନ୍ଦେହ ଉପୁଜିଲେ ଉଭୟଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ଘଟି ଆତ୍ମହତ୍ୟାର ପନ୍ଥା ଆପଣାଇଥାନ୍ତି। ଦ୍ୱିତୀୟତଃ ପ୍ରେମ କରିବାଟା ପାପ ନୁହେଁ, ଏଥିପାଇଁ ଉଭୟ ଯୁବକ ଯୁବତୀ ନିଜ ପିତାମାତାଙ୍କ ପରାମର୍ଶ ନେବା ଜରୁରୀ। କାରଣ ଯୁବକ ଯୁବତୀ ପ୍ରେମ କରୁଥିଲେ ମଧ୍ୟ ଅନେକ ସମୟରେ ଉଭୟଙ୍କ ଘରର ବିରୋଧ ଯୋଗୁ ସେମାନଙ୍କ ପ୍ରେମରେ ଭଟ୍ଟା ପଡ଼ିଥାଏ।

ଶେଷରେ ଉଭୟ ଆତ୍ମହତ୍ୟାର ପନ୍ଥାକୁ ଆପଣାଇଥାନ୍ତି। ତୃତୀୟତଃ ଜାତିଭେଦକୁ ନେଇ ଅନେକ ସମୟରେ ପ୍ରେମରେ ବାଧା ସୃଷ୍ଟି ହୋଇଥାଏ। ପ୍ରେମୀଯୁଗଳ ଯଦି ଉଚ୍ଚ ଓ ନୀଚ ଜାତିର ହୋଥାନ୍ତି, ତେବେ ଏଥିରେ ବିରାଟ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ। ଫଳରେ ଉଭୟଙ୍କ ପରିବାର ତଥା ବନ୍ଧୁ ଓ ପରିଜନଙ୍କ ପକ୍ଷରୁ ଏହି ପ୍ରେମକୁ ସ୍ୱୀକୃତି ନ ମିଳିବାରୁ ଏଥିରେ ମ୍ରିୟମାଣ ହୋଇ ଅନେକ ଯୁବକ ଯୁବତୀ ଆତ୍ମହତ୍ୟା କରିଥାନ୍ତି। ସେହିପରି ଧନୀ ଓ ଗରିବର ପାର୍ଥକ୍ୟ ମଧ୍ୟ ଅନ୍ୟତମ କାରଣ। ଯଦି ଝିଅ ଧନୀଘରର ଏବଂ ପୁଅ ଗରିବ ଘରର କିମ୍ବା ପୁଅ ଧନୀ ଘରର ଏବଂ ଘିଅ ଗରିବ ଘରର ହୋଇଥାଏ, ତେବେ ଏଥି ଯୋଗୁଁ ମଧ୍ୟ ପ୍ରେମରେ ବାଧା ଉପୁଜେ ଏବଂ ଦୁଇ ପରିବାର ମଧ୍ୟରେ ମତାନ୍ତର ଓ ମନାନ୍ତର ଘରି ଏଭଳି ପ୍ରେମକୁ ସ୍ୱୀକୃତି ଦିଅନ୍ତି ନାହିଁ। ଶେଷରେ କୌଣସି ଉପାୟ ନପାଇ ଆତ୍ମହତ୍ୟା ଭଳି ପନ୍ଥାକୁ ଆପଣାଇଥାନ୍ତି। ନିକଟରେ ଯୁବ ମଡ଼େଲର ତଥା ବ୍ୟବସାୟୀ ସୌମ୍ୟରଞ୍ଜନ ପାଣିଗ୍ରାହୀ ତାଙ୍କ ପ୍ରେକିମାଠୁ ଧୋକା ଖାଇ ଶେଷରେ ଆତ୍ମହତ୍ୟା କରିଥିଲେ।

ପ୍ରେମ ପାଇଁ ୨୦୨୧ରେ ରାଜଧାନୀରେ ୨୭୭ଟି ଆତ୍ମହତ୍ୟା ଘଟିଥିଲା। ସେଥିମଧ୍ୟରୁ ୧୯୦ ଜଣ ପୁରୁଷ ଥିଲାବେଳେ ୭୮ ଜଣ ମହିଳା ଆତ୍ମହତ୍ୟା କରିଥିଲେ। ଏମାନଙ୍କ ମଧ୍ୟରେ କେବଳ ଖଣ୍ଡଗିରୀ ଅଞ୍ଚଳରେ ସର୍ବାଧିକ ୬୮ ଜଣ ଆତ୍ମହତ୍ୟା କରିଥିଲେ। ସେହିପରି ୨୦୧୬ରେ ରାଜ୍ୟରେ ମୋଟ ୩୪୨ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୧୭ରେ ୨୩୮ଜଣ, ୨୦୧୮ରେ ୨୪୨ଜଣ, ୨୦୧୯ରେ ୧୭୨ଜଣ, ୨୦୨୦ରେ ୨୫୦ ଜଣ ଓ ୨୦୨୧ରେ ୩୦୦ଜଣ ଆତ୍ମହତ୍ୟା କରିଥିବା ଏକ ତଥ୍ୟରୁ ଜଣାପଡ଼ିିଛି। ସେହିପରି ପ୍ରେମଜନିତ ହତ୍ୟା ମଧ୍ୟ ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି।

ସେହିପରି ପ୍ରେମକରି ବିବାହ କରିଥିବା ଅନେକ ଦମ୍ପତ୍ତି କିଛି ବର୍ଷରେ ହସିଖୁସିରେ କଟିବା ପରେ ପରବର୍ତ୍ତୀ ସମୟରେ ପାରିବାରିକ କଳହକୁ ନେଇ ସେମାନଙ୍କ ମଧ୍ୟରେ ସମ୍ପର୍କ ତିକ୍ତତା ହୁଏ। ଫଳରେ ସେମାନଙ୍କ ମଧ୍ୟରେ ଅନେକ ଆତ୍ମହତ୍ୟା କରୁଥିବା ବେଳେ ଆଉ କେତେଜଣଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥାଏ। ତେଣୁ ଏହିସବୁ ଜଟିଳ ସମସ୍ୟାର ସମାଧାନ ହୋଇପାରିବ ଯଦି ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଉଭୟ ପରିବାରର ସହମତିରେ ହୁଏ, ତେବେ ସାରା ଜୀବନ ପ୍ରେମ ଚିରନ୍ତନ ଓ ଅତୁଟ ରହିବ, ପ୍ରେମ ଜନିତ ଆତ୍ମହତ୍ୟା ଆପେ ଆପେ ଲୋପ ପାଇବ, ଏଥିରେ ଦ୍ୱିମତ ହେବାର ନାହିଁ।

ମୋ : ୮୩୨୮୮୪୦୨୧୪, କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ପ୍ରେମ ଦିବସ ଫେବୃୟାରୀ ୧୪ ତାରିଖ ଭାଲେଣ୍ଟାଇନ ଡେ ସ୍ମରଣୀୟ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025

ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ଆଇଏଏସ ଅମ୍ରିତ ଋତୁରାଜ କିଏ ? ସେ ଏବେ କେଉଁଠି ଅଛନ୍ତି

July 23, 2025

ଜିଲ୍ଲାପାଳ ସ୍ତରରେ ଅଦଳବଦଳ, ଚଞ୍ଚଳ ରଣା ହେଲେ ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ହେଲେ…..

July 23, 2025

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.