Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଶ୍ୱ ବନ ଦିବସ ୨୦୨୨: ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ପାଇଁ ଯୁଗ୍ମ ଜଙ୍ଗଲ ପରିଚାଳନା ଦେଶରେ ନୂଆ
ବିଶେଷ ଖବର

ବିଶ୍ୱ ବନ ଦିବସ ୨୦୨୨: ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ପାଇଁ ଯୁଗ୍ମ ଜଙ୍ଗଲ ପରିଚାଳନା ଦେଶରେ ନୂଆ

March 21, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ୱ ବନ ଦିବସ ୨୦୨୨: ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ପାଇଁ ଯୁଗ୍ମ ଜଙ୍ଗଲ ପରିଚାଳନା ଦେଶରେ ନୂଆ

ଭୁବନେଶ୍ୱର: ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଯୁଗ୍ମ ଜଙ୍ଗଲ ପରିଚାଳନା କାର୍ଯ୍ୟକ୍ରମ ସମଗ୍ର ଦେଶରେ ପଥପ୍ରଦର୍ଶକ ହୋଇଛି । ରାଜ୍ୟ ସରକାରଙ୍କ ୫-‘ଟି’ ଉପକ୍ରମରେ ଏହାର ପରିସରକୁ ଦ୍ୱିଗୁଣିତ କରାଯିବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ଉଲ୍ଲେଖ କରିଛନ୍ତି ।

ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ ୨୦୨୨ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ଶର୍ମା କହିଛନ୍ତି ଯେ ଭାରତବର୍ଷର ସମଗ୍ର ଭୌଗୋଳିକ ଅଞ୍ଚଳର ଜଙ୍ଗଲ ଅଚ୍ଛାଦିତ ହାର ୨୪ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୩୩ ପ୍ରତିଶତରୁ ଅଧିକ ହେବା ଆମ ପାଇଁ ଖୁସୀ ଏବଂ ଗୌରବର ବିଷୟ ।

ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ଛତିଶଗଡ଼ ପରେ ବୃହତ ଜଙ୍ଗଲ ଅଚ୍ଛାଦିତ ଅଞ୍ଚଳ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଚତୁର୍ଥ । ଓଡ଼ିଶାର ହେନ୍ତାଳବନ ଜୈବବିବିଧତାରେ ପରିପୂର୍ଣ୍ଣ । ଡ. ଶର୍ମା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କର୍ମଚାରୀ ଓ ଅଧିକାରୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ ଲୋକମାନଙ୍କ ଜୀବନଜୀବିକା ସୁଯୋଗ ଅଧିକ ସୃଷ୍ଟି କଲେ ଜଙ୍ଗଲ କ୍ଷୟକ୍ଷତି ମଧ୍ୟ କମିଯିବ । ଏଥି ପାଇଁ ଆମକୁ ସ୍ଥାନୀୟ ଅଧିବାସୀମାନଙ୍କ ଜୀବନଜୀବିକା ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ।

ଏ ଦିଗରେ ମିଶନ ଶକ୍ତି ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ସହ ସମନ୍ୱୟ ରକ୍ଷାକରିବା ସହ ଲଘୁ ବନଜାତ ଦ୍ରବ୍ୟ ଯେଭଳି ଅଧିକରୁ ଅଧିକ ଉତ୍ପାଦନ ହୋଇପାରିବ ସେଥିପ୍ରତି ଯନିବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଆଗକୁ ଜଙ୍ଗଲରେ ନିଆଁ ଲାଗିବାର ଅଧିକ ସମ୍ଭାବନାକୁ ଦୃଷ୍ଟିରେ ରଖି ସେଥିପ୍ରତି ସଜାଗ ରହିବାକୁ ଏବଂ ସମୟୋଚିତ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି । ଡ. ଶର୍ମା ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନା ବାବଦର ରାଶି ଯେପରି ସଠିକ ଭାବରେ ଉପଯୋଗ ହେବ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ସ୍ୱାଗତ ଭାଷଣ ପ୍ରଦାନ କରି ପ୍ରଧାନ ମୁଖ୍ୟ ବନସଂରକ୍ଷକ ଏବଂ ବନବାହିନୀ ମୁଖ୍ୟ ଶିଶିର କୁମାର ରଥ କହିଥିଲେ ଯେ ୨୦୦୭ରୁ ୧୫ ବର୍ଷ ଧରି ବର୍ଷକୁ ବର୍ଷ ଆମ ଜଙ୍ଗଲର ବୃଦ୍ଧି ଘଟି ଆସିଛି । ୨୦୨୧ ମସିହା ଜାତୀୟ ସର୍ଭେ ଅନୁଯାୟୀ ରାଜ୍ୟରେ ୩୩%ରୁ ଅଧିକ ଜଙ୍ଗଲ ଅଭିବୃଦ୍ଧି ସହ ଘଞ୍ଚ ଜଙ୍ଗଲ ମଧ୍ୟ ବଢ଼ିଛି । ଜଙ୍ଗଲରୁ ଅଧିକ ଉତ୍ପାଦନ ହାସଲ କରିବା ଏବଂ ଏହାର ବ୍ୟବହାରକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଚଳିତ ବର୍ଷର ବିଷୟବସ୍ତୁ ‘ଜଙ୍ଗଲରୁ ସ୍ଥାୟୀ ଉତ୍ପାଦନ ଏବଂ ଏହାର ବ୍ୟବହାର’ ରଖାଯାଇଛି ବୋଲି ଉଲ୍ଲେଖ କରି ଖୁବ୍‌ଶୀଘ୍ର ରାଜ୍ୟର ସମସ୍ତ ବନଖଣ୍ଡରେ ସ୍ଥାୟୀ ଉତ୍ପାଦନ ନିମନ୍ତେ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ଶଶୀପଲ୍‌ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଆରମ୍ଭରୁ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣର ସ୍ଥିତି ବଦଳିଛି । ରାଜ୍ୟ ଏବେ ଜଙ୍ଗଲ କ୍ଷେତ୍ରରେ ପୋଷଣୀୟ ସ୍ତରରେ ପହଞ୍ଚିଛି । ଆଗରୁ ଗ୍ରାମାଞ୍ଚଳର ଲୋକଙ୍କ ନିମନ୍ତେ ଜୀବନଜୀବିକାର ଅଧିକ ସୁଯୋଗ ନଥିବାରୁ ସେମାନେ ଜଙ୍ଗଲ ଉପରେ ଅଧିକ ନିର୍ଭର କରୁଥିଲେ । ଏବେ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତୈଷୀ ଯୋଜନା ଯୋଗୁଁ ଲୋକମାନଙ୍କର ଜଙ୍ଗଲ ଉପରେ ନିର୍ଭରତା କମିଛି ।

ଯୁଗ୍ମ ଜଙ୍ଗଲ ପରିଚାଳନା କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ଲୋକଙ୍କୁ ଅଧିକ ସଂଶ୍ଳିଷ୍ଟ କରିବା ଦ୍ୱାରା ସେମାନେ ଜଙ୍ଗଲ ସୁରକ୍ଷାରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ସମସ୍ତଙ୍କ ସହଯୋଗରେ ଗୁଣାତ୍ମକ ମାନର ଜଙ୍ଗଲ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି ।
ଏହି ଅବସରରେ ରାଜ୍ୟ ବନ ବିଭାଗର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ବିବରଣୀ ସମ୍ବଳିତ ଏକ ସ୍ମରଣିକା Highlights of Odisha Forestry Sector 2021″ ଏବଂ ଅନ୍ୟ ଏକ ପୁସ୍ତକ State Forestry Award Winners-2022‘ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ଚଳିତ ବର୍ଷ ଦୁଇ ଜଣ ବନାଞ୍ଚଳ ଅଧିକାରୀ, ୬ ଜଣ ବନପାଳ ଏବଂ ୧୨ ଜଣ ବନରକ୍ଷୀଙ୍କୁ ଜଙ୍ଗଲ ଓ ପରିବେଶର ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର, ଫଳକ ଏବଂ ୧୦ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ସହ ‘ରାଜ୍ୟ ବନ ପୁରସ୍କାର ୨୦୨୨’ରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଧାରିତ ଏକ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଉଦ୍‌ଘାଟନ କରିଥିଲେ । ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଶ୍ରୀ ଓମ୍‌ପ୍ରକାଶ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଓଡ଼ିଆ କାବ୍ୟ ପୁରାଣ “ନୃସିଂହାବତାରମ୍” ଉନ୍ମୋଚିତ

April 30, 2026

ବୋଲେରୋ ଗାଡ଼ି ସହ ଗଞ୍ଜେଇ ଜବତ: ଚାଲାଣକାରୀ ଗିରଫ

April 30, 2026
Latest News

SBI କାର୍ଡ ବ୍ୟବହାରକାରୀମାନେ, ଧ୍ୟାନ ଦିଅନ୍ତୁ! ୧ ମଇରୁ ବଦଳୁଛି ନିୟମ

May 1, 2026

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ମଇ ୧ ତାରିଖ ହେଉଛି ଶୁଭ ଦିନ, ବନିଯିବେ ଭାଗ୍ୟବାନ୍

May 1, 2026

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.