Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାରଗୁଡିକ ମନଇଚ୍ଛା ରଖିପାରିବେ ନାହିଁ ବାଉନସର, କମିଶନରେଟ ପୋଲିସର ନିର୍ଦ୍ଦେଶ
ଅପରାଧ

ବାରଗୁଡିକ ମନଇଚ୍ଛା ରଖିପାରିବେ ନାହିଁ ବାଉନସର, କମିଶନରେଟ ପୋଲିସର ନିର୍ଦ୍ଦେଶ

March 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାରଗୁଡିକରେ ମନଇଚ୍ଛା ରଖିପାରିବେ ନାହିଁ ବାଉନସର, କମିଶନରେଟ ପୋଲିସର ନିର୍ଦ୍ଦେଶ

ଭୁବନେଶ୍ୱର : ଦ୍ବୈତନଗରୀ ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ୍‌ ଅଞ୍ଚଳରେ ଥିବା ମଦବାର୍‌ଗୁଡ଼ିକ ଏଣିକି ବାଉନସରଙ୍କୁ ମନଇଚ୍ଛା ରଖିପାରିବେ ନାହିଁ। ବାଉନ୍‌ସରମାନେ ସାଧାରଣ ଗ୍ରାହକଙ୍କ ଜୀବନ ପ୍ରତି ବିପଦ ତଥା ସାମାଜିକ ଶାନ୍ତି ବ୍ୟାହତ ହେବାର ଆଶଙ୍କା ଥିବାରୁ ଏପରି ନିଷ୍ପତି କରିଛି କମିଶନରେଟ ପୋଲିସ। ସେଥିପାଇଁ ଉଭୟ ଭୁବନେଶ୍ୱର ଏବଂ କଟକ ଅଞ୍ଚଳର ବାର୍‌ମାଲିକମାନଙ୍କ ପାଇଁ ପୋଲିସ କମିଶନର ଆସନ୍ତା ଦୁଇମାସ ପର୍ଯ୍ୟନ୍ତ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବାରମାଲିକମାନେ ନିଜ ଅଞ୍ଚଳର ଡିସିପିଙ୍କଠାରୁ ସୁରକ୍ଷା କର୍ମଚାରୀଙ୍କ ସଂପର୍କରେ ଅପରାଧ ପୃଷ୍ଠଭୂମିର ପୂର୍ବ ରେକର୍ଡ ଯାଞ୍ଚ କରିବା ବାଧ୍ୟତାମୂଳକ କରାଯାଇଛି। ପ୍ରାଇଭେଟ୍‌ ସିକ୍ୟୁୟରିଟି ଏଜେନ୍ସିମାନଙ୍କଠାରୁ ବାର୍‌ମାଲିକମାନେ ସୁରକ୍ଷା କର୍ମଚାରୀ ନିୟୋଜିତ କରିପାରିବେ। ନିୟୋଜିତ କରିଥିବା ସୁରକ୍ଷା କର୍ମଚାରୀଙ୍କ ବିଷୟରେ ବାର୍‌ମାଲିକମାନେ ସ୍ଥାନୀୟ ପୋଲିସକୁ ଲିଖିତ ଭାବେ ଜଣାଇବେ।

ଏହି ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ସାଧାରଣ ଆଇନ ପରିସରଭୁକ୍ତ ରହିବେ। ଆବଶ୍ୟକ ପଡିଲେ ୧୧୨ ନମ୍ବରକୁ କଲ କରି ଏହି ସୁରକ୍ଷା କର୍ମଚାରୀମାନଙ୍କ ସୂଚନା ଦେଇପାରିବେ। କୌଣସି ପରିସ୍ଥିତିରେ ମଧ୍ୟ ଏହି ସୁରକ୍ଷାକର୍ମୀମାନେ ଗ୍ରାହକମାନଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରିପାରିବେ ନାହିଁ ।

ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖଠାରୁ ଆସନ୍ତା ମେ ୯ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଏଭଳି ଟଙ୍କାବଣ୍ଟା ନିର୍ବାଚନ କେବେ ଦେଖି ନଥିଲି, ନୂଆପଡା ଉପନିର୍ବାଚନ ନେଇ କହିଲେ ଶ୍ରୀକାନ୍ତ ଜେନା

November 11, 2025

CBI Inquiry: ପୋଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି, ସିବିଆଇ ତଦନ୍ତ ପାଇଁ କେନ୍ଦ୍ରର ଅନୁମତି

November 11, 2025

Modi in Bhutan: ଦିଲ୍ଲୀ ବ୍ଲାଷ୍ଟ ଷଢଯନ୍ତ୍ରକାରୀଙ୍କୁ ଛଡାଯିବ ନାହିଁ, ଭୁଟାନରେ କହିଲେ ପ୍ରଧାନମନ୍ତ୍ରୀ

November 11, 2025

‘ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବ’: ଦିଲ୍ଲୀ ବିସ୍ଫୋରଣ ଉପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି

November 11, 2025
Latest News

ସୋଆରେ ଆନ୍ତର୍ଜାତିକ ସମ୍ମିଳନୀ ‘ଆଜରା -୨୦୨୫’ ଉଦ୍‌ଘାଟିତ

November 11, 2025

ସୋଆ ଆଇଏଏସ୍‌ରେ ମାଣ୍ଡିଆ ଦିବସ ପାଳିତ

November 11, 2025

ଏଭଳି ଟଙ୍କାବଣ୍ଟା ନିର୍ବାଚନ କେବେ ଦେଖି ନଥିଲି, ନୂଆପଡା ଉପନିର୍ବାଚନ ନେଇ କହିଲେ ଶ୍ରୀକାନ୍ତ ଜେନା

November 11, 2025

ନଭେମ୍ବର ୧୭ରୁ ୩୦ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ

November 11, 2025

CBI Inquiry: ପୋଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି, ସିବିଆଇ ତଦନ୍ତ ପାଇଁ କେନ୍ଦ୍ରର ଅନୁମତି

November 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.