Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଚାୟତ ନିର୍ବାଚନକୁ ନେଇ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଏପରି କଥା
ବିଶେଷ ଖବର

ପଞ୍ଚାୟତ ନିର୍ବାଚନକୁ ନେଇ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଏପରି କଥା

February 15, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପଞ୍ଚାୟତ ନିର୍ବାଚନକୁ ନେଇ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଏପରି କଥା

ଭୁବନେଶ୍ୱର: ଆମେ ସ୍ୱାଧୀନତାର ୭୫ ବର୍ଷର ଅମୃତ ମହୋତ୍ସବ ପାଳନ କରୁଥିଲା ବେଳେ ଆଜି ଆମ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥା କିଭଳି ଚାଲିଛି ତାହା ଆଜି ଏକ ବଡ଼ପ୍ରଶ୍ନବାଚୀ ହୋଇପଡିଛି ବୋଲି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଅତି କ୍ଷୋଭର ସହିତ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ମହାତ୍ମା ଗାନ୍ଧୀଙ୍କର ଭାରତ ବର୍ଷରେ ଆଜି ଯେଉଁଭଳି ଭାବରେ ହିଂସା, ଦ୍ୱେଷ, ଘୃଣା, ଦୁର୍ନୀତି, ଭ୍ରଷ୍ଟାଚାର ଓ ନାରୀ ନିର୍ଯ୍ୟାତନା ହୁ ହୁ ହୋଇ ବଢ଼ିଚାଲିଛି, ତଦ୍ୱାରା ମହାତ୍ମା ଗାନ୍ଧୀ, ନେହେରୁ, ପଟେଲ ଇତ୍ୟାଦି ମହାମନିଷଙ୍କର ସ୍ୱପ୍ନକୁ ଯେ ଆମେ ପ୍ରତିଦିନ କୁଠାରଘାତ କରୁଛୁ,ଏହା ମୋତେ ବ୍ୟକ୍ତିଗତ ଭାବେ ବହୁ ବ୍ୟଥିତ କରୁଛି ।

ଆମେ ସମସ୍ତେ ଯେଉଁମାନେ ରାଜନୀତି କରୁଛୁ, ଏବଂ ସାଧାରଣ ଜୀବନରେ ଅଛୁ, ସେମାନଙ୍କର ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ବିନା ଏଭଳି ଦୁର୍ନୀତି, ହିଂସା, ଭ୍ରଷ୍ଟାଚାର ବୃଦ୍ଧି ସମ୍ଭବ ହୋଇପାରିବ ନାହିଁ । ଏ ରାଜ୍ୟରେ ୨୨ ବର୍ଷର ବିଜେଡ଼ି ସରକାର କେବଳ ଲୋକମାନଙ୍କୁ ପ୍ରତିଶ୍ରୁତି ଓ ପ୍ରତାରଣାଛଡ଼ା ସାଧାରଣ ଜନତାଙ୍କର ସମସ୍ୟାକୁ ଦୂର କରିବାରେ ଅସମର୍ଥ ହୋଇଛି ।

ପ୍ରଥମଥର ପାଇଁ ଭାରତ ବର୍ଷ ଏଭଳି ଏକ ପ୍ରଧାନମନ୍ତ୍ରୀ ପାଇଛି ଯାହାଙ୍କର ପ୍ରତିଦିନର ମୁଖ୍ୟ କାମ ହେଉଛି ମିଛ କହିବା ଏବଂ ମିଛକୁ ସତରେ ପରିଣତ କରିବା ପାଇଁ ଗଣମାଧ୍ୟମକୁ ଅସ୍ତ୍ରରୂପେ ବ୍ୟବହାର କରିବା । ଶ୍ରୀ ପଟ୍ଟନାୟକ ସୋର ବିଜେଡ଼ି ବିଧାୟକ ପର୍ଶୁରାମ ଧଡ଼ାଙ୍କ ହିଂସା ଓ ଗୁଣ୍ଡାଗିରି କଥା ଉଠାଇଲେ । ସୋରରେ ଜଣେ ବୟସ୍କ ପୂର୍ବତନ ବିଧାୟକ ବର୍ତମାନର ବିଜେଡ଼ି ବିଧାୟକଙ୍କୁ ପଂଚାୟତକୁ ଆସିଥିବା ଅର୍ଥ ବାବଦରେ ପ୍ରଶ୍ନଟିଏ ପଚାରିଥିଲେ । ଏକ ପ୍ରଶ୍ନ ପଚାରିବା କ’ଣ ବଡ଼ ଅପରାଧକି? ଏଥିଯୋଗୁଁ ବିଜେଡ଼ି ବିଧାୟକ ପୂର୍ବତନ ବିଧାୟକଙ୍କୁ ମାରିବା ଓ ତାଙ୍କୁ ଅପମାନିତ କରିବା ଆମ ଗଣତନ୍ତ୍ର ପ୍ରତି ଉପହାସ କି ନାହିଁ?

ସୁବ୍ରତ ବାଗଚି ଏବଂ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀଙ୍କୁ ଶ୍ରୀ ପ୍ରଶଂସା କରି କହିଲେ ଯେ ସେମାନେ ତାଙ୍କଦ୍ୱାରା ଅର୍ଜିତ ଅର୍ଥକୁ କିଭଳି ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବାପାଇଁ ସେ ଚେଷ୍ଟିତ । ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି ଯଦି ଏ ରାଜ୍ୟର ଶାସନ ବ୍ୟବସ୍ଥା ସ୍ୱଚ୍ଛ ତାହାହେଲ ଅଙ୍ଗନୱାଡ଼ି କର୍ମଚାରୀ, କନେଷ୍ଟବଳ, କିରାଣୀ ଓ ଏମାନଙ୍କ ପାଖରୁ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସଂପତି ଆସୁଛି କେଉଁଠୁ? ଯଦି ଏମାନଙ୍କ ପାଖରୁ ଏତେ ଟଙ୍କା ବାହାରୁଛି ତାହାହେଲେ ୨୨ ବର୍ଷର ସରକାରଙ୍କର ଏମଏଲଏ, ମନ୍ତ୍ରୀ ଓ ଦଳର ବିଭିନ୍ନ ଛାମୁଆ ତଥା ବଡ଼ ବଡ଼ ବାବୁମାନଙ୍କ ପାଖରେ କେତେ ଶହ କୋଟି ଟଙ୍କା ଅଛି । ଏସବୁର ହିସାବ ନବୀନ ବାବୁ ୨୨ ବର୍ଷଭିତରେ ଥରୁଟିଏ ଦେଲେ ନାହିଁ ।

ପରିବର୍ତନ ଆପେ ଆପେ ଆସେ ନାହିଁ ଜନସାଧାରଣଙ୍କ ଦ୍ୱାରା ପରିବର୍ତନ ହିଁ ଆସେ। ତେଣୁ ଓଡ଼ିଶାର ଚାରି କୋଟି ୫୦ଲକ୍ଷ ଭାଗ୍ୟ ବିଧାତାଙ୍କୁ ମୋର ବିନମ୍ର ନିବେଦନ ଓ ଅନୁରୋଧ ଆପଣ ଏକ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଚାର କରି ଆସନ୍ତା ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନିର୍ବାଚିତ କରନ୍ତୁ । ଲୋକ ଅନୁଭବ କଲେଣି ପରିବର୍ତନ ଏକାନ୍ତ ଆବଶ୍ୟକ । ଆପଣମାନେ ପରିବର୍ତନର ବାହାକ ହୁଅନ୍ତୁ, ପରିବର୍ତନ ଅପରିହାର୍ଯ୍ୟ ।

ଲୋକ ବୁଝିଥିଲେ କଂଗ୍ରେସ ଭଲ ଭୋଟ ପାଇବ ଦୁର୍ନୀତି, ଭ୍ରଷ୍ଟାଚାର, ବାହୁବଳ ଓ ଅର୍ଥବଳ, ହିଂସା ଓ ନିର୍ଯ୍ୟାତନାକୁ ଯଦି ଆମେ ପୃଷ୍ଠପୋଷକତା କରିବୁ ଆମ ଗଣତନ୍ତ୍ର ନିଶ୍ଚୟ ଅଧିକରୁ ଅଧିକ ନିମ୍ନଗାମୀ ହେବ । ରାଜ୍ୟରେ ଓବିସିିସି ମାନଙ୍କୁ ନେଇ ଉଭୟ ରାଜନୈତିକ ଦଳ ବହୁତ କୁମ୍ଭୀର କାନ୍ଦଣା କାନ୍ଦନ୍ତି କିନ୍ତୁ ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ତାଙ୍କର ହକ୍‌କୁ ରାଜ୍ୟ ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାର ଦେବାରେ ବିଫଳ ।

କିନ୍ତୁ ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କଂଗ୍ରେସ ୪୪.୭୮ ପ୍ରତିଶତ ଓବିସି ବର୍ଗରୁ ପ୍ରାର୍ଥୀ ଦେଇଛି । ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଆମେ ସମସ୍ତେ ରାଜନୀତି କରିବା ଉଚିତ ବୋଲି ଉପଦେଶ ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ଶ୍ରୀ ଯଜେ୍ଞଶ୍ୱର ବାବୁ, ପିସିସି ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ, ପିସିସି ମୁଖପାତ୍ର ରଜନୀ ମହାନ୍ତି, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

ଓଡିଶା ପ୍ରଦେଶ କଂଗ୍ରେସ ନିରଞ୍ଜନ ପଟ୍ଟନାୟକ ପଞ୍ଚାୟତ ନିର୍ବାଚନ ପ୍ରଦେଶ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.