Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜାଣନ୍ତୁ ଏଥର କେମିତି ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ପକ୍ରିୟା
ବିଶେଷ ଖବର

ଜାଣନ୍ତୁ ଏଥର କେମିତି ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ପକ୍ରିୟା

February 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ତ୍ରିରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଓ ମତଗଣନା କାର୍ଯ୍ୟ କୋଭିଡ୍‌-୧୯ ନିୟମାବଳୀର କଡ଼ାକଡ଼ି ଅନୁପାଳନ ସହ ହେବ। ମତଦାନର ପୂର୍ବଦିନ ନିର୍ଦ୍ଧାରିତ ମତଦାନ କେନ୍ଦ୍ରକୁ ଭଲ ଭାବେ ବିଶୋଧନ କରାଯିବ ଓ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀମାନେ ଦ୍ୱିତୀୟ ଡୋଜ କୋଭିଡ୍‌ ଟିକା ନେଇଥିବେ।

ମତଦାନ କେନ୍ଦ୍ରରେ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ ହେବ। ଭୋଟଗ୍ରହଣ ଦିନ ଭୋଟରମାନଙ୍କ ପାଇଁ ପ୍ରବେଶ ଦ୍ୱାର ନିକଟରେ ଥର୍ମାଲ ସ୍କାନିଂ ସହ ସାନିଟାଇଜର ବ୍ୟବହାର କରାଯିବ। ପ୍ରତ୍ୟେକ ଭୋଟର ମାସ୍କ ପରିଧାନ କରି ମତଦାନ କରିବେ।

ସେହିପରି ମତଗଣନା ନିମନ୍ତେ ନିରୁପିତ ହୋଇଥିବା ମତଗଣନା କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକୁ ଭଲ ଭାବେ ବିଶୋଧନ କରାଯିବ। ମତଗଣନା କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ କର୍ମଚାରୀ ଦ୍ୱିତୀୟ ମାତ୍ରା କୋଭିଡ୍‌ ଟିକା ନେଇଥିବା ଆବଶ୍ୟକ। ଏତଦ୍‌ବ୍ୟତୀତ ସମସ୍ତ କର୍ମଚାରୀ ମାସ୍କ ଓ ଗ୍ଲୋବସ୍‌ ପରିଧାନ କରି ମତଗଣନା କାର୍ଯ୍ୟରେ ନିୟୋଜିତ ହେବେ। କାଉଣ୍ଟିଂ ଏଜେଣ୍ଟମାନେ ମଧ୍ୟ ମାସ୍କ ପରିଧାନ ସହ କୋଭିଡ୍‌ ଦ୍ୱିତୀୟ ପାନ ଟିକା ନେଇଥିବା ବାଧ୍ୟତାମୂଳକ ଅଟେ। ମତଗଣନା କେନ୍ଦ୍ର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି କର୍ମଚାରୀମାନେ କାର୍ଯ୍ୟ କରିବେ।

କୋଭିଡ୍‌-୧୯ ଦ୍ୱିତୀୟ ମାତ୍ରା ଟିକା ନେଇଥିଲେ ମଧ୍ୟ ମତଗଣନା କେନ୍ଦ୍ରକୁ ପ୍ରବେଶ ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ମତଗଣନାର ୪୮ ଘଣ୍ଟା ମଧ୍ୟରେ ଆର୍‌ଟିପିସିଆର୍‌ ଟେଷ୍ଟିଂ ହୋଇଥିବା ନିତାନ୍ତ ଜରୁରୀ। ମତଦାନ କେନ୍ଦ୍ର ଓ ମତଗଣନା କେନ୍ଦ୍ରଠାରେ ନିୟୋଜିତ ହୋଇଥିବା ସୁରକ୍ଷା କର୍ମଚାରୀମାନେ ମଧ୍ୟ କୋଭିଡ୍‌ ନିୟମାନୁସାରେ ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବେ।

କୋଭିଡ୍‌ ଦ୍ୱିତୀୟ ମାତ୍ରା ଟିକା ନେଇଥିବା ସତ୍ତେ୍ୱ ଯଦି କୋଭିଡ୍‌ର କୌଣସି ଲକ୍ଷଣ ଯଥା ଜ୍ୱର, ସର୍ଦ୍ଦି, ଥଣ୍ଡା ଆଦି ପ୍ରକାଶ ପାଏ, ତାହେଲେ ସେହି କର୍ମଚାରୀଙ୍କୁ ମତଗଣନା କେନ୍ଦ୍ରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ପଞ୍ଚାୟତ ନିର୍ବାଚନ ପଞ୍ଚାୟତ ଭୋଟ ଗଣତି
Share. Facebook Twitter LinkedIn Email WhatsApp Copy Link

Related Posts

ଜିନ୍ଦ୍‌ଠାରେ ପ୍ରାୟ ୧୪,୭୦୦ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 17, 2026

ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

July 17, 2026

କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନୁହେଁ, ଜାଣନ୍ତୁ ସୋନମ ୱାଙ୍ଗଚୁକଙ୍କ ଦାବି କ’ଣ?

July 17, 2026

ପ୍ରଭୃ ଜଗନ୍ନାଥଙ୍କ ସଂଗୀତକୁ ନେଇ ରବିନ୍ଦ୍ର ମଣ୍ଡପରେ ହେବ ତିନିଦିନିଆ ଉତ୍ସବ-ଗୁହାରି

July 17, 2026
Latest News

ଜିନ୍ଦ୍‌ଠାରେ ପ୍ରାୟ ୧୪,୭୦୦ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 17, 2026

ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

July 17, 2026

କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନୁହେଁ, ଜାଣନ୍ତୁ ସୋନମ ୱାଙ୍ଗଚୁକଙ୍କ ଦାବି କ’ଣ?

July 17, 2026

ଭାରତରେ ନମାଜ ସମ୍ପୂର୍ଣ୍ଣ ନିଷେଧ ହେବ କି?: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଅଯୋଧ୍ୟାର ସନ୍ଥ

July 17, 2026

ପ୍ରଭୃ ଜଗନ୍ନାଥଙ୍କ ସଂଗୀତକୁ ନେଇ ରବିନ୍ଦ୍ର ମଣ୍ଡପରେ ହେବ ତିନିଦିନିଆ ଉତ୍ସବ-ଗୁହାରି

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.