Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୁବାଇ ଏକ୍ସପୋରେ ତେଜସ୍‌ କୌଶଳ ବିକାଶ ପ୍ରକଳ୍ପ ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର
ବିଶେଷ ଖବର

ଦୁବାଇ ଏକ୍ସପୋରେ ତେଜସ୍‌ କୌଶଳ ବିକାଶ ପ୍ରକଳ୍ପ ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

March 27, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସମ୍ପ୍ରତି ଦୁବାଇ ଗସ୍ତରେ ଅଛନ୍ତି। ଆଜି ଗସ୍ତର ଦ୍ବିତୀୟ ଦିନରେ ସେ ତେଜସ (ଟ୍ରେନିଂ ଫର ଏମିରେଟ୍ସ ଜବ୍ସ ଏଣ୍ଡ ସ୍କିଲ୍ସ) ଅଭିଯାନର ଶୁଭାରମ୍ଭ କରିଛନ୍ତି। ବିଦେଶରେ ଥିବା ଭାରତୀୟମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେବା ଲାଗି ଏହା ହେଉଛି ଏକ ସ୍କିଲ ଇଣ୍ଡିଆ ଅନ୍ତର୍ଜାତୀୟ ପ୍ରକଳ୍ପ। ଭାରତୀୟମାନଙ୍କୁ କୌଶଳ ବିକାଶ, ପ୍ରମାଣପତ୍ର ପ୍ରଦାନ ଏବଂ ବିଦେଶରେ ନିଯୁକ୍ତି ଦେବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ।  ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଭାରତୀୟ ଶ୍ରମବଳକୁ କୁଶଳୀ ତଥା ବଜାର ଆବଶ୍ୟକତା ଅନୁଯାୟୀ ସକ୍ଷମ କରିବା ନିମନ୍ତେ ମାର୍ଗପ୍ରଶସ୍ତ କରିବା ଲାଗି ତେଜସ ପ୍ରକଳ୍ପ ମାଧ୍ୟମରେ ପ୍ରୟାସ କରାଯିବ।

ପ୍ରକଳ୍ପ ଶୁଭାରମ୍ଭ ଉପଲକ୍ଷେ ଆୟୋଜିତ ସମାରୋହକୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ ଯେ ଭାରତ ଏକ ଯୁବ ଜନସଂଖ୍ୟା ବହୁଳ ଦେଶ। ରାଷ୍ଟ୍ର ନିର୍ମାଣ ଏବଂ ଦେଶର ସମ୍ମାନ ବୃଦ୍ଧି କ୍ଷେତ୍ରରେ ଯୁବପିଢ଼ିଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଥାଏ। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏହି ଯୁବ ଜନସଂଖ୍ୟାକୁ କୌଶଳ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ଆମେ ଗୁରୁତ୍ବାରୋପ କରୁଛୁ, ଯାହାଫଳରେ ଭାରତରୁ ଏକ ବୃହତ କୁଶଳୀ ଶ୍ରମବଳ ସମଗ୍ରକୁ ବିଶ୍ବକୁ ଯୋଗାଇ ଦେବା ସମ୍ଭବ ହୋଇପାରିବ । ଭାରତ ଏବଂ ୟୁଏଇ ମଧ୍ୟରେ ଏକ ଦୃଢ଼ ସହଭାଗିତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ବିଷୟରେ କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଥିଲେ। ଶ୍ରୀ ଠାକୁର ଜୋର ଦେଇ କହିଥିଲେ ଯେ, ତେଜସ ଜରିଆରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୟୁଏଇରେ ୧୦ ହଜାର ଦୃଢ଼ ଭାରତୀୟ ଶ୍ରମଶକ୍ତି ସୃଷ୍ଟି କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଭାରତ ଏବଂ ୟୁଏଇର ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ଜଗତର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ । ପ୍ରଥମେ ସେ ଇ-ଭିଜନର ମିଡିଆ ଓ ମନୋରଞ୍ଜନ ବିଭାଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମିଃ ଓଲିଭର ବ୍ରାମଲେଙ୍କ ସହିତ ଆଲୋଚନା କରିଥିଲେ। ବୈଠକରେ ହଙ୍ଗାମା ଡିଜିଟାଲ ମିଡିଆର ପ୍ରତିଷ୍ଠାତା ନୀରଜ ରାୟ ଏବଂ ଟାଟା ପ୍ଲେର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହରିତ୍‌ ନାଗପାଲ ଯୋଗ ଦେଇଥିଲେ। ଶ୍ରୀ ଠାକୁର କହିଥିଲେ ଯେ, ଆଜାଦୀ କା ଅମୃତ ମୋତ୍ସବ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଲାଗି ଭାରତ ଏବଂ ୟୁଏଇ ମିଳିତ ଭାବେ କାର୍ଯ୍ୟ କରିପାରିବେ। ଏଭିଜିସି କ୍ଷେତ୍ରରେ ସହଭାଗିତା ପାଇଁ ସେ ୟୁଏଇକୁ ନିମନ୍ତ୍ରଣ କରିଥିଲେ ଏବଂ କହିଥିଲେ ଯେ ଆବଶ୍ୟକ ହେଲେ ଏଥିପାଇଁ ନୀତିଗତ କ୍ଷେତ୍ରରେ କେତେକ ପରିବର୍ତ୍ତନ ମଧ୍ୟ କରାଯାଇପାରିବ।

କେନ୍ଦ୍ର ମନ୍ତ୍ରୀ ମଧ୍ୟ କବୀର ଖାନ ଏବଂ ଶ୍ରୀ ପ୍ରିୟଦର୍ଶନଙ୍କ ଭଳି ପ୍ରମୁଖ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ। ଆବୁଧାବି ଚଳଚ୍ଚିତ୍ର ଆୟୋଗର ଆୟୁକ୍ତ ମିଃ ହନ୍ସ ଫ୍ରାଇକିନଙ୍କୁ ମଧ୍ୟ ଶ୍ରୀ ଠାକୁର ସାକ୍ଷାତ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ଆଲୋକପାତ କରି କହିଥିଲେ ଯେ ଦୁବାଇ ଏକ୍ସପୋର ଇଣ୍ଡିଆ ପାଭିଲିଅନରେ ହେଉଥିବା ଭିଡ଼ ଭାରତର ଗଣମାଧ୍ୟମ ଶକ୍ତିର ପ୍ରମାଣ ଦେଉଛି। ଶ୍ରୀ ଠାକୁର କହିଥିଲେ ଯେ ଭାରତକୁ ବିଶ୍ବସ୍ତରରେ ପ୍ରତିଷ୍ଠିତ କରିବା ଲାଗି ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି। ଆମର ପୋଷ୍ଟ ପ୍ରଡକ୍ସନ କ୍ଷମତା ଏବଂ ପ୍ରତିଭା ବର୍ତ୍ତମାନ ବିଶ୍ବସ୍ତରୀୟ ହୋଇପାରିଛି। ଭାରତରେ ଆର୍କାଇଭ୍‌ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଥିବା ନେଇ କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିବା ସହ ଉପସ୍ଥିତ ଲୋକମାନଙ୍କୁ ଏ କ୍ଷେତ୍ରରେ ମନୋନିବେଶ ପାଇଁ ଆମନ୍ତ୍ରଣ କରିଥିଲେ।

ଶ୍ରୀ ଠାକୁର ଦୁବାଇ ଏକ୍ସପୋର ଇଣ୍ଡିଆ ପାଭିଲିଅନ ପରିଦର୍ଶନ କରିବା ସହିତ ସେଠାରେ ୟୁଏଇ ସରକାରରେ ଅନ୍ତର୍ଜାତୀୟ ସହଯୋଗ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ରୀମ୍‌ ଅଲ୍‌ ହଶିମୀଙ୍କ ସହିତ ଆଲୋଚନା କରିଥିଲେ।

ଦୁବାଇ ଏକ୍ସପୋରେ ପହଞ୍ଚିବା ପରେ, ସୁଦୃଶ୍ୟ ଭାରତୀୟ ପାଭିଲିଅନ ବାହାରେ ଉତ୍ସାହୀ ପ୍ରବାସୀ ଭାରତୀୟମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଅଭିବାଦନ ଜଣାଇଥିଲେ।

ଶେଷରେ ଅନୁରାଗ ଠାକୁର ଦୁବାଇ ଏକ୍ସପୋ ପରିସରରେ ଥିବା ୟୁଏଇ, ସାଉଦୀ ଆରବ ଏବଂ ଇଟାଲୀ ଆଦି ଦେଶର ପାଭିଲିଅନ ବୁଲି ଦେଖିଥିଲେ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର
Share. Facebook Twitter LinkedIn Email WhatsApp Copy Link

Related Posts

President’s Address in Assembly: ଆଚରଣ ଠିକ୍ ରଖିବାକୁ ବିଧାୟକଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି

November 27, 2025

ଅପରେସନ ସିନ୍ଦୁର ପରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରଶଂସକ ହେଲେ ଅନେକ ଦେଶ: କିଣିବ ଏହି ମୁସଲିମ ଦେଶ!

November 27, 2025

President in Odisha Assambly: ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କରାଗଲା ସ୍ବତନ୍ତ୍ର ବ୍ୟବସ୍ଥା

November 27, 2025

ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 27, 2025
Latest News

ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରନ୍ତୁ ସରକାର: ସମନ୍ୱୟ ସମିତି

November 27, 2025

ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ: ଆସାମ ବିଧାନସଭାରେ ଆଗତ ହେଲା ବିଲ୍

November 27, 2025

ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

November 27, 2025

IITF 2025: ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

November 27, 2025

President’s Address in Assembly: ଆଚରଣ ଠିକ୍ ରଖିବାକୁ ବିଧାୟକଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.