ସରିନାହିଁ ପଞ୍ଚାୟତ ନିର୍ବାଚନ ପକ୍ରିୟା, ବାକି ଅଛି ୫ଟି ପଦବୀ ପାଇଁ ପରୋକ୍ଷ ନିର୍ବାଚନ, ଜାଣନ୍ତୁ କେବେ ?

Published: Mar 2, 2022, 1:17 pm IST

ଭୁବନେଶ୍ବର: ବହୁ ବାଦବିବାଦ ମଧ୍ୟରେ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନରେ ବିଜେଡି ଏକ ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଛି। ପୂର୍ବରୁ ବିଜେଡିର ସ୍ଥିତି ଯାହା ଥିଲା ସେଥିରେ ଆହୁରି ଅଧିକ ବୃଦ୍ଧି ପାଇଛି। ତେବେ ଏହି ପଞ୍ଚାୟତ ନିର୍ବାଚନ ବିରୋଧୀ ଦଳକୁ ସବୁଠୁ ବଡ ଧକ୍କା ଦେଇଛି।

ପୂର୍ବ ନିର୍ବାଚନ ଅପେକ୍ଷା ବିରୋଧୀ ଦଳ ତଥା ବିଜେପିକୁ ଅଧିକ କ୍ଷତି ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପାଖାପାଖି ୩୦୦ ଆସନ ଅକ୍ତିଆର କରିଥିବା ବେଳେ ଏଥର ମାତ୍ର ୪୨ ଟି ଆସନ ଜିତିପାରିଛି। ସେହିଭଳି କଂଗ୍ରେସକୁ ଗତ ନିର୍ବାଚନରେ ମିଳିଥିବା ୬୦ ଟି ଆସନରୁ ତଳକୁ ଖସି ୩୭ ଟି ଆସନ ମିଳିପାରିଛି। କିନ୍ତୁ ସରକାରୀ ଦଳ ବିଜେଡ଼ିକୁ ଏକତରଫା ବିଜୟ ମିଳିଛି। ମୋଟ ୮୫୧ ଟି ଆସନରୁ ବିଜେଡ଼ିକୁ ୭୬୫ ଟି ଆସନ ମିଳିଛି।

ପଞ୍ଚାୟତ ନିର୍ଭାଚନ ସରିବା ପରେ ବର୍ତ୍ତମାନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଏବଂ ନାଏବ ସରପଞ୍ଚ ନିର୍ବାଚନ ବାକି ରହିଲା। ଜାଣନ୍ତୁ ଏହି ନିର୍ବାଚନ କେବେ ହେବ

ନାଏବ ସରପଞ୍ଚ- ମାର୍ଚ୍ଚ ୧୧ ତାରିଖ

ପଞ୍ଚାୟତ ସମିତି ଅଧ୍ୟକ୍ଷ -ମାର୍ଚ୍ଚ ୧୨ ତାରିଖ

ପଞ୍ଚାୟତ ସମିତି ଉପାଧ୍ୟକ୍ଷ- ମାର୍ଚ୍ଚ ୨୩ ତାରିଖରେ

ଜିଲ୍ଲା ପରିଷଦ ଅଧ୍ୟକ୍ଷ-ମାର୍ଚ୍ଚ ୧୩ ତାରିଖ

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ- ମାର୍ଚ୍ଚ ୨୫ ତାରିଖ

Related posts