Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୁବାଇ ଏକ୍ସପୋରେ ତେଜସ୍‌ କୌଶଳ ବିକାଶ ପ୍ରକଳ୍ପ ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର
ବିଶେଷ ଖବର

ଦୁବାଇ ଏକ୍ସପୋରେ ତେଜସ୍‌ କୌଶଳ ବିକାଶ ପ୍ରକଳ୍ପ ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

March 27, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସମ୍ପ୍ରତି ଦୁବାଇ ଗସ୍ତରେ ଅଛନ୍ତି। ଆଜି ଗସ୍ତର ଦ୍ବିତୀୟ ଦିନରେ ସେ ତେଜସ (ଟ୍ରେନିଂ ଫର ଏମିରେଟ୍ସ ଜବ୍ସ ଏଣ୍ଡ ସ୍କିଲ୍ସ) ଅଭିଯାନର ଶୁଭାରମ୍ଭ କରିଛନ୍ତି। ବିଦେଶରେ ଥିବା ଭାରତୀୟମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେବା ଲାଗି ଏହା ହେଉଛି ଏକ ସ୍କିଲ ଇଣ୍ଡିଆ ଅନ୍ତର୍ଜାତୀୟ ପ୍ରକଳ୍ପ। ଭାରତୀୟମାନଙ୍କୁ କୌଶଳ ବିକାଶ, ପ୍ରମାଣପତ୍ର ପ୍ରଦାନ ଏବଂ ବିଦେଶରେ ନିଯୁକ୍ତି ଦେବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ।  ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଭାରତୀୟ ଶ୍ରମବଳକୁ କୁଶଳୀ ତଥା ବଜାର ଆବଶ୍ୟକତା ଅନୁଯାୟୀ ସକ୍ଷମ କରିବା ନିମନ୍ତେ ମାର୍ଗପ୍ରଶସ୍ତ କରିବା ଲାଗି ତେଜସ ପ୍ରକଳ୍ପ ମାଧ୍ୟମରେ ପ୍ରୟାସ କରାଯିବ।

ପ୍ରକଳ୍ପ ଶୁଭାରମ୍ଭ ଉପଲକ୍ଷେ ଆୟୋଜିତ ସମାରୋହକୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ ଯେ ଭାରତ ଏକ ଯୁବ ଜନସଂଖ୍ୟା ବହୁଳ ଦେଶ। ରାଷ୍ଟ୍ର ନିର୍ମାଣ ଏବଂ ଦେଶର ସମ୍ମାନ ବୃଦ୍ଧି କ୍ଷେତ୍ରରେ ଯୁବପିଢ଼ିଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଥାଏ। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏହି ଯୁବ ଜନସଂଖ୍ୟାକୁ କୌଶଳ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ଆମେ ଗୁରୁତ୍ବାରୋପ କରୁଛୁ, ଯାହାଫଳରେ ଭାରତରୁ ଏକ ବୃହତ କୁଶଳୀ ଶ୍ରମବଳ ସମଗ୍ରକୁ ବିଶ୍ବକୁ ଯୋଗାଇ ଦେବା ସମ୍ଭବ ହୋଇପାରିବ । ଭାରତ ଏବଂ ୟୁଏଇ ମଧ୍ୟରେ ଏକ ଦୃଢ଼ ସହଭାଗିତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ବିଷୟରେ କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଥିଲେ। ଶ୍ରୀ ଠାକୁର ଜୋର ଦେଇ କହିଥିଲେ ଯେ, ତେଜସ ଜରିଆରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୟୁଏଇରେ ୧୦ ହଜାର ଦୃଢ଼ ଭାରତୀୟ ଶ୍ରମଶକ୍ତି ସୃଷ୍ଟି କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଭାରତ ଏବଂ ୟୁଏଇର ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ଜଗତର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ । ପ୍ରଥମେ ସେ ଇ-ଭିଜନର ମିଡିଆ ଓ ମନୋରଞ୍ଜନ ବିଭାଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମିଃ ଓଲିଭର ବ୍ରାମଲେଙ୍କ ସହିତ ଆଲୋଚନା କରିଥିଲେ। ବୈଠକରେ ହଙ୍ଗାମା ଡିଜିଟାଲ ମିଡିଆର ପ୍ରତିଷ୍ଠାତା ନୀରଜ ରାୟ ଏବଂ ଟାଟା ପ୍ଲେର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହରିତ୍‌ ନାଗପାଲ ଯୋଗ ଦେଇଥିଲେ। ଶ୍ରୀ ଠାକୁର କହିଥିଲେ ଯେ, ଆଜାଦୀ କା ଅମୃତ ମୋତ୍ସବ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଲାଗି ଭାରତ ଏବଂ ୟୁଏଇ ମିଳିତ ଭାବେ କାର୍ଯ୍ୟ କରିପାରିବେ। ଏଭିଜିସି କ୍ଷେତ୍ରରେ ସହଭାଗିତା ପାଇଁ ସେ ୟୁଏଇକୁ ନିମନ୍ତ୍ରଣ କରିଥିଲେ ଏବଂ କହିଥିଲେ ଯେ ଆବଶ୍ୟକ ହେଲେ ଏଥିପାଇଁ ନୀତିଗତ କ୍ଷେତ୍ରରେ କେତେକ ପରିବର୍ତ୍ତନ ମଧ୍ୟ କରାଯାଇପାରିବ।

କେନ୍ଦ୍ର ମନ୍ତ୍ରୀ ମଧ୍ୟ କବୀର ଖାନ ଏବଂ ଶ୍ରୀ ପ୍ରିୟଦର୍ଶନଙ୍କ ଭଳି ପ୍ରମୁଖ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ। ଆବୁଧାବି ଚଳଚ୍ଚିତ୍ର ଆୟୋଗର ଆୟୁକ୍ତ ମିଃ ହନ୍ସ ଫ୍ରାଇକିନଙ୍କୁ ମଧ୍ୟ ଶ୍ରୀ ଠାକୁର ସାକ୍ଷାତ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ଆଲୋକପାତ କରି କହିଥିଲେ ଯେ ଦୁବାଇ ଏକ୍ସପୋର ଇଣ୍ଡିଆ ପାଭିଲିଅନରେ ହେଉଥିବା ଭିଡ଼ ଭାରତର ଗଣମାଧ୍ୟମ ଶକ୍ତିର ପ୍ରମାଣ ଦେଉଛି। ଶ୍ରୀ ଠାକୁର କହିଥିଲେ ଯେ ଭାରତକୁ ବିଶ୍ବସ୍ତରରେ ପ୍ରତିଷ୍ଠିତ କରିବା ଲାଗି ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି। ଆମର ପୋଷ୍ଟ ପ୍ରଡକ୍ସନ କ୍ଷମତା ଏବଂ ପ୍ରତିଭା ବର୍ତ୍ତମାନ ବିଶ୍ବସ୍ତରୀୟ ହୋଇପାରିଛି। ଭାରତରେ ଆର୍କାଇଭ୍‌ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଥିବା ନେଇ କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିବା ସହ ଉପସ୍ଥିତ ଲୋକମାନଙ୍କୁ ଏ କ୍ଷେତ୍ରରେ ମନୋନିବେଶ ପାଇଁ ଆମନ୍ତ୍ରଣ କରିଥିଲେ।

ଶ୍ରୀ ଠାକୁର ଦୁବାଇ ଏକ୍ସପୋର ଇଣ୍ଡିଆ ପାଭିଲିଅନ ପରିଦର୍ଶନ କରିବା ସହିତ ସେଠାରେ ୟୁଏଇ ସରକାରରେ ଅନ୍ତର୍ଜାତୀୟ ସହଯୋଗ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ରୀମ୍‌ ଅଲ୍‌ ହଶିମୀଙ୍କ ସହିତ ଆଲୋଚନା କରିଥିଲେ।

ଦୁବାଇ ଏକ୍ସପୋରେ ପହଞ୍ଚିବା ପରେ, ସୁଦୃଶ୍ୟ ଭାରତୀୟ ପାଭିଲିଅନ ବାହାରେ ଉତ୍ସାହୀ ପ୍ରବାସୀ ଭାରତୀୟମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଅଭିବାଦନ ଜଣାଇଥିଲେ।

ଶେଷରେ ଅନୁରାଗ ଠାକୁର ଦୁବାଇ ଏକ୍ସପୋ ପରିସରରେ ଥିବା ୟୁଏଇ, ସାଉଦୀ ଆରବ ଏବଂ ଇଟାଲୀ ଆଦି ଦେଶର ପାଭିଲିଅନ ବୁଲି ଦେଖିଥିଲେ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର
Share. Facebook Twitter LinkedIn Email WhatsApp Copy Link

Related Posts

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

“ବନ୍ଦେ ମାତରମ୍” ବିବାଦ: କଂଗ୍ରେସ ନିଷ୍ପତ୍ତିରେ କ୍ଷୁବ୍ଧ ବିଜେପି, ପାସ୍ କଲା ପ୍ରସ୍ତାବ

August 22, 2026
Latest News

ଦିଲ୍ଲୀରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ: ଆଖିକୁ ଫିଙ୍ଗିଲେ ଲଙ୍କା ପାଉଡର

August 23, 2026

ଅଗଷ୍ଟରେ ସୁନାର ମୂଲ୍ୟ ୧୦ ହଜାରରୁ ଅଧିକ ବୃଦ୍ଧି: ଉଚ୍ଚ ସ୍ତରରେ ରୂପା ଦର

August 23, 2026

ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କୁ ଲୁଟ: ୧୦ ଲକ୍ଷରୁ ଅଧିକ ଗହଣା ନେଇ ଫେରାର

August 23, 2026

ଆରକ୍ଷଣକୁ ନେଇ ଦିଲ୍ଲୀରୁ ବିହାର ଯାଏଁ ତାତି: ମନ୍ତ୍ରୀଙ୍କ ମୁହଁରୁ ଆସିଲା ବଡ଼ ବୟାନ

August 23, 2026

ଭାରତରେ ବଢ଼ୁଛି ମଧୁମେହ-ମୋଟପାର ବୋଝ: ଜୀବନଶୈଳୀ ରୋଗ ନେଇ ବଢ଼ିଲା ଚିନ୍ତା

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.