Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାରଗୁଡିକ ମନଇଚ୍ଛା ରଖିପାରିବେ ନାହିଁ ବାଉନସର, କମିଶନରେଟ ପୋଲିସର ନିର୍ଦ୍ଦେଶ
ଅପରାଧ

ବାରଗୁଡିକ ମନଇଚ୍ଛା ରଖିପାରିବେ ନାହିଁ ବାଉନସର, କମିଶନରେଟ ପୋଲିସର ନିର୍ଦ୍ଦେଶ

March 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାରଗୁଡିକରେ ମନଇଚ୍ଛା ରଖିପାରିବେ ନାହିଁ ବାଉନସର, କମିଶନରେଟ ପୋଲିସର ନିର୍ଦ୍ଦେଶ

ଭୁବନେଶ୍ୱର : ଦ୍ବୈତନଗରୀ ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ୍‌ ଅଞ୍ଚଳରେ ଥିବା ମଦବାର୍‌ଗୁଡ଼ିକ ଏଣିକି ବାଉନସରଙ୍କୁ ମନଇଚ୍ଛା ରଖିପାରିବେ ନାହିଁ। ବାଉନ୍‌ସରମାନେ ସାଧାରଣ ଗ୍ରାହକଙ୍କ ଜୀବନ ପ୍ରତି ବିପଦ ତଥା ସାମାଜିକ ଶାନ୍ତି ବ୍ୟାହତ ହେବାର ଆଶଙ୍କା ଥିବାରୁ ଏପରି ନିଷ୍ପତି କରିଛି କମିଶନରେଟ ପୋଲିସ। ସେଥିପାଇଁ ଉଭୟ ଭୁବନେଶ୍ୱର ଏବଂ କଟକ ଅଞ୍ଚଳର ବାର୍‌ମାଲିକମାନଙ୍କ ପାଇଁ ପୋଲିସ କମିଶନର ଆସନ୍ତା ଦୁଇମାସ ପର୍ଯ୍ୟନ୍ତ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବାରମାଲିକମାନେ ନିଜ ଅଞ୍ଚଳର ଡିସିପିଙ୍କଠାରୁ ସୁରକ୍ଷା କର୍ମଚାରୀଙ୍କ ସଂପର୍କରେ ଅପରାଧ ପୃଷ୍ଠଭୂମିର ପୂର୍ବ ରେକର୍ଡ ଯାଞ୍ଚ କରିବା ବାଧ୍ୟତାମୂଳକ କରାଯାଇଛି। ପ୍ରାଇଭେଟ୍‌ ସିକ୍ୟୁୟରିଟି ଏଜେନ୍ସିମାନଙ୍କଠାରୁ ବାର୍‌ମାଲିକମାନେ ସୁରକ୍ଷା କର୍ମଚାରୀ ନିୟୋଜିତ କରିପାରିବେ। ନିୟୋଜିତ କରିଥିବା ସୁରକ୍ଷା କର୍ମଚାରୀଙ୍କ ବିଷୟରେ ବାର୍‌ମାଲିକମାନେ ସ୍ଥାନୀୟ ପୋଲିସକୁ ଲିଖିତ ଭାବେ ଜଣାଇବେ।

ଏହି ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ସାଧାରଣ ଆଇନ ପରିସରଭୁକ୍ତ ରହିବେ। ଆବଶ୍ୟକ ପଡିଲେ ୧୧୨ ନମ୍ବରକୁ କଲ କରି ଏହି ସୁରକ୍ଷା କର୍ମଚାରୀମାନଙ୍କ ସୂଚନା ଦେଇପାରିବେ। କୌଣସି ପରିସ୍ଥିତିରେ ମଧ୍ୟ ଏହି ସୁରକ୍ଷାକର୍ମୀମାନେ ଗ୍ରାହକମାନଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରିପାରିବେ ନାହିଁ ।

ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖଠାରୁ ଆସନ୍ତା ମେ ୯ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨,୯୧,୬୬୬ ନୂଆ ଘର

October 15, 2026

ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?

October 15, 2026

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026

ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ

October 15, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨,୯୧,୬୬୬ ନୂଆ ଘର

October 15, 2026

କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କଲା ସୋଆ

October 15, 2026

ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?

October 15, 2026

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026

ଟି-୨୦ କ୍ରିକେଟ: ଲଜ୍ଜାଜନକ ରେକର୍ଡ ତାଲିକାରେ ସାମିଲ ହେଲେ ଶ୍ରେୟସ ଆୟର

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.