ଏଥର ୮ ରୁ ୧୬ ସପ୍ତାହ ମଧ୍ୟରେ ନିଆଯିବ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍, NTAGI ଗୁରୁତ୍ୱପୂର୍ଣ୍ଣ ସୁପାରିଶ

Published: Mar 20, 2022, 4:50 pm IST

ନୂଆଦିଲ୍ଲୀ: କୋଭିଡିଲ୍ଡ ଟିକା ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ହ୍ରାସ କରିବାକୁ ଟୀକାକରଣ ଉପରେ ଭାରତର ଶୀର୍ଷ ଗୃପ NTAGI ପରାମର୍ଶ ଦେଇଛି। କୋଭିଶିଲ୍ଡ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ବର୍ତ୍ତମାନ ୧୨-୧୬ ସପ୍ତାହ ଅଟେ, ଯାହାକୁ ବର୍ତ୍ତମାନ ୮-୧୬ କୁ ହ୍ରାସ କରିବାକୁ ପରାମର୍ଶ ଦିଆଯାଇଛି। ଟୀକାକରଣ ଉପରେ NTAGI (ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ) ଭରତ ବାୟୋଟେକର କୋଭାକ୍ସିନ୍ ଡୋଜର ପରିବର୍ତ୍ତନ ବିଷୟରେ କୌଣସି ପରାମର୍ଶ ଦେଇନାହାଁନ୍ତି। ପୂର୍ବଭଳି କୋଭାକ୍ସିନ୍ ଟିକାର ଦ୍ୱିତୀୟ ମାତ୍ରା ପ୍ରଥମ ଡୋଜର ୨୮ ଦିନ ପରେ ଦିଆଯାଏ।

ଜାତୀୟ କୋଭିଡ-୧୯ ଟୀକାକରଣ ଅଭିଯାନ ଅଧୀନରେ କୋଭିଶିଲ୍ଡର ସୁପାରିଶ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ସରକାରୀ ସୂତ୍ର ଅନୁସାରେ, “NTAGI ର ସର୍ବଶେଷ ସୁପାରିଶ ପ୍ରୋଗ୍ରାମେଟିକ୍ ତଥ୍ୟରୁ ମିଳିଥିବା ସାଂପ୍ରତିକ ବୈଶିକ ବୈଜ୍ଞାନିକ ପ୍ରମାଣ ଉପରେ ଆଧାରିତ।”

ଅନେକ ଦେଶରେ ବଢୁଥିବା ମାମଲା ମଧ୍ୟରେ ଶୀଘ୍ର ବାକି ଥିବା ଲୋକଙ୍କୁ କୋଭିଶିଲ୍ଡର ଦ୍ୱିତୀୟ ଡୋଜ ଦେବାରେ ଏହି ନିଷ୍ପତ୍ତି ସହାୟକ ହେବ ବୋଲି ସୂତ୍ରରୁ ପ୍ରକାଶ। ମେ ୧୩ ତାରିଖ ୨୦୨୧ରେ, ସରକାର NTAGI ର ସୁପାରିଶକୁ ଆଧାର କରି କୋଭିଡଶିଲ୍ଡ ଟିକାର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ୬-୮ସପ୍ତାହରୁ ୧୨-୧୬ ସପ୍ତାହକୁ ବୃଦ୍ଧି କରିଥିଲେ।

Related posts