Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସମ୍ପ୍ରସାରିତ ଦୂରତା ବିଶିଷ୍ଟ ସ୍ଥଳଭାଗକୁ ଲକ୍ଷ୍ୟଭେଦକାରୀ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବିଶେଷ ଖବର

ସମ୍ପ୍ରସାରିତ ଦୂରତା ବିଶିଷ୍ଟ ସ୍ଥଳଭାଗକୁ ଲକ୍ଷ୍ୟଭେଦକାରୀ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

March 5, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ: ଭାରତୀୟ ନୌସେନା ଦ୍ଵାରା ୫ ମାର୍ଚ୍ଚ, ୨୦୨୨ରେ କୁଶଳୀ ବିଧ୍ଵଂସକ ଯୁଦ୍ଧ ପୋତ ଆଇଏନଏସ ଚେନ୍ନାଇରୁ ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏହା ହେଉଛି ବ୍ରହ୍ମୋସର ପରିବର୍ଦ୍ଧିତ ସଂସ୍କରଣ ଯାହାକି ଅଧିକ ଦୂରବର୍ତ୍ତୀ ସ୍ଥଳ ଭାଗରେ ଥିବା ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ। ପରୀକ୍ଷା ସମୟରେ ଏହି କ୍ଷେପଣାସ୍ତ୍ର ପରିବର୍ଦ୍ଧିତ ଦୂରତା ବିଶିଷ୍ଟ ପ୍ରକ୍ଷେପ ପଥକୁ ଅତିକ୍ରମ କରିବା ସହିତ ଜଟିଳ ଯୁଦ୍ଧ କୌଶଳ ପ୍ରଦର୍ଶନ କରି ସମ୍ପୂର୍ଣ୍ଣ ସଠିକ୍‌ ଭାବେ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଥିଲା।

ଉଭୟ ବ୍ରହ୍ମୋସ କ୍ଷେପଣାସ୍ତ୍ର ଏବଂ ଆଇଏନଏସ ଚେନ୍ନାଇ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ଏଥିରେ ଭାରତ ନିର୍ମିତ କ୍ଷେପଣାସ୍ତ୍ରର ଅତ୍ୟାଧୁନିକ ସାମର୍ଥ୍ୟ ଏବଂ ଜାହାଜ ନିର୍ମାଣ ଶୈଳୀ ପରିଲକ୍ଷିତ ହୋଇଛି। ଆତ୍ମନିର୍ଭର ଭାରତ ଏବଂ ମେକ୍‌ ଇଣ୍ଡିଆ ଅଭିଯାନରେ ଭାରତୀୟ ନୌସେନାର ଯୋଗଦାନକୁ ଏହା ସୁଦୃଢ଼ କରୁଛି।

ଏହି ଉପଲବ୍ଧି ଫଳରେ ଭାରତୀୟ ନୌସେନାର ପ୍ରତିରକ୍ଷା କ୍ଷମତା ସୁଦୃଢ଼ ହୋଇଛି। ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଜରିଆରେ ଭାରତୀୟ ନୌସେନା ଆବଶ୍ୟକତା କ୍ଷେତ୍ରରେ ସମୁଦ୍ର ଠାରୁ ଅଧିକ ଦୂରବର୍ତ୍ତୀ ସ୍ଥଳଭାଗରେ ଥିବା ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ ହୋଇପାରିବ।

ବ୍ରହ୍ମୋସ କ୍ଷେପଣାସ୍ତ୍ର ଭାରତୀୟ ନୌସେନା ସଫଳ ପରୀକ୍ଷଣ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ମୋବାଇଲ୍ ଫୋନ୍ ନିର୍ମାଣ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

July 16, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ବିପଦରେ ଦେଶର ପରମାଣୁ ସୁରକ୍ଷା!: ଲିକ୍ ହେଲା ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ରରୁ ତଥ୍ୟ

July 15, 2026

ଏବେ ୟୁକେରେ ଏହି ଫସଲକୁ ଟିକସମୁକ୍ତ ବିକ୍ରୟ କରିପାରିବେ ଚାଷୀ: ଜାଣନ୍ତୁ ତାଲିକା

July 15, 2026
Latest News

ସେମିକନ୍ ୨.୦କୁ କ୍ୟାବିନେଟ୍ ଅନୁମୋଦନ

July 16, 2026

ବଲାଙ୍ଗିର ଅମୃତ ଭାରତ ଷ୍ଟେସନ: ପରିବର୍ତ୍ତନର ଏକ ନୂତନ ଯାତ୍ରା, ଆଧୁନିକତା ଓ ଐତିହ୍ୟର ସମନ୍ୱୟ

July 16, 2026

ମୋବାଇଲ୍ ଫୋନ୍ ନିର୍ମାଣ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

July 16, 2026

ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି “ସମର୍ପଣ” ୱେବ୍ ପୋର୍ଟାଲର ଶୁଭ ଉନ୍ମୋଚନ

July 16, 2026

ଶିକ୍ଷକ ନିଯୁକ୍ତିରେ ବିଳମ୍ବକୁ ନେଇ ସରକାରଙ୍କୁ ଘେରିଲା ସମନ୍ୱୟ ସମିତି

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.