Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାବଧାନ: ଯଦି ଆପଣ ଭୋଟ ଦେବାକୁ ଯାଉଛନ୍ତି ତେବେ ଜାଣନ୍ତୁ ଏହି କେତୋଟି କଥା
ବିଶେଷ ଖବର

ସାବଧାନ: ଯଦି ଆପଣ ଭୋଟ ଦେବାକୁ ଯାଉଛନ୍ତି ତେବେ ଜାଣନ୍ତୁ ଏହି କେତୋଟି କଥା

February 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାବଧାନ: ଯଦି ଆପଣ ଭୋଟ ଦେବାକୁ ଯାଉଛନ୍ତି ତେବେ ଜାଣନ୍ତୁ ଏହି କେତୋଟି କଥା

ଭୁବନେଶ୍ବର: ବୁଧବାର ଦିନ ହେବ ଓଡିଶା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ଭୋଟ ଗ୍ରହଣ କରାଯିବ। ଏଥିରେ ୧୬୬୯ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ୱାର୍ଡ ମେମ୍ବର ଏବଂ ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ହେବ। ସେହିପରି ପ୍ରଥମ ପର୍ଯ୍ୟାୟରେ ୨୦୦ଟି ଜୋନରେ ଜିଲ୍ଲା ପରିଷଦ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

ତେବେ ଏଥର କୋଭିଡ-୧୯ ଗାଇଡ ଲାଇନ ଅନୁସାରେ ଭୋଟ ଗ୍ରହଣ ହେବ। ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନର କେତେକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ ଏହା ଉପରେ ନଜର ପକାଇବା ନିହାତି ଜରୁୁରୀ ଅଟେ। ସେଗୁଡିକ ହେଲା

୧- ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ ମୁହଁରେ ନିଶ୍ଚିତ ମାସ୍କ ପିନ୍ଧିବା ଆବଶ୍ୟକ। ଏଥିସହିତ ଲାଇନରେ ଛିଡା ହେଲେ ଶାରିରୀକ ଦୂରତା ବଜାଇ ରଖିବା ଜରୁରୀ। ସେଠାରେ ମୁତୟନ ପୋଲିସ କର୍ମଚାରୀ ଏହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଯେଉଁମାନେ ମାସ୍କ ଆଣି ନ ଥିବେ ସେମାନଙ୍କୁ ମାସ୍କ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

୨- ବୁଥ ପ୍ରବେଶ ଦ୍ବାରରେ ସାଇନଟାଇଜର ରଖାଯାଇଥିବ। ତାହାକୁ ଲଗାଇ ହାତ ସାଇନଟାଇଜେସନ କରିବାକୁ ପଡିବ।  ଯଦି ପୁଲିଂ ଅଫିସର ଚିହ୍ନଟ ପାଇଁ ଚାହିଁବେ ତେବେ ଭୋଟର ମାସ୍କକୁ ଖସାଇବା ପାଇଁ ଅନୁମତି ପ୍ରଦାନ କରାଯାଇଛି।

୩- ବୁଥ ଭିତରେ ଆପଣଙ୍କ ହାତରେ କାଳି ଲଗାଇବା ପାଇଁ ପୁଲିଂ ଅଫିସରଙ୍କୁ କେତେକ ଗାଇଡ ଲାଇନ ଜାରୀ କରାଯାଇଛି। ସେଥିରେ ଭୋଟରଙ୍କୁ ସ୍ପର୍ଷ ନ କରି ତାଙ୍କ ହାତରେ କାଳି ଲଗାଇବାକୁ କୁହାଯାଇଛି। ଯଦି କେହି ହାତରେ ଗ୍ଲୋବ ପରିଧାନ କରିଛନ୍ତି, ତେବେ ସେ ଗ୍ଲୋବ ବାହାର କରି କାଳି ଲଗାଇବା ବାଧ୍ୟତାମୂଳକ କରାଯାଇଛି।

୪- ବୁଥରେ ଯଦି କୌଣସି କର୍ମଚାରୀଙ୍କ ଜ୍ବର ଦେଖାଦିଏ ତେବେ ସେଠାରେ ତୁରନ୍ତ ତାଙ୍କ ବଦଳରେ ଆଉ ଜଣଙ୍କୁ ନିଯୁକ୍ତି ଦିଆଯିବ। ଏଥିସହିତ ସ୍ଥାନୀୟ ସ୍ବାସ୍ଥ୍ୟ କର୍ମି ଆସି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ତଦାରଖ କରିବା ପାଇଁ କୁହାଯାଇଛି।

୫- କୋଭିଡ ଆକ୍ରାନ୍ତଙ୍କୁ ମଧ୍ୟ ଭୋଟ ଦେବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ତେବେ ସେମାନେ ଭୋଟ ଗ୍ରହଣର ଶେଷ ସମୟକୁ ଆସିବା ପାଇଁ କୁହାଯାଇଛି। ଏଥିରେ ସେ ସ୍ବାସ୍ଥ୍ୟ କର୍ମିଙ୍କ ତତ୍ବାବଧନାରେ ବୁଥ ଭିତରକୁ ପ୍ରବେଶ କରିବେ। ଏଥିସହିତ ସେ କୋଭିଡ ଗାଇଡ ଲାଇନ ଅନୁସାରେ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।

୬- ପ୍ରତି ଭୋଟର ସେମାନଙ୍କ ପରିଚୟ ପତ୍ର ସାଙ୍ଗରେ ଆଣିବା ପାଇଁ କୁହାଯାଇଛି। ଏଥିରେ ଭୋଟର କାର୍ଡ କିମ୍ବା ଅନ୍ୟ ଯେ କୌଣସି ସରକାରଙ୍କ ସ୍ବକୃତି ପ୍ରାପ୍ତ ପରିଚୟ ପତ୍ର ଆଣିବା ଜରୁରୀ ଅଟେ।

୭- ସମସ୍ତ ବୁଥରେ ତିନୋଟି ଲାଇନ ହେବ। ପୁରୁଷ, ମହିଳା ଏବଂ ଭିନ୍ନକ୍ଷମ ପାଇଁ ଏକ ସ୍ବତନ୍ତ୍ର ଲାଇନ ହେବ। ଏହି ଲାଇନରେ ଶାରୀରିକ ଦୂରତା ବଜାଇ ରଖିବା ପାଇଁ କୁହାଯାଇଛ।

୮- ଯଦି ବୁଥ ଭିତରେ ଭୋଟର କିମ୍ବା କର୍ମଚାରୀଙ୍କ କୌଣସି ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୁଏ ତେବେ ସେଠାରେ ଥିବା ଏକ ସ୍ବତନ୍ତ୍ର ପ୍ରକୋଷ୍ଠକୁ ଯାଇ ବିଶ୍ରାମ କରିବେ। ସେଠାରେ ଥିବା ଭଲ୍ୟୁଣ୍ଟିୟରମାନେ ସ୍ବାସ୍ଥ୍ୟ କର୍ମିଙ୍କୁ ଖବର ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Panchayat Election ଓଡିଶା ପଞ୍ଚାୟତ ନିର୍ବାଚନ ପଞ୍ଚାୟତ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ

May 15, 2026

ଡାକ୍ତରଙ୍କୁ ପିଟି ପିଟି ମାରିଦେଲେ

May 15, 2026

ବଢିଲା ତେଲ ଦର: ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା, ଡିଜେଲ ୩.୧୧ ଟଙ୍କା ମହଙ୍ଗା

May 15, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026
Latest News

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ

May 15, 2026

ଡାକ୍ତରଙ୍କୁ ପିଟି ପିଟି ମାରିଦେଲେ

May 15, 2026

ବଢିଲା ତେଲ ଦର: ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା, ଡିଜେଲ ୩.୧୧ ଟଙ୍କା ମହଙ୍ଗା

May 15, 2026

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ

May 15, 2026

ଗତ ଚାରି ମାସରେ ରେଳବାଇର ସିମେଣ୍ଟ ପରିବହନ ୧୭୦% ବୃଦ୍ଧି

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.