Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ୱର ସ୍ଥିତ ଏନସିସିସିଡିଏ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗଙ୍କ ପାଇଁ ନିଯୁକ୍ତି ମେଳା
ବିଶେଷ ଖବର

ଭୁବନେଶ୍ୱର ସ୍ଥିତ ଏନସିସିସିଡିଏ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗଙ୍କ ପାଇଁ ନିଯୁକ୍ତି ମେଳା

March 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦିବ୍ୟାଙ୍ଗମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ରୋଜଗାର ମହାନିର୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର, ଭୁବନେଶ୍ୱର ମିଳିତ ଆନୁକୁଲ୍ୟରେ ଏକ ନିଯୁକ୍ତି ମେଳାର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ନିଯୁକ୍ତି ମେଳା ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବା ପାଇଁ  ରାଜ୍ୟର ବିଭିନ୍ନ ସ୍ଥାନରୁ ସମସ୍ତ ପ୍ରାର୍ଥୀ ମାନେ ଏନସିସିସିଡିଏ କାର୍ଯ୍ୟାଳୟ ପରିସରରେ ଏହି ମେଳାରେ ଭାଗ ନେଇଥିଲେ। ଏଥିରେ ଶ୍ରବଣ ଶକ୍ତି ରହିତ ଭିନ୍ନକ୍ଷମମାନଙ୍କ ପାଇଁ ମଧ୍ୟ ପଦବୀ ଥିଲା।

ଏହି କାର୍ଯ୍ୟକ୍ରମରେ ଜିତାମିତ୍ରା ଶତପଥୀ , ପ୍ରିନ୍ସିପାଲ, ସରକାରୀ ଆଇ.ଟି.ଆଇ ମୁଖ୍ୟ ଅତିଥି, ଏବଂ ତପନ କୁମାର ରାଉଳ, ଉପ କ୍ଷେତ୍ରୀୟ ରୋଜଗାର ଅଧିକାରୀ ଅତିଥି ଭାବରେ ଯୋଗ ଦେଇଥିଲେ। ସୁଜିତ କୁମାର ସାହୁ , ସହ ନିର୍ଦ୍ଦେଶକ, ଏନସିସିସିଡିଏ, ଭୁବନେଶ୍ୱର, ସୋନାଲିକା ସୁମନ ଏବଂ ମୀନତି ପଟ୍ଟନାୟକ ଦ୍ୱାରା ସମର୍ଥିତ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରୁ ଯଥା ଫାଇନାନ୍ସ,, ଳୋଜିଷ୍ଟିକ, ନର୍ସିଂ, ମାର୍କେଟିଙ୍ଗ, ଅଟୋ ମୋବାଇଲ, ଇ କମର୍ସ, ଆକାଉନ୍ଟସ, ଟ୍ରାଭେଲ୍ସ,, ଆ.ଇ.ଟି ଆଦି ପ୍ରାୟ ୭୫୦ରୁ ଅଧିକ ପଦବୀ ପାଇଁ ବିଭିନ୍ନ କମ୍ପାନି ମାନେ ଯୋଗଦେଇଛନ୍ତି। ସେଥି ମଧ୍ୟରେ Quess Corp, Randstad India, Sky Automobiles, Trupti group, Quantum Wire Technical services pvt Ltd, Team Success World Wide Youth Icon, L&T Finance, Deevine Nursing, Tatwa Technology, Garg logistics, ଆଦି ୨୬ କମ୍ପାନି ମାନେ ଯୋଗ ଦେଇଛନ୍ତି। ଏହି ନିଯୁକ୍ତି ମେଳାରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ଵ ପ୍ରାର୍ଥୀମାନେ ଯୋଗ ଦେଇଥିଲେ।

ବେକାରୀ ଥିବା ପିଲାମାନେ କେମିତି ନିଜ ଜୀବନ ସ୍ରୋତରେ ନିଯୁକ୍ତି ପାଇବେ ଏବଂ ଏହି ନିଯୁକ୍ତି ମେଳା ତାଙ୍କମାନଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି ଶ୍ରୀମତି ଜିତାମିତ୍ରା କହିଛନ୍ତି। “ଆଜାଦୀ କା ଅମୃତ ମହୋତ୍ସବ ଏକ ବହୁତ ସୁନ୍ଦର ପଦକ୍ଷେପ ଏବଂ ଏହି ନିଯୁକ୍ତି ମେଳା ଦ୍ଵାରା ବହୁତ ପିଲା ମାନେ ନିଜର ସଠିକ ଦିଗ ପାଇ ପାରିବେ” ଶ୍ରୀ ରାଉଳ କହିଛନ୍ତି।

“ପିଲାମାନଙ୍କୁ  ଏବଂ କମ୍ପାନି ମାନଙ୍କୁ ଗୋଟିଏ ଜାଗାରେ ସାକ୍ଷାତ  କରିବା ଏବଂ ନିଯୁକ୍ତି ଆଶାୟୀ ପ୍ରାର୍ଥୀ ଓ ନିଯୁକ୍ତି ଦାତା ମାନଙ୍କ ମଧ୍ୟରେ ଥିବା ଫାଙ୍କା ସ୍ଥାନକୁ କମ କରିବା ଏହି ନିଯୁକ୍ତି ମେଳାର ମୁଖ୍ୟ ଉଦେଶ୍ୟ” ଶ୍ରୀ ସାହୁ କହିଛନ୍ତି।

ଶ୍ରୀ ସାହୁ ସମସ୍ତ ଏମ୍ପ୍ଲୋୟର ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସମସ୍ତ ଚାକିରି ଆଶାୟୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଦିବ୍ୟାଙ୍ଗ ନିଯୁକ୍ତି ମେଳା ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 1, 2026

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026
Latest News

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026

‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବବର୍ଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଗସ୍ତ

August 1, 2026

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 1, 2026

“ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରନ୍ତୁ ନାହିଁ,”: ଇରାନର ବୈଦେଶିକ ମନ୍ତ୍ରୀଙ୍କୁ କହିଲେ ଜୟଶଙ୍କର

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.