Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପଦକ୍ଷେପ
ବିଶେଷ ଖବର

ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପଦକ୍ଷେପ

February 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ଲାଗି ଭାରତ ସରକାର ଯଥାସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି। ଏ କ୍ଷେତ୍ରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହିତ ସହଭାଗିତା ସ୍ଥାପନ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆବଶ୍ୟକ ସହାୟତା ଯୋଗାଇ ଦେଉଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତର୍ଜାତୀୟ ଯାତ୍ରା ମାର୍ଗଦର୍ଶିକାରେ ସଂଶୋଧନ କରାଯାଇଛି। ମାନବିକତା ଆଧାରରେ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ନିମ୍ନ କଟକଣାକୁ କୋହଳ କରାଯାଇଛି…

– ବୋର୍ଡିଂ ପୂର୍ବରୁ ନେଗେଟିଭ ଆରଟି-ପିସିଆର ଟେଷ୍ଟ ରିପୋର୍ଟ କିମ୍ବା ସମ୍ପୂର୍ଣ୍ଣ ଟିକାକରଣ ପ୍ରମାଣପତ୍ର ଦାଖଲ କରିବାର ବାଧ୍ୟତାମୂଳକ ଆବଶ୍ୟକତାକୁ ଭାରତୀୟ ନାଗରିକମାନଙ୍କ ପାଇଁ କୋହଳ କରାଯାଇଛି। ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ରହିଥିବା ବର୍ତ୍ତମାନର ମାର୍ଗଦର୍ଶିକାରେ ଏହି ନିୟମ ରହିଛି। ଭାରତ ଆସିବା ପୂର୍ବରୁ ସେମାନଙ୍କୁ ଏୟାର ସୁବିଧା ପୋର୍ଟାଲରେ ମଧ୍ୟ ଏହିସବୁ କାଗଜପତ୍ର ଅପଲୋଡ୍‌ କରିବାକୁ ପଡ଼ିବ ନାହିଁ।

– ଆହୁରି, ଯେଉଁ ଯାତ୍ରୀମାନେ କୋଭିଡ-୧୯ ଟିକାକରଣ ସମ୍ପୂର୍ଣ୍ଣ କରିଛନ୍ତି (ପ୍ରସ୍ଥାନ/ଟିକାକରଣ ଯେକୌଣସି ରାଷ୍ଟ୍ରରୁ ହୋଇଥିଲେ ସୁଦ୍ଧା), ସେମାନେ ଭାରତରେ ପହଞ୍ଚିବା ପରେ ସେମାନଙ୍କୁ ବିମାନ ବନ୍ଦରରୁ ଘରକୁ ଯିବା ଲାଗି ଅନୁମତି ମିଳିବ। ତେବେ ସେମାନଙ୍କୁ ନିଜର ସ୍ୱାସ୍ଥ୍ୟବସ୍ଥା ଉପରେ ୧୪ ଦିନ ପର୍ଯ୍ୟନ୍ତ ସ୍ୱ-ନିରୀକ୍ଷଣ ଲାଗି ପରାମର୍ଶ ଦିଆଯିବ।

– ଯେଉଁ ଯାତ୍ରୀମାନେ ପହଞ୍ଚିବା ପୂର୍ବର ନେଗେଟିଭ ଆରଟି ପିସିଆର ପରୀକ୍ଷା ରିପୋର୍ଟ ଦାଖଲ କରିବାରେ ସକ୍ଷମ ହେବେ ନାହିଁ କିମ୍ବା ଯେଉଁମାନେ କୋଭିଡ -୧୯ ଟିକାକରଣ ସମ୍ପୂର୍ଣ୍ଣ କରିନଥିବେ, ସେମାନଙ୍କୁ ପହଞ୍ଚିବା ପରେ ନିଜର ନମୁନା ଦେବାକୁ ଅନୁମତି ଦିଆଯିବ, ଏପରି ଯାତ୍ରୀମାନେ ଭାରତରେ ପହଞ୍ଚିବା ପରେ ୧୪ ଦିନ ପାଇଁ ସ୍ୱାସ୍ଥ୍ୟାବସ୍ଥାର ସ୍ୱ-ନିରୀକ୍ଷଣରେ ରହିବେ। ଯଦି ସେମାନେ ପଜିଟିଭ୍‌ ଚିହ୍ନଟ ହୁଅନ୍ତି ତା’ହେଲେ ତାଙ୍କୁ ନିର୍ଦ୍ଧାରିତ ନିୟମ ଅନୁଯାୟୀ, ଚିକିତ୍ସା କରାଯିବ।

ୟୁକ୍ରେନରେ ରାଜନୈତିକ ଅସ୍ଥିରତା କାରଣରୁ ବହୁସଂଖ୍ୟକ ଭାରତୀୟ ନାଗରିକ (ମୁଖ୍ୟତଃ ଛାତ୍ରଛାତ୍ରୀ) ସେଠାରେ ଫସି ରହିଛନ୍ତି। ୟୁକ୍ରେନରେ ନୋଟିସ ଟୁ ଏୟାରମ୍ୟାନ କିମ୍ବା ନୋଟିସ ଟୁ ଏୟାର ମିଶନ (ନୋଟାମ୍‌) ବା ବିମାନ ଚଳାଚଳ ଉପରେ କଟକଣା ରହିଥିବାରୁ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ସିଧାସଳଖ ବିମାନ ଯୋଗେ ଉଦ୍ଧାର କରାଯିବା ସମ୍ଭବ ନୁହେଁ। ଏହି କାରଣରୁ, ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ ଏବଂ ହଙ୍ଗେରୀରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି। ଏହାପରେ ଏସବୁ ରାଷ୍ଟ୍ରରୁ ଅପରେସନ ଗଙ୍ଗା ଜରିଆରେ ଭାରତୀୟମାନଙ୍କୁ ଫେରାଇ ଅଣାଯାଉଛି।

୨୮ ଫେବୃଆରୀ ୨୦୨୨ (ମଧ୍ୟାହ୍ନ ୧୨ଟା) ସୁଦ୍ଧା, ୫ଟି ବିମାନ (ଗୋଟିଏ ମୁମ୍ବାଇ ଏବଂ ୪ଟି ଦିଲ୍ଲୀ)ରେ ୧୧୫୬ ଜଣ ଭାରତୀୟ ନାଗରିକ ୟୁକ୍ରେନରୁ ଉଦ୍ଧାର ହୋଇ ଭାରତରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ହେଲେ ବିମାନ ଯାତ୍ରୀଙ୍କୁ ଏବେ ସୁଦ୍ଧା ସଙ୍ଗରୋଧରେ ରଖାଯାଇନାହିଁ।

ଭାରତ ସରକାର ୟୁକ୍ରେନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.