Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ୟୁକ୍ରେନ ପଡ଼ୋଶୀ ରାଷ୍ଟ୍ରରୁ ସ୍ଵତନ୍ତ୍ର ବିମାନ ଯୋଗେ ଆଜି ଫେରିଲେ ୩ ହଜାର ଭାରତୀୟ
ବିଶେଷ ଖବର

ୟୁକ୍ରେନ ପଡ଼ୋଶୀ ରାଷ୍ଟ୍ରରୁ ସ୍ଵତନ୍ତ୍ର ବିମାନ ଯୋଗେ ଆଜି ଫେରିଲେ ୩ ହଜାର ଭାରତୀୟ

March 5, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ‘ଅପରେସନ ଗଙ୍ଗା’ ଜରିଆରେ ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୧୫ଟି ସ୍ଵତନ୍ତ୍ର ବିମାନ ଜରିଆରେ ଆଜି ପ୍ରାୟ ତିନି ହଜାର ଭାରତୀୟ ନାଗରିକ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଥିମଧ୍ୟରେ ୧୨ଟି ସ୍ଵତନ୍ତ୍ର ବେସାମରିକ ବିମାନ ଏବଂ ଭାରତୀୟ ବାୟୁସେନାର ୩ଟି ବିମାନ ରହିଛି। ଏଥିସହିତ, ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ଲାଗି ୨୨ ଫେବୃଆରୀ, ୨୦୨୨ରେ ସ୍ଵତନ୍ତ୍ର ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏବେସୁଦ୍ଧା ପ୍ରାୟ ୧୩ ହଜାର ୭ଶହ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ୫୫ଟି ସ୍ଵତନ୍ତ୍ର ବେସାମରିକ ବିମାନ ଜରିଆରେ ଫେରିଥିବା ଭାରତୀୟମାନଙ୍କ ସଂଖ୍ୟା ୧୧ ହଜାର ୭୨୮ରେ ପହଞ୍ଚିଛି। ଅପରେସନ ଗଙ୍ଗା ଅଧୀନରେ ଆଜି ସୁଦ୍ଧା, ଭାରତୀୟ ବାୟୁସେନାର ୧୦ଟି ବିମାନ ଜରିଆରେ ୨୦୫୬ ଜଣ ଯାତ୍ରୀ ଫେରିଛନ୍ତି ଏବଂ ୨୬ ଟନ୍‌ ରିଲିଫ ସାମଗ୍ରୀ ଏସବୁ ରାଷ୍ଟ୍ରକୁ ପରିବହନ କରାଯାଇଛି।

ଗତକାଲି ହିଣ୍ଡନ ଏୟାର ବେସରୁ ଉଡ଼ାଣ ଆରମ୍ଭ କରିଥିବା ଭାରତୀୟ ବାୟୁସେନାର ତିନୋଟି ଅଧିକ ଓଜନ ପରିବହନକାରୀ ସି-୧୭ ବିମାନ  ପୁଣିଥରେ ଆଜି ସକାଳେ ହିଣ୍ଡନ ଏୟାରବେସକୁ ଫେରିଛି। ଏସବୁ ବିମାନ ଜରିଆରେ ରୋମାନିଆ, ସ୍ଲୋଭାକିଆ ଏବଂ ପୋଲାଣ୍ଡରୁ ୬୨୯ ଜଣ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରି ଅଣାଯାଇଛି। ଏହାଛଡ଼ା ଏହି ତିନୋଟି ବିମାନ ଜରିଆରେ ୧୬.୫ ଟନ୍‌ ରିଲିଫ ସାମଗ୍ରୀ ଭାରତରୁ ଏସବୁ ରାଷ୍ଟ୍ରମାନଙ୍କୁ ପଠାଯାଇଛି। ଗୋଟିଏକୁ ଛାଡ଼ି ସବୁ ବେସାମରିକ ବିମାନ, ଆଜି ସକାଳେ ଭାରତରେ ପହଞ୍ଚିଛନ୍ତି। ଅନ୍ୟପଟେ କୋସିଚେରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନ ଆଜି ସନ୍ଧ୍ୟା ପରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଆଜି ବୁଦାପେଷ୍ଟରୁ ୫ଟି, ସୁଚେଭାରୁ ୪ଟି, କୋସିଚେରୁ ଗୋଟିଏ ଏବଂ ରେସେଜୋରୁ ୨ଟି ବିମାନ ଭାରତୀୟମାନଙ୍କୁ ନେଇ ଫେରିଛି।

ଆସନ୍ତାକାଲି, ବୁଦାପେଷ୍ଟ, କୋସିଚେ, ରେସେଜୋ ଏବଂ ବୁକାରେଷ୍ଟରୁ ୧୧ଟି ସ୍ଵତନ୍ତ୍ର ବିମାନ ଜରିଆରେ ୨୨୦୦ରୁ ଅଧିକ ଭାରତୀୟ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି।

ଅପରେସନ ଗଙ୍ଗା ଭାରତୀୟ ନାଗରିକ ୟୁକ୍ରେନ
Share. Facebook Twitter LinkedIn Email WhatsApp Copy Link

Related Posts

ଏଚ୍‌-୧ବି ଭିସା ଫି’: ନୂଆ ନିୟମ ଆଣିବା ଯୋଜନାରେ ଡିଏଚ୍‌ଏସ୍‌

August 25, 2026

ଜାତୀୟ ମହାକାଶ ଦିବସ, ଓଡିଶାରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଅଛି ବୋଲି କହିଲେ ମନ୍ତ୍ରୀ

August 24, 2026

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ସାମିଲ ହେଲେ ୧୦ଜଣ ମନ୍ତ୍ରୀ,୯୫ ପ୍ରତିଶତ ସମାଧାନ

August 24, 2026

ଏମଏମଡିଆର ବିଲକୁ ପ୍ରତ୍ୟାହାର ଦାବିରେ ଇଣ୍ଡିଆମେଣ୍ଟ ତରଫରୁ ମଶାଲ ଯାତ୍ରା

August 24, 2026
Latest News

୧୯୫ କେଜି ଗଞ୍ଜେଇ ଜବତ

August 25, 2026

ଛୁରି ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୫ ମାସର ଗର୍ଭବତୀ

August 25, 2026

ଦେଶବ୍ୟାପୀ ଆୟୋଜିତ ହେବ “ଖେଲୋ ଇଣ୍ଡିଆ ଡାଏଲଗ୍”

August 25, 2026

୩୦ରେ ନିଟ୍‌-ପିଜି ପରୀକ୍ଷା: ଆଜିଠୁ ମିଳିବ ଆଡ୍‌ମିଟ୍ କାର୍ଡ

August 25, 2026

ଜାତୀୟ ଚମ୍ପିୟାନସିପ: ବ୍ରହ୍ମପୁର କରାଟେ ଏକାଡେମୀର ଅଭୁତପୂର୍ବ ସଫଳତା

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.