Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ବରରେ ଆରମ୍ଭ ହେବ ତିନିଦିନିଆ ଧଉଳି କଳିଙ୍ଗ ମହୋତ୍ସବ, ଦିଆଯିବ ବୁଦ୍ଧ ସମ୍ମାନ
ବିଶେଷ ଖବର

ଭୁବନେଶ୍ବରରେ ଆରମ୍ଭ ହେବ ତିନିଦିନିଆ ଧଉଳି କଳିଙ୍ଗ ମହୋତ୍ସବ, ଦିଆଯିବ ବୁଦ୍ଧ ସମ୍ମାନ

March 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ଆରମ୍ଭ ହେବ ତିନିଦିନିଆ ଧଉଳି କଳିଙ୍ଗ ମହୋତ୍ସବ, ଦିଆଯିବ ବୁଦ୍ଧ ସମ୍ମାନ

ଭୁବନେଶ୍ବର: ଚଳିତ ବର୍ଷ ଧଉଳି କଳିଙ୍ଗ ମହୋତ୍ସବ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ। ଏହି ଉତ୍ସବ ପ୍ରସିଦ୍ଧ ଧଉଳି ପାଦଦେଶରେ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ଓଡିଶା ଡ୍ୟାନସ ଏକାଡେମୀ, ଓଡିଶା ପର୍ଯ୍ୟଟନ ବିଭାଗ ଏବଂ ଆର୍ଟ ଭିଜନର ମିଳିତ ସହଯୋଗରେ ଆୟୋଜିତ ହେଉଛି।

ପ୍ରତି ବର୍ଷ ଫେବୃୟାରୀ ମାସରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ହେଲେ ମହାମାରୀ କାରୋନା କଟକଣା ଯୋଗୁ ଏହି ବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେଉଅଛି । ଧଉଳି- କଳିଙ୍ଗ ମହୋତ୍ସବରେ ନୃତ୍ୟ ଶିଳ୍ପୀମାନେ  ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକ ନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା  ପ୍ରେରଣ କରିଥାଏ ।

ଏହି ଉତ୍ସବର ଏକ ପ୍ରମୁଖ ଲକ୍ଷ୍ୟ ହେଲା ଦେଶର ଯୁବକ ସମାଜ  ବିଶେଷ କରି ଛାତ୍ର ଓ ଛାତ୍ରୀ ମାନଙ୍କୁ  ଭାରତୀୟ ସଂସ୍କୃତିର ମହାନ ଗୌରବୋଜ୍ଜ୍ଵଳ ଐତିହ ଓ ପରମ୍ପରା ବିଷୟରେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସଚେତନ  କରାଇବା ।

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଡ୍ୟାନ୍ସ ଏକାଡେମି ତରଫରୁ ବୁଦ୍ଧ ସମ୍ମାନ ଓ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ, ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପରିଚିତ ପାଇଥିବା କୃତବିଦ୍ୟ ବ୍ୟକ୍ତି ବିଶେଷମାନଙ୍କୁ ପ୍ରଦାନ କରାଯାଉଅଛି।

ବୁଦ୍ଧ ସମ୍ମାନ :

ଏହି ସମ୍ମାନଟି ଦୀର୍ଘ ୧୫ ବର୍ଷ ଧରି ଧଉଳି-କଳିଙ୍ଗ ମହୋତ୍ସବ ମଞ୍ଚରେ ପ୍ରଦାନ କରା ଯାଉଅଛି ।  ପ୍ରତି ବର୍ଷ ଜଣେ  ପ୍ରଥିତ ଯଶା ଶିଳ୍ପୀ ଓ କଳାକାରଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ସହ ସମ୍ମାନ ସ୍ୱରୂପ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥାଏ । ଚଳିତ ବର୍ଷର ସମ୍ମାନ ପାଉଛନ୍ତି ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ଓ ପୂର୍ବତନ କୁଳପତି ପ୍ରଫେସର  ଶୀମତୀ ପ୍ରିୟମ୍ବଦା ମହାନ୍ତି ।

ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ :

ଓଡିଶା ଡ୍ୟାନ୍ସ ଏକାଡ଼େମୀର ପ୍ରତିଷ୍ଠାତା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଉ ଏକ ପ୍ରତିଷ୍ଠିତ ସମ୍ମାନ ଏକାଡେମୀ ଦ୍ଵାରା ୨୦୧୬ ମସିହାରୁ ଓଡିଶୀ ନୃତ୍ୟ, ସଙ୍ଗୀତ, ନାଟକ, ଯନ୍ତ୍ର ସଙ୍ଗୀତ ଓ ଓଡିଶୀ ନୃତ୍ୟ ସହ ଯୋଡିହୋଇ ରହିଥିବା  ଅନ୍ୟାନ୍ୟ ସୃଜନାତ୍ମକ କ୍ଷେତ୍ରରେ ବିଶିଷ୍ଟ ଶିଳ୍ପୀ ତଥା ଓଡିଶୀ ନୃତ୍ୟକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବାରେ ଗୁରୁ ଦାଇତ୍ଵ ନିଭାଇଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରା ଯାଉଛି ।

ଚଳିତ ବର୍ଷ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପାଉଥିବା ବ୍ୟକ୍ତି ବିଶେଷ ମାନେ ହେଲେ ଯଥାକ୍ରମେ ଗୁରୁ ଶ୍ରୀ ଦୂର୍ଗାଚରଣ ରଣବୀର, ଖ୍ୟାତି ସମ୍ପନ୍ନ ଓଡିଶୀ ନୃତ୍ୟଗୁରୁ; ଶ୍ରୀ ଲକ୍ଷ୍ମୀକାନ୍ତ ପାଲିତ, ପ୍ରଥିତଯଶା ସଙ୍ଗୀତଜ୍ଞ; ଶ୍ରୀ ନିତ୍ୟାନନ୍ଦ ମିଶ୍ର , ବିଶିଷ୍ଟ ସଂସ୍କୃତ ବିଷାରଦ ଓ କବି ଏବଂ ସୁଦୂର ଆମେରିକାରେ ଓଡିଶୀକୁ ପ୍ରଚାର ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ନେଇଥିବା ଶ୍ରୀ ସୋମଦତ୍ତ ବେହୁରା । ଏହି ପୁରସ୍କାର ସହ ପ୍ରତ୍ୟେକଙ୍କୁ ସମ୍ମାନ ସ୍ୱରୂପ ୨୫,୦୦୦ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥାଏ ।

ଧଉଳି କଳିଙ୍ଗ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026

କଳିଙ୍ଗନଗରରେ ବଡ଼ ବିପଦର ସଙ୍କେତ! ଭିସିଆଇ କେମିକାଲସ୍‌ କାରଖାନାରେ ଅଗ୍ନିକାଣ୍ଡ, ପ୍ରଶ୍ନରେ ଶିଳ୍ପାଞ୍ଚଳର ସୁରକ୍ଷା ବ୍ୟବସ୍ଥା

June 24, 2026

ପୁରୀରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା 

June 24, 2026

ବିଜେପି ବୁଥ ସଭାପତିଙ୍କୁ ହତ୍ୟା

June 24, 2026
Latest News

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026

ରିପବ୍ଲିକାନ୍ ଶିବିରରେ ଫାଟ? ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

June 24, 2026

କଳିଙ୍ଗନଗରରେ ବଡ଼ ବିପଦର ସଙ୍କେତ! ଭିସିଆଇ କେମିକାଲସ୍‌ କାରଖାନାରେ ଅଗ୍ନିକାଣ୍ଡ, ପ୍ରଶ୍ନରେ ଶିଳ୍ପାଞ୍ଚଳର ସୁରକ୍ଷା ବ୍ୟବସ୍ଥା

June 24, 2026

ଇଥାନଲ୍ ମିଶ୍ରଣ ସମ୍ପର୍କିତ ଭ୍ରମାତ୍ମକ ପୋଷ୍ଟ ଓ ପୁରୁଣା ଚିତ୍ରର ସତ୍ୟତା ନାହିଁ; ସରକାରଙ୍କ ସ୍ପଷ୍ଟୀକରଣ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.