Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»“ଯଦି ଆପଣ ବିବାହିତ, ତେବେ ଏହାକୁ ନିଶ୍ଚୟ ପଢନ୍ତୁ… ଆନନ୍ଦ ଆସିବ”
ଜୀବନ ଶୈଳୀ

“ଯଦି ଆପଣ ବିବାହିତ, ତେବେ ଏହାକୁ ନିଶ୍ଚୟ ପଢନ୍ତୁ… ଆନନ୍ଦ ଆସିବ”

March 29, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
"ଯଦି ଆପଣ ବିବାହିତ, ତେବେ ଏହାକୁ ନିଶ୍ଚୟ ପଢନ୍ତୁ... ଆନନ୍ଦ ଆସିବ"

Happy Anniversary : କଲେଜରେ “ହାପି ମ୍ୟାରେଡ୍ ଲାଇଫ୍ ” ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା, ଯେଉଁଥିରେ କେତେ ଜଣ ଦମ୍ପତି ଅଂଶଗ୍ରହଣ କରିଥିଲେ। ଯେଉଁ ସମୟରେ ପ୍ରଫେସର ମଞ୍ଚ ଉପରକୁ ଆସିଲେ, ସେତେବେଳେ ସେ ଦେଖିବାକୁ ପାଇଲେ ସମସ୍ତେ ନିଜ ଭିତରେ ଥଟ୍ଟା ମଜା କରୁଥିଲେ। ଏହା ଦେଖି ପ୍ରଫେସର ଜଣଙ୍କ ସମସ୍ତଙ୍କୁ କହିଲେ ଚାଲ ପ୍ରଥମେ ଗୋଟିଏ ଖେଳ ଖେଳିବା। ତାପରେ ଆଜିର ବିଷୟରେ ଆଲୋଚନା କରିବା।

ସମସ୍ତେ ଖୁସି ହୋଇ ପଚାରିଲେ, କି ପ୍ରକାର ଖେଳ ସାର୍ ?

ପ୍ରଫେସର ଜଣେ ବିବାହିତା ମହିଳାଙ୍କୁ ଛିଡ଼ା ହେବାପାଇଁ କହିଲେ ଏବଂ କଳାପଟାରେ ତୁମକୁ ଅଧିକ ଭଲପାଉଥିବା ୨୫-୩୦ ଜଣଙ୍କ ନାଁ ଲେଖିବାକୁ କହିଲେ। ମହିଳା ଜଣଙ୍କ ପ୍ରଥମେ ନିଜ ପରିବାର ଲୋକଙ୍କ ନାଁ ଲେଖିଲା। ତାପରେ ନିଜ କୁଟୁମ୍ବ, ସାଙ୍ଗ ସାଥୀ, ତାପରେ ପଡୋଶୀ ତଥା ନିଜ ସହକର୍ମୀମାନଙ୍କ ନାଁ ଲେଖିଦେଲା। ତାପରେ ପ୍ରଫେସର ସେମାନଙ୍କ ମଧ୍ୟରୁ କମ୍ ପସନ୍ଦ କରୁଥିବା ୫ ଜଣଙ୍କ ନାଁ ଲିଭାଇବା ପାଇଁ କହିଲେ।

ମହିଳା ଜଣଙ୍କ ପ୍ରଥମେ ନିଜର ୫ ଜଣ ସହକର୍ମୀଙ୍କ ନାଁ ଲିଭାଇଦେଲା। ପ୍ରଫେସର ଆଉ ୫ ଜଣଙ୍କ ନାଁ ଲିଭାଇବା ପାଇଁ କହିଲେ। ସେ ଅଳ୍ପ ସମୟ ଭାବି ନିଜ ପଡୋଶୀ ମାନଙ୍କ ନାଁ ଗୁଡ଼ିକ ଲିଭାଇଦେଲା। ଏବେ ପ୍ରଫେସର ଆଉ ୧୦ ଜଣଙ୍କ ନାଁ ଲିଭାଇବା ପାଇଁ କହିଲେ। ଝିଅଟି ନିଜ କୁଟୁମ୍ବୀ ତଥା ସାଙ୍ଗସାଥୀ ମାନଙ୍କ ନାଁ ଗୁଡ଼ିକ ଲିଭାଇଦେଲା। ଶେଷରେ କଳାପଟାରେ ମାତ୍ର ୪ ଜଣଙ୍କ ନାଁ ଥିଲା। ସେମାନଙ୍କ ମଧ୍ୟରେ ମା’, ବାପା, ସ୍ଵାମୀ ଓ ପୁଅ ଙ୍କ ନାଁ। ଏବେ ପ୍ରଫେସର ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ନାଁ ଲିଭାଇବା ପାଇଁ କହିଲେ।

ମହିଳା ଜଣଙ୍କ ଏବେ ଟିକେ ଅଡ଼ୁଆରେ ପଡ଼ିଗଲା। ବହୁତ ଭାବିଚିନ୍ତି ଦୁଃଖ ଭରା ବଦନରେ ନିଜ ବାପା ମା’ଙ୍କ ନାଁ ଦୁଇଟି ଲିଭାଇଦେଲା। ହଲ୍ ରେ ଉପସ୍ଥିତ ଥିବା ସମସ୍ତେ ସ୍ତବ୍ଧ ହେଇଗଲେ, କାରଣ ଏହି ଖେଳଟି କେବଳ ସେ ଝିଅଟି ଏକା ଖେଳୁ ନା ଥିଲା। ସମସ୍ତଙ୍କ ମନରେ ସେଇ ଗୋଟିଏ ଖେଳ ଚାଲୁଥିଲା।

ଆଉ ମାତ୍ର ୨ ଟି ନାଁ କଳାପଟାରେ ଦେଖାଯାଉଥିଲା। ସ୍ଵାମୀ ଓ ପୁତ୍ର। ପ୍ରଫେସର ଶେଷଥର ପାଇଁ ଏମାନଙ୍କ ମଧ୍ୟରୁ ଜଣଙ୍କ ନାଁ ଲିଭାଇ ଦେବା ପାଇଁ ତାଙ୍କୁ କହିଲେ। ସେ ପ୍ରଫେସର ଙ୍କ ଆଦେଶ ଶୁଣି ଅବାକ୍ ହେଇଗଲା ! ସେ ବହୁତ ଭାବିଚିନ୍ତି କାନ୍ଦି କାନ୍ଦି ଶେଷରେ ନିଜ ପୁଅ ର ନାଁ କୁ କଳାପଟାରୁ ଲିଭାଇ ଦେଲା।

ଏହା ପରେ ପ୍ରଫେସର ମହିଳାଙ୍କୁ ନିଜ ଜାଗାରେ ବସିବା ପାଇଁ କହିଲେ ଏବଂ ସମସ୍ତଙ୍କ ଆଡ଼କୁ ଚାହିଁ ପଚାରିଲେ। କେହି ଜଣେ ଉତ୍ତର ଦେଇ ପାର କି , ଏମିତି କାହିଁକି ହେଲା ? କେବଳ ସ୍ଵାମୀଙ୍କ ନାଁ କଳାପଟାରେ ରହିଲା ! କେହି ଉତ୍ତର ଦେଇ ପାରିଲେନି। ସମସ୍ତେ ତଳକୁ ମୁଣ୍ଡ ନୁଆଇଁ ବସିଥାନ୍ତି।

ପ୍ରଫେସର ଜଣଙ୍କ ପୁଣିଥରେ ସେହି ମହିଳାଙ୍କୁ ଛିଡ଼ା କରାଇ ଏପରି କାହିଁକି କଲ ବୋଲି ପଚାରିଲେ। ଯିଏ ତୁମ କୁ ଜନ୍ମ ଦେଇ ପାଳି ପୋଷି ଏତେ ବଡ଼ କଲେ ତୁମେ ତାଙ୍କ ନାଁ କୁ ଲିଭାଇ ଦେଲ। ବାପ ମା’ଙ୍କ କଥା ପଛରେ ଥାଉ ନିଜ ଗର୍ଭରୁ ଜନ୍ମ ଦେଇଥିବା ସନ୍ତାନର ନାଁ କୁ ମଧ୍ୟ ତୁମେ ଲିଭାଇ ଦେଲ କାହିଁକି ?

ମହିଳା ଜଣଙ୍କ ଉତ୍ତର ଦେଲେ…

ବାପା ମା ବୁଢ଼ା ହେଇଗଲେଣି। କିଛି ଦିନ ପରେ ସେମାନେ ମୋତେ ତଥା ଏ ଦୁନିଆ କୁ ଛାଡି ଚାଲିଯିବେ। ଏହାର କୈ।ଣସି ମାନେ ନାହିଁ କି ବିବାହ ପରେ ପୁଅ ମୋ ସହିତ ରହିବ, କିନ୍ତୁ ମୋ ସ୍ଵାମୀ ମୋ ଶରୀରରେ ଜୀବ ଥିବା ପର୍ଯ୍ୟନ୍ତ ମୋ ଜୀବନ ର ଅର୍ଦ୍ଧେକ ହୋଇ ସର୍ବଦା ମୋ ସାଥୀରେ ଥିବେ। ଏଣୁ ମୋ ପାଇଁ ମୋ ପତି ସବୁଠାରୁ ଉର୍ଦ୍ଧ୍ବରେ ଅଟନ୍ତି। ପ୍ରଫେସରଙ୍କ ସହିତ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କ ତାଳି ମାଡ଼ରେ ଝିଅଟି କୁ ସଲାମୀ ଦେଲେ। ପ୍ରଫେସର କହିଲେ ତୁମେ ବିଲକୁଲ ଠିକ୍ ଉତ୍ତର ଦେଇଛ। ତୁମେ ଅନ୍ୟ ସମସ୍ତଙ୍କ ବିନା ରହିପାର କିନ୍ତୁ ନିଜ ସ୍ବାମୀଙ୍କ ବିନା ଅସମ୍ପୂର୍ଣ୍ଣ ଅଟ।

ମଜା ମଜଲିସ୍ ତ ଠିକ୍ କଥା କିନ୍ତୁ ସମସ୍ତ ମଣିଷର ନିଜ ଜୀବନସାଥୀ ହିଁ ହେଉଛି ଏ ପୃଥିବୀର ସବୁଠାରୁ ତା ପାଇଁ ଇଶ୍ୱର ଦେଇଥିବା ଶ୍ରେଷ୍ଠ ଉପହାର l ଏହା ବାସ୍ତବ ଅଟେ। କେବେ ଭୁଲନ୍ତୁ ନାହିଁ ଜୀବନରେ।

“ଜୀବନ ସାଥୀରେ ସିଏ, ଜୀବନ ପରେ ସିଏ !”

ଦମ୍ପତି
Share. Facebook Twitter LinkedIn Email WhatsApp Copy Link

Related Posts

‘ରବି ଅଭିଯାନ ୨୦୨୬’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 29, 2026

MMDR Act କୁ ବିରୋଧ କରି ରାଜ ରାସ୍ତାରେ ଗର୍ଜ୍ଜନ କଲା ବିଜେଡି, ଯୋଗ ଦେଲେ ନବୀନ

September 28, 2026

ବିଜୟଙ୍କ ବିଜୟର କାରଣ ସିଆଇଆର୍?: ଦାବି ଉପରେ ଚିଦାମ୍ବରମ୍‌ଙ୍କ ବଡ଼ ବୟାନ

September 28, 2026

UPI ମାମଲା: RBI ଏବଂ କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

September 28, 2026
Latest News

ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ ୨୦୨୬ରେ ୧୦ମ ସ୍ଥାନ ହାଲ କଲା ଭାରତ

September 29, 2026

ସୁପ୍ରିମକୋର୍ଟଙ୍କ କଠୋର ପରାମର୍ଶ: ଟ୍ରାଫିକ୍ ଚାଲାଣ ନଦେଲେ କଟିବ ବିଜୁଳି ସଂଯୋଗ

September 29, 2026

ଡବ୍ଲ୍ୟୁପିଏଲ୍ ୨୦୨୭: ରିଟେନ୍-ରିଲିଜ୍ ତାଲିକା ପ୍ରକାଶ, ଅକ୍ଟୋବର ୨୮ରେ କୋଚିରେ ମିନି ଅକ୍ସନ୍

September 29, 2026

‘ରବି ଅଭିଯାନ ୨୦୨୬’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 29, 2026

‘ପ୍ରହାର-ସିଟି ନୀତି ଏବଂ ରଣନୀତି’ ଉପରେ ଏକ ସମ୍ମିଳନୀକୁ ଉଦଘାଟନ କଲେ ଅମିତ ଶାହ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.