Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ପ୍ରିୟାର ପ୍ରୀତି ପୀୟୂଷ ପାଇଁ ପୁଲକିତ ପ୍ରାଣ
ଧର୍ମ

ପ୍ରିୟାର ପ୍ରୀତି ପୀୟୂଷ ପାଇଁ ପୁଲକିତ ପ୍ରାଣ

March 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରିୟାର ପ୍ରୀତି ପୀୟୂଷ ପାଇଁ ପୁଲକିତ ପ୍ରାଣ

    

ଡକ୍ଟର ଫକୀର ମୋହନ ନାହାକ

 

ପ୍ରିୟାର ପ୍ରୀତି ପୀୟୂଷ ପାଇଁ ପୁଲକିତ ପ୍ରାଣକୁ, ପ୍ରେମର ପରଶରେ, ପ୍ରଣୟର ପୂଜାରେ ପ୍ରଫୁଲ୍ଲିତ କରିବା ପାଇଁ ପ୍ରକୃତି ପରଷି ଦେଇଛି ଏକ ପ୍ରୀତିମୟ ଉପହାର, ଯାହାର ନାଁ ବସନ୍ତ। ବସନ୍ତ କେବଳ ଏକ ଋତୁ ନୁହେଁ, କି ନୁହେଁ କୌଣସି କାଳଖଣ୍ଡର ଖତିୟାନ । ବସନ୍ତ ଏକ ମଧୁବୋଳା ଅନୁଭବ, ଯେଉଁଠିମିଠା ମିଠା ମଳୟର ମାଦକତାରେ ମାତିଯାଆନ୍ତି ମନ, ମଣିଷ ଆଉ ମାଧବ ।ମଣିଷରୁ ଦେବତା ଯାଏଁ ସମସ୍ତଙ୍କ ପାଇଁ ବସନ୍ତ ଆଣେ ଏକ ଅଭୂତ ଶିହରଣ। କବି ଅନ୍ୟମନସ୍କ ହୁଏ, ସୃଜନର ଅମୃତଧାରା ବହିଯାଏ ଶିଳ୍ପୀ, କଳାକାର, ଚିତ୍ରକରର ସୃଜନୀରେ । ନିଜେ ସମଗ୍ର ସୃଷ୍ଟିର ସ୍ରଷ୍ଟା ସଜେଇ ଦିଅନ୍ତି ନିଜ ସୃଷ୍ଟିକୁ ସଜଫୁଟା ଫୁଲର ତୋରଣରେ, ଆଉ ସମସ୍ତଙ୍କୁ ସମ୍ମୋହିତ କରନ୍ତି ସୁମଧୁର ମଧୁଗନ୍ଧରେ ।

ଶୈଶବର ଶିଶୁଶ୍ରେଣୀରେ ପଢ଼ିଥିବା ମଧୁସୂଦନ ରାଓଙ୍କ ଶିଶୁକବିତାର ଦୁଇ ଧାଡ଼ି – ଫାଲଗୁନ ଚୈତ୍ର ବସନ୍ତରେ .. ମୃଦୁମଳୟ ମନୋହରେ .. .. ଆମ ମନରେ ଆଙ୍କି ଦେଇପାରିଥିଲା ବସନ୍ତର ବିମୋହକ ଚିତ୍ରକୁ । ଠିକ୍ ସେମିତି ଆଦ୍ୟ ଯୌବନରେ ପାଦଥାପିଲା ବେଳକୁ ମହାକବି କାଳିଦାସଙ୍କ ଋତୁସଂହାରରେ ବର୍ଣ୍ଣିତ ବସନ୍ତ ଋତୁର ଚିତ୍ର ସୃଷ୍ଟି କରିଥିଲା ଭିନ୍ନ ଏକ ଛବି ।

ଦ୍ରୁମା ସପୁଷ୍ପାଃ ସଲିଳଂ ସପଦମ୍ , ସ୍ତ୍ରୀୟ ସକାମାଃ ପବନଃ ସୁଗନ୍ଧିଃ

ସୁଖାଃ ପ୍ରଦୋଷାଃ ଦିବସାଶ୍ଚ ରମ୍ୟାଃ, ସର୍ବ ପ୍ରିୟେ ଚାରୁତରଂ ବସନ୍ତେ ।। 

ପୁଷ୍ପମୟ ବୃକ୍ଷରାଜି, ପ୍ରେମମଗ୍ନା ପ୍ରିୟା, ସୁଗନ୍ଧିତ ପବନ, ସୁଖପ୍ରଦ ସନ୍ଧ୍ୟା, ରମଣୀୟ ଦିବସ ଏବଂ ସର୍ବପ୍ରିୟ ପ୍ରକୃତି କେବଳ ବସନ୍ତ ହିଁ ଦେଇପାରେ। ଶସ୍ୟ ଶ୍ୟାମଳା ଧରିତ୍ରୀ ଦେହରେ ସୁନାର ସୋରିଷ, ଅଳସୀର କ୍ଷେତ, ଆମ୍ରବନରେ କୋକିଳର କୂଜନ, ଫୁଲଙ୍କ ପସରାରେ ଭ୍ରମରଙ୍କ ଗୁଞ୍ଜରଣ ଏବଂ ତାହାରି ଉପରେ ସୂର୍ଯ୍ୟଙ୍କ ସୁନେଲି କିରଣ, କାମଦେବଙ୍କଠୁ ବାମଦେବଙ୍କ ଯାଏଁ ସମସ୍ତଙ୍କ ମନରେ ସୃଷ୍ଟିକରେ ଏକ ପ୍ରଲୁବ୍ଧ ଶିହରଣ।  କେବଳ ସେଥିପାଇଁ ତ ବସନ୍ତଙ୍କୁ ମନଭରି ଉପଭୋଗ କରେ ଆକୁମାରୀହିମାଚଳ ଅଖଣ୍ଡ ଭାରତ।  କେଉଁଠି ରଙ୍ଗ ଅବିରର ପର୍ବ ହୋଲି ରୂପରେ ତ ଆଉ କେଉଁଠି ବସନ୍ତରାସ ଭାବେ ଦୋଳଉତ୍ସବ ରୂପରେ। ବସନ୍ତରେ ବିରହ, ବିରହୀ-ବିରହିଣୀଙ୍କୁ ବ୍ୟଥିତ କରେ। ଯେଉଁଥି ପାଇଁ ବସନ୍ତକୁ ବିରହ ନୁହେଁ ବରଂ ମିଳନ ଓ ମେଳଣର ପର୍ବ ଭାବେ ପାଳନ କରାଯାଏ।

ମାଘ ପୂର୍ଣ୍ଣିମା ବା ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମାରେ ଧରାପୃଷ୍ଠରୁ ଶୀତ ଅପସରି ଯାଇଥାଏ ଏବଂ ଗ୍ରୀଷ୍ମଋତୁର ପ୍ରଚଣ୍ଡ ରୌଦ୍ରର ପ୍ରକାଶ ଘଟିନଥାଏ, ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ ନାତିଶୀତୋଷ୍ଣ ଅନୁଭବ ଦେଇ ଆତ୍ମପ୍ରକାଶ କରେ ବସନ୍ତ। ବାତାବରଣ ବିଭୋର କରିଦିଏ ସମସ୍ତଙ୍କୁ। ବସନ୍ତ ପ୍ରଭାବିତ କରେ ଜନଜୀବନକୁ, ସୃଜନଶୀଳତାକୁ ଏବଂ ସର୍ବୋପରି ସାମାଜିକ ସଂସ୍କାର ଓ ସଂସ୍କୃତିକୁ।

( ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ, ଫୋନ୍- 9937252464 )

Dr.Fakir Mohan Nahak ଡକ୍ଟର ଫକୀର ମୋହନ ନାହାକ ଦୋଳ ଉତ୍ସବ ଦୋଳପୂର୍ଣ୍ଣିମା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.