Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରତିରକ୍ଷା ସହଯୋଗକୁ ସୁଦୃଢ କରିବାକୁ ଆଗ୍ରାରେ ଭାରତ-ଆମେରିକା ଊନବିଂଶ ସାମରିକ ବୈଠକ ଅନୁଷ୍ଠିତ
ଜାତୀୟ ଖବର

ପ୍ରତିରକ୍ଷା ସହଯୋଗକୁ ସୁଦୃଢ କରିବାକୁ ଆଗ୍ରାରେ ଭାରତ-ଆମେରିକା ଊନବିଂଶ ସାମରିକ ବୈଠକ ଅନୁଷ୍ଠିତ

March 2, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
India-US.

ନୂଆଦିଲ୍ଲୀ: ପ୍ରତିରକ୍ଷା ସହଯୋଗକୁ ଅଧିକ ସୁଦୃଢ କରିବା ପାଇଁ ଉତ୍ତରପ୍ରଦେଶର ଆଗ୍ରାଠାରେ ଗତ ମଙ୍ଗଳବାର ଆମେରିକା ଓ ଭାରତ ମଧ୍ୟରେ ଊନବିଂଶ ସାମରିକ ସହଯୋଗ ଗୋଷ୍ଠୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏମ୍‌ସିଜି ବା ମିଲିଟାରୀ କୋପେରସନ ଗ୍ରୁପ ଭାବେ ପରିଚିତ ଏହି ବୈଠକରେ ଭାରତ ପକ୍ଷରୁ ସିଆଏସସି (ଚେୟାରମ୍ୟାନ ଚିଫ୍ସ ଅଫ ଷ୍ଟାଫ କମିଟି)ର ଇଣ୍ଡିଗ୍ରେଡେଟ ଡିଫେନ୍ସ  ଷ୍ଟାଫ ମୁଖ୍ୟ ଏୟାର ମାର୍ଶଲ ବି. ଆର. କୃଷ୍ଣ  ଏବଂ ଆମେରିକା ପକ୍ଷରୁ ସେଠାକାର ଇଣ୍ଡୋ-ପ୍ୟାସିଫିକ୍ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଷ୍ଟିଫେନ ଡି ସ୍କେଲନ୍‌କା ମିଳିତଭାବେ ଅଧ୍ୟକ୍ଷତା କରିଥିଲେ। ଆଲୋଚନାରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଥିବା ପ୍ରତିରକ୍ଷା ସହଯୋଗକୁ ଅଧିକ ସୁଦୃଢ କରିବା ଉପରେ ଗୁରୁ୍‌ତ୍ୱ ଆରୋପ କରାଯାଇଥିଲା। ବର୍ତ୍ତମାନର ସାମରିକ ସହଯୋଗ ପରିସର ଭିତରେ ଆଉ ଅଧିକ କ’ଣ କରାଯାଇପାରେ ସେ ବିଷୟରେ ମଧ୍ୟ ଉଭୟ ପକ୍ଷ ଆଲୋଚନା କରିଥିଲେ।

ଦୁଇଦେଶ ମଧ୍ୟରେ ସାମରିକ ସହଯୋଗକୁ ସୁଦୃଢ କରିବାକୁ କାମ କରିବା ନିମନ୍ତେ ଭାରତ-ଆମେରିକା ଏମ୍‌ସିଜି, ଏକ ମଞ୍ଚ ଭାବେ ଗଠିତ ହୋଇଛି। ଏହି ମଞ୍ଚରେ ସାମରିକ ସହଯୋଗ ବୃଦ୍ଧି ପାଇଁ ଦୁଇପକ୍ଷ ମଧ୍ୟରେ ନିୟମିତ ଆଲୋଚନା କରିବାକୁ ବ୍ୟବସ୍ଥା ରହିଛି। ବିଶେଷଭାବେ ରଣକୌଶଳାତ୍ମକ କ୍ଷେତ୍ର ଓ ସାମରିକ କାର୍ଯ୍ୟାନୁଷ୍ଠାନ ବା ଅଭିଯାନ କ୍ଷେତ୍ରରେ କିପରି ଦୁଇପକ୍ଷର ସାମରିକ ସଦର କାର୍ଯ୍ୟାଳୟ ମଧ୍ୟରେ ନିୟମିତ ସମ୍ପର୍କ ରକ୍ଷା କରାଯାଇପାରିବ ସେଥିପାଇଁ ଏମ୍‌ସିଜି କାର୍ଯ୍ୟ କରୁଛି। ଭାରତର ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ ଓ ଆମେରିକାର ଇଣ୍ଡୋ-ପ୍ୟାସିଫିକ କମାଣ୍ଡ ମଧ୍ୟରେ ଏହା ଦ୍ୱାରା ସିଧାସଳଖ ସମ୍ପର୍କ ସ୍ଥାପନ ସମ୍ଭବ ହୋଇଛି। (ପି.ଆଇ.ବି.)

ଉତ୍ତରପ୍ରଦେଶ ଭାରତ-ଆମେରିକା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ବିଶ୍ୱର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ହେବ – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

May 24, 2026

ଆଜି ମେ ୨୪ ତାରିଖ ରବିବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

May 24, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ମାର୍କୋ ରୁବିଓ, ଜାଣନ୍ତୁ କଣ ହେଲା ଆଲୋଚନା

May 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକା ବିଦେଶ ମନ୍ତ୍ରୀ

May 23, 2026
Latest News

ଆଥଲେଟିକ୍ସ ଫେଡେରେସନ କପରେ ଓଡ଼ିଶାର ଆନିମେଶ କୁଜୁରଙ୍କ ସଫଳତା: ଉପ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

May 24, 2026

ଭାରତ ବିଶ୍ୱର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ହେବ – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

May 24, 2026

‘ଦି ଭଏସ୍: କନକ୍ଲେଭ୍ ଅଫ୍ ଆଇଡିଆଜ୍’ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

May 24, 2026

“ଭାରତ ନେଟ୍ ପରିଯୋଜନା” ଫେଜ୍-୩ ର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା

May 24, 2026

ବାଧାମୁକ୍ତ ବିଦ୍ୟୁତ ଯୋଗାଣ ପାଇଁ ଓପିଟିସିଏଲ ସବୁ କର୍ମଚାରୀଙ୍କ ଛୁଟି ବାତିଲ

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.