Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ଫେବୃୟାରୀ ମାସର ଶେଷ ଦିନରେ କଣ ରହିଛି ପ୍ରମୁଖ ଖବର
ଜାତୀୟ ଖବର

ଆଜି ଫେବୃୟାରୀ ମାସର ଶେଷ ଦିନରେ କଣ ରହିଛି ପ୍ରମୁଖ ଖବର

February 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ଫେବୃୟାରୀ ମାସର ଶେଷ ଦିନରେ କଣ ରହିଛି ପ୍ରମୁଖ ଖବର

ଭୁବନେଶ୍ବର: ଆଜି ଫେବୃୟାରୀ ମାସର ଶେଷ ଦିନ। ଆଜିର ଦିନରେ କଣ ରହିଛି ମୁଖ୍ୟ ଖବର ଜାଣନ୍ତୁ

୧-ଆଜିଠାରୁ କ୍ଲାସରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା, ସ୍ଵତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରିବାକୁ ଯୋଜନା ।

୨-ଆଶା ଅନୁସାରେ ବିଶ୍ବର ୧୦ନଂ ଦଳ ଶ୍ରୀଲଙ୍କା ବିପକ୍ଷରେ ୧ନଂ ଦଳ ଭାରତ ୩ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି। ୩ଟି ଯାକ ମ୍ୟାଚ୍‌କୁ ଭାରତ ସହଜରେ ଜିତିପାରିଛି। ରବିବାର ୩ୟ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬ ୱିକେଟରେ ଭାରତ ପରାସ୍ତ କରିଛି ।

୩-ରୁଷ ଘନ ଘନ ଆକ୍ରମଣ କରି ୟୁକ୍ରେନର ରାଜଧାନୀ କିଭ ନିକଟତର ହେଲାଣି। ତେବେ ଏହି ଯୁଦ୍ଧ ଉପରେ ବିରାମ ଲାଗିବ ନା ଆହୁରି ଭୟଙ୍କର ହେବା ତାହା କହିବା ମୁସ୍କିଲ। ଏହା ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏକ ପ୍ରତିନିଧିମଣ୍ଡଳ ରୁଷ ଅଧିକାରୀଙ୍କୁ ଭେଟିବେ। ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କ କାର୍ଯ୍ୟାଳୟ କହିଛନ୍ତି, ଉଭୟ ପକ୍ଷ ବେଲାରୁସ ସୀମାରେ ଏକ ଅନିର୍ଦ୍ଦିଷ୍ଟ ସ୍ଥାନରେ ସାକ୍ଷାତ କରିବେ। ତେବେ ବୈଠକର କୌଣସି ନିର୍ଦ୍ଧାରିତ ସମୟ ଜଣାଇ ନାହିଁ ରାଷ୍ଟ୍ରପତି କାର୍ଯ୍ୟାଳୟ।

୪-ରୁଷିଆ ବିମାନ ପାଇଁ ୟୁରୋପିୟ ଦେଶ ଓ କାନାଡା ତାଙ୍କର ଏୟାରସ୍ପେସ୍‌ ବନ୍ଦ କରି ଦେଇଛନ୍ତି। ୟୁକ୍ରେନ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ଲାଗି ଏଭଳି ଅପ୍ରତ୍ୟାଶିତ ପଦକ୍ଷେପ ନିଆଯାଇଛି।

୫-ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ଆରମ୍ଭ ପୂର୍ବରୁ ଋଷ ପରମାଣୁ ବାହିନୀକୁ ‘ହାଇଆଲର୍ଟ’ରେ ରଖିଲେ ରାଷ୍ଟ୍ରପତି ପୁଟିନ୍‌ ।

୬-ୟୁକ୍ରେନରେ ଭାରତୀୟ ଛାତ୍ରମାନେ ଭାରତ ଫେରିବା ପାଇଁ ପୋଲାଣ୍ଡ ସୀମାକୁ ଆସୁଥିବା ବେଳେ ସେମାନଙ୍କ ପାଇଁ ୟୁକ୍ରେନ୍‌ ସୈନିକ ନାନା ସମସ୍ୟା ସୃଷ୍ଟି କରିଛନ୍ତି। ଦୁଇ ଦିନ ତଳେ କିଛି ୟୁକ୍ରେନ୍‌ ସୈନିକ ଭାରତୀୟ ଛାତ୍ରଙ୍କ ଏକ ଗୋଷ୍ଠୀକୁ ଜବରଦସ୍ତ ଅଟକାଇବା ସହ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

୭-ରାଷ୍ଟ୍ରପତି ଜେଲେନସ୍କିଙ୍କ ଭାଷଣ ଟ୍ରାନ୍ସଲେଟ୍ ସମୟରେ କାନ୍ଦିବାକୁ ଲାଗିଲେ ଅନୁବାଦକ, ଭିଡିଓ ଭାଇରାଲ୍ ।

୮–‘ବୋମା ଶବ୍ଦ ଶୁଣି ଭୟରେ କାନ୍ଦୁଛି ମୋ କୁକୁର, ତା’ବିନା ମୁଁ ୟୁକ୍ରେନ ଛାଡ଼ି ପାରିବି ନାହିଁ’: ବଙ୍କରରେ ଫସିଥିବା ଭାରତୀୟ ଛାତ୍ର

୯- ପଞ୍ଚାୟତ ଜିଲ୍ଲା ପରିଷଦ ନିର୍ବାଚନ: ପୋଛିନେଲା ବିଜେଡି। ବିଜେପି ଓ କଂଗ୍ରେସ ର ସ୍ଥିତି ନାହିଁ, ଆଜି ହେବ ଶେଷ ପର୍ଯ୍ୟାୟ ଭୋଟ ଗଣତି।

୧୦-ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟ୍ ଖେଳାଳି ବିନୋଦ କାମ୍ବଲିଙ୍କୁ ମୁମ୍ବାଇ ପୋଲିସ ରବିବାର ଗିରଫ କରିଛି। ମୁମ୍ବାଇର ବାନ୍ଦ୍ରାରେ ବିନୋଦ କାମ୍ବଲି ନିଶାରେ ଗାଡି ଚଳାଇ ଏକ କାରକୁ ଧକ୍କା ଦେଇଛନ୍ତି। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ସ୍ଵରୂପ କାମ୍ବଲିଙ୍କୁ ଗିରଫ କରିଛି। ତେବେ ପରବର୍ତ୍ତୀ ସମୟରେ କାମ୍ବଲିଙ୍କୁ ଜାମିନ ମିଳି ଯାଇଛି।

୧୧-ନିର୍ବାଚନ ଫଳାଫଳକୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସ୍ତବ୍ଧ ।

୧୨-କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ମନରେଗାରେ ଲୋକପାଳ ନିଯୁକ୍ତ କରିନଥିବା ରାଜ୍ୟକୁ ଝଟକା, ଆସନ୍ତା ବର୍ଷ ମିଳିବନି ପାଣ୍ଠି ।

୧୩-ଏଫ୍‍ଆଇଏଚ୍‍ ମହିଳା ପ୍ରୋ ଲିଗ୍‍ ହକିରେ ପଦାର୍ପଣ କରିଥିବା ଭାରତ ପ୍ରଥମ ପରାଜୟ ବରଣ କରିଛି। କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଖେଳା ଯାଇଥିବା ମ୍ୟାଚରେ ଭାରତକୁ ୪-୩ ଗୋଲ୍‌ରେ ସ୍ପେନ୍‌ ପରାସ୍ତ କରିଛି।

୧୪-ଏଫ୍‍ଆଇଏଚ୍‍ ପ୍ରୋ ଲିଗ୍‍ ପୁରୁଷ ହକି ପ୍ରତିଯୋଗିତାରେ ଭାରତ ୨ୟ ପରାଜୟ ବରଣ କରିଥିବା ବେଳେ ସ୍ପେନ୍‌ ପ୍ରଥମ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳା ଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ସ୍ପେନ୍‌ ୫-୩ ଗୋଲରେ ଭାରତକୁ ପରାସ୍ତ କରିଛି ।

ବଡ଼ ଖବର
Share. Facebook Twitter LinkedIn Email WhatsApp Copy Link

Related Posts

ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ଖର୍ଚ୍ଚ କେତେ?: ସଂସଦକୁ ସୂଚନା ଦେଲେ ସରକାର

August 6, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026

ଭାରତରେ ବଢ଼ୁଛି ଆଇଫୋନ୍ କ୍ରେଜ୍!: ଏହି ରେକର୍ଡ ସୃଷ୍ଟି କଲା ଆପଲ୍

August 6, 2026
Latest News

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.