Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ, ମତଦାନ ପାଇଁ ଜାଣନ୍ତୁ ଏହି ଆଠଟି କଥା
ବିଶେଷ ଖବର

ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ, ମତଦାନ ପାଇଁ ଜାଣନ୍ତୁ ଏହି ଆଠଟି କଥା

February 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ, ମତଦାନ ପାଇଁ ଜାଣନ୍ତୁ ଏହି ଆଠଟି କଥା

ଭୁବନେଶ୍ବର: ଶୁକ୍ରବାର ଦିନ ହେବ ଓଡିଶା ପଞ୍ଚାୟତ ନିର୍ବାଚନର 2ୟ ପର୍ଯ୍ୟାୟ ଭୋଟ ଗ୍ରହଣ। ତେବେ ଏଥର କୋଭିଡ-୧୯ ଗାଇଡ ଲାଇନ ଅନୁସାରେ ଭୋଟ ଗ୍ରହଣ ହେବ। ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନର କେତେକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ ଏହା ଉପରେ ନଜର ପକାଇବା ନିହାତି ଜରୁୁରୀ ଅଟେ। ସେଗୁଡିକ ହେଲା

୧- ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ ମୁହଁରେ ନିଶ୍ଚିତ ମାସ୍କ ପିନ୍ଧିବା ଆବଶ୍ୟକ। ଏଥିସହିତ ଲାଇନରେ ଛିଡା ହେଲେ ଶାରିରୀକ ଦୂରତା ବଜାଇ ରଖିବା ଜରୁରୀ। ସେଠାରେ ମୁତୟନ ପୋଲିସ କର୍ମଚାରୀ ଏହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଯେଉଁମାନେ ମାସ୍କ ଆଣି ନ ଥିବେ ସେମାନଙ୍କୁ ମାସ୍କ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

୨- ବୁଥ ପ୍ରବେଶ ଦ୍ବାରରେ ସାଇନଟାଇଜର ରଖାଯାଇଥିବ। ତାହାକୁ ଲଗାଇ ହାତ ସାଇନଟାଇଜେସନ କରିବାକୁ ପଡିବ।  ଯଦି ପୁଲିଂ ଅଫିସର ଚିହ୍ନଟ ପାଇଁ ଚାହିଁବେ ତେବେ ଭୋଟର ମାସ୍କକୁ ଖସାଇବା ପାଇଁ ଅନୁମତି ପ୍ରଦାନ କରାଯାଇଛି।

୩- ବୁଥ ଭିତରେ ଆପଣଙ୍କ ହାତରେ କାଳି ଲଗାଇବା ପାଇଁ ପୁଲିଂ ଅଫିସରଙ୍କୁ କେତେକ ଗାଇଡ ଲାଇନ ଜାରୀ କରାଯାଇଛି। ସେଥିରେ ଭୋଟରଙ୍କୁ ସ୍ପର୍ଷ ନ କରି ତାଙ୍କ ହାତରେ କାଳି ଲଗାଇବାକୁ କୁହାଯାଇଛି। ଯଦି କେହି ହାତରେ ଗ୍ଲୋବ ପରିଧାନ କରିଛନ୍ତି, ତେବେ ସେ ଗ୍ଲୋବ ବାହାର କରି କାଳି ଲଗାଇବା ବାଧ୍ୟତାମୂଳକ କରାଯାଇଛି।

୪- ବୁଥରେ ଯଦି କୌଣସି କର୍ମଚାରୀଙ୍କ ଜ୍ବର ଦେଖାଦିଏ ତେବେ ସେଠାରେ ତୁରନ୍ତ ତାଙ୍କ ବଦଳରେ ଆଉ ଜଣଙ୍କୁ ନିଯୁକ୍ତି ଦିଆଯିବ। ଏଥିସହିତ ସ୍ଥାନୀୟ ସ୍ବାସ୍ଥ୍ୟ କର୍ମି ଆସି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ତଦାରଖ କରିବା ପାଇଁ କୁହାଯାଇଛି।

୫- କୋଭିଡ ଆକ୍ରାନ୍ତଙ୍କୁ ମଧ୍ୟ ଭୋଟ ଦେବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ତେବେ ସେମାନେ ଭୋଟ ଗ୍ରହଣର ଶେଷ ସମୟକୁ ଆସିବା ପାଇଁ କୁହାଯାଇଛି। ଏଥିରେ ସେ ସ୍ବାସ୍ଥ୍ୟ କର୍ମିଙ୍କ ତତ୍ବାବଧନାରେ ବୁଥ ଭିତରକୁ ପ୍ରବେଶ କରିବେ। ଏଥିସହିତ ସେ କୋଭିଡ ଗାଇଡ ଲାଇନ ଅନୁସାରେ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।

୬- ପ୍ରତି ଭୋଟର ସେମାନଙ୍କ ପରିଚୟ ପତ୍ର ସାଙ୍ଗରେ ଆଣିବା ପାଇଁ କୁହାଯାଇଛି। ଏଥିରେ ଭୋଟର କାର୍ଡ କିମ୍ବା ଅନ୍ୟ ଯେ କୌଣସି ସରକାରଙ୍କ ସ୍ବକୃତି ପ୍ରାପ୍ତ ପରିଚୟ ପତ୍ର ଆଣିବା ଜରୁରୀ ଅଟେ।

୭- ସମସ୍ତ ବୁଥରେ ତିନୋଟି ଲାଇନ ହେବ। ପୁରୁଷ, ମହିଳା ଏବଂ ଭିନ୍ନକ୍ଷମ ପାଇଁ ଏକ ସ୍ବତନ୍ତ୍ର ଲାଇନ ହେବ। ଏହି ଲାଇନରେ ଶାରୀରିକ ଦୂରତା ବଜାଇ ରଖିବା ପାଇଁ କୁହାଯାଇଛି।

୮- ଯଦି ବୁଥ ଭିତରେ ଭୋଟର କିମ୍ବା କର୍ମଚାରୀଙ୍କ କୌଣସି ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୁଏ ତେବେ ସେଠାରେ ଥିବା ଏକ ସ୍ବତନ୍ତ୍ର ପ୍ରକୋଷ୍ଠକୁ ଯାଇ ବିଶ୍ରାମ କରିବେ। ସେଠାରେ ଥିବା ଭଲ୍ୟୁଣ୍ଟିୟରମାନେ ସ୍ବାସ୍ଥ୍ୟ କର୍ମିଙ୍କୁ ଖବର ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

PanchayatElection ପଞ୍ଚାୟତ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଇକ୍‌ରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ୱାମୀ; ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

July 5, 2026

ଲଘୁଚାପ ପ୍ରଭାବ: ସାରା ରାଜ୍ୟରେ ଲଗାଣ ବର୍ଷା, ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

July 5, 2026

ଅଣସର ନୀତି : ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ

July 5, 2026

୩୦ ଦିନ ଜେଲରେ ରହିଲେ ପଦରୁ ହଟିବେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ: ହଇଚଇ ସୃଷ୍ଟି କରିବ ଏହି ବିଲ

July 5, 2026
Latest News

ବାଇକ୍‌ରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ୱାମୀ; ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

July 5, 2026

ଲଘୁଚାପ ପ୍ରଭାବ: ସାରା ରାଜ୍ୟରେ ଲଗାଣ ବର୍ଷା, ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

July 5, 2026

ଉଦ୍‌ଘାଟନ ପୂର୍ବରୁ ଧସିଲା ୭ କୋଟିର ସେତୁ ଆପ୍ରୋଚ୍ ରାସ୍ତା : ବିପଦରେ ପୁରୀ – ଡେଲାଙ୍ଗ ଡାକପଡା ଲୁଣା ନଦୀ ବ୍ରିଜ

July 5, 2026

ପଦ୍ମ ବିଭୂଷଣ ତୀଜନ ବାଇଙ୍କ ପରଲୋକ

July 5, 2026

ମାଛ ଚାଷରେ ୮୦% ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି ସରକାର; ଜାଣନ୍ତୁ କିଏ ପାଇବେ ଲାଭ ଓ କିପରି କରିବେ ଆବେଦନ

July 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.