Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାଣପୁର ହିଂସା: ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲା ବିଜେଡ଼ି
ବିଶେଷ ଖବର

ବାଣପୁର ହିଂସା: ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲା ବିଜେଡ଼ି

March 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ବାଣପୁର ହିଂସାକୁ ନେଇ ବିଜେପି ପକ୍ଷରୁ କଡା ନିନ୍ଦା କରିବା ସହ ବଡ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହା ସହ ରାଜ୍ୟ ସରକାରକୁ ମଧ୍ୟ ବିଜେପି ସମାଲୋଚନା କରିଛି। ତେବେ ବିଜେପିର ଏହି ସମାଲୋଚନା ପରେ ବିଜେଡ଼ି ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ବିଜେଡ଼ି ସାଂସଦ ଡା ସସ୍ମିତ ପାତ୍ର ବିଜେପିର ପ୍ରଶ୍ନ ଉପରେ ଉତ୍ତର ରଖିଛନ୍ତି।

ସେ କହିଛନ୍ତି ଯେ, ବିଜେପିର ଆଜି ଯେଉଁ ପ୍ରେସ ବାର୍ତ୍ତାରେ ଦାବି କରିଛି, ତାହା ଉପରେ ବିଜେଡ଼ି ଗତକାଲି ସ୍ପଷ୍ଟିକରଣ ରଖିଛି। ବିଜେଡ଼ି ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡ଼ି ସ୍ପଷ୍ଟ କରିଛି।

କିନ୍ତୁ ଏହାକୁ ବିଜେପି ରାଜନୀତିକରଣ କରିବାକୁ ପ୍ରୟାସ କରୁଛି। ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡା ସଂବିତ ପାତ୍ର ଏହି ଘଟଣାକୁ ରାଜନୀତିକରଣ ନକରିବାକୁ କହିଥିଲେ ମଧ୍ୟ ଏହାକୁ ନେଇ ରାଜନୀତି କରାଯାଉଛି। ତେଣୁ ବିଜେପିର ଏହା ଦୋହରା ନୀତି ବୋଲି ବିଜେଡ଼ି ସାଂସଦ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଗତକାଲି ଏହି ଅଭାବନୀୟ ଘଟଣା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଚିଲିକା ବିଧାୟକ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡା ସଂବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବର୍ବରତାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ପ୍ରଶାନ୍ତ ଜଗଦ୍ଦବେଙ୍କୁ ଦଳରୁ ବହିଷ୍କାର କରିବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ଦାବି କରିଥିଲେ।

ପ୍ରଶାନ୍ତଙ୍କୁ ନିଲମ୍ବନ କରାଯାଇଛି ବୋଲି ଶାସକ ଦଳର ମୁଖପାତ୍ର ସସ୍ମିତ ପାତ୍ର ଗତକାଲି କହିଥିଲେ। ହେଲେ ବାସ୍ତବରେ ତାହା ହୋଇଥିବା ଭଳି ଲାଗୁନଥିଲା। ନିଲମ୍ବନ ସତ୍ତ୍ୱେ ପ୍ରଶାନ୍ତ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ବୋଲି ସମ୍ବିତ ଅଭିଯୋଗ କରିଥିଲେ।

ବାଣପୁର ହିଂସା ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିହାରରୁ ବଡ ଖବର: ବିଜେପିରେ ମିଶିବ କି ଉପେନ୍ଦ୍ର କୁଶୱାହାଙ୍କ ଦଳ?

March 2, 2026

“ପାକିସ୍ତାନୀମାନଙ୍କ ଗ୍ରୀନ୍ କାର୍ଡ ଏବଂ ଭିସା ରଦ୍ଦ ହେଉ”: ଭାରତର ନାମ ନେଇ ଆମେରିକା ନେତାଙ୍କ ଦାବି

March 2, 2026

ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଆନନ୍ଦ

March 2, 2026

ଚମକିଲେ ସଞ୍ଜୁ: ୱେଷ୍ଟଇଣ୍ଡିଜକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ଵକପ ସେମିଫାଇନାଲରେ ପହଞ୍ଚିଲା ଭାରତ

March 1, 2026
Latest News

ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିହାରରୁ ବଡ ଖବର: ବିଜେପିରେ ମିଶିବ କି ଉପେନ୍ଦ୍ର କୁଶୱାହାଙ୍କ ଦଳ?

March 2, 2026

ଘୋଷଣା ହେଲା ଭାରତ-ଆଫଗାନିସ୍ତାନ ଦ୍ୱିପାକ୍ଷିକ ଦିନିକିଆ ସିରିଜ: ଜାଣନ୍ତୁ କାର୍ଯ୍ୟସୂଚୀ

March 2, 2026

“ପାକିସ୍ତାନୀମାନଙ୍କ ଗ୍ରୀନ୍ କାର୍ଡ ଏବଂ ଭିସା ରଦ୍ଦ ହେଉ”: ଭାରତର ନାମ ନେଇ ଆମେରିକା ନେତାଙ୍କ ଦାବି

March 2, 2026

ଖାମେନେଇଙ୍କ ହତ୍ୟା ବିରୋଧରେ ହିଂସାତ୍ମକ ପ୍ରତିବାଦ ଜାରି: ଲୁହବୁହା ଗ୍ୟାସ୍ ମାଡ଼ କଲା ପୋଲିସ 

March 2, 2026

ଟି-୨୦ ବିଶ୍ୱକପ୍ ସମୟରେ ବଡ଼ ସଙ୍କଟ: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ଫସି ରହିଲେ ଏହି ଖେଳାଳି

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.