Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଲର୍ଣ୍ଣିଂ ଟ୍ରି ଏକାଡେମୀ ଉଦ୍ଘାଟିତ, ଜାଣନ୍ତୁ ଏହା କଣ
ବିଶେଷ ଖବର

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଲର୍ଣ୍ଣିଂ ଟ୍ରି ଏକାଡେମୀ ଉଦ୍ଘାଟିତ, ଜାଣନ୍ତୁ ଏହା କଣ

March 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ତିଗିରିଆରେ ଲର୍ଣ୍ଣିଂ ଟ୍ରି ଏକାଡେମୀ ଉଦ୍ଘାଟିତ, ଜାଣନ୍ତୁ ଏହା କଣ

ଆଠଗଡ଼: ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ତିଗିରିଆର ନୂଆସଡ଼କଠାରେ ସି.ବି.ଏସ୍.ଇ. ଅନୁବନ୍ଧିତ ବିଦ୍ୟାଳୟ ଲର୍ଣ୍ଣିଂ ଟ୍ରି ଏକାଡ଼େମୀକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗତକାଲି ଅପରାହ୍ନରେ ଉଦ୍ଘାଟନ କରିଛନ୍ତି। ନିଜର ଉଦ୍ଘାଟନୀ ଅଭିଭାଷଣରେ ଶ୍ରୀ ମହାପାତ୍ର କହିଥିଲେ ଯେ ଗ୍ରାମାଞ୍ଚଳରେ ସି.ବି.ଏସ୍.ଇ. ଅନୁବନ୍ଧିତ ବିଦ୍ୟାଳୟ ନୂତନତାର ବାର୍ତ୍ତାବହ। ଘରୋଇ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷାପ୍ରଦାନରେ ବିଶେଷ ସହାୟକ ହେବ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଗ୍ରାମାଞ୍ଚଳରେ ପିଲାମାନଙ୍କୁ ସହରାଞ୍ଚଳର ଯେ କୌଣସି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ସହ ସମକକ୍ଷ କରିବା ନିମନ୍ତେ ରାଜ୍ୟ ସରକାର ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ କ୍ଲାସ୍ ରୁମ୍, ସ୍ମାର୍ଟ ଲାଇବ୍ରେରୀ, ଆଧୂନିକ ଦୃଶ୍ୟ-ଶ୍ରାବ୍ୟ ବୈଷୟିକ କୌଶଳ ମାଧ୍ୟମରେ ଶିକ୍ଷା ଆଦି ବ୍ୟବସ୍ଥା ସହ ପ୍ରାୟ ୩୦୦୦ ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇଛି।

୮୦୦୦ ବିଦ୍ୟାଳୟକୁ ରୂପାନ୍ତରିତ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ ଆରମ୍ଭ କରାଯାଇଛି। ସରକାରଙ୍କ ପ୍ରଚେଷ୍ଟା ସହ ଘରୋଇ ଉଦ୍ୟମ ମାଧ୍ୟମରେ ତିଗିରିଆ କ୍ଲବ୍ରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠା କରିଥିବାରୁ ପ୍ରତିଷ୍ଠାତା ସେକ୍ ଅବଦୁଲ୍ ଅଜିମ୍ ଏବଂ ତାଙ୍କର ସହଯୋଗୀମାନଙ୍କୁ ଶ୍ରୀ ମହାପାତ୍ର ସାଧୁବାଦ ଜଣାଇଥିଲେ।

ଆଠଗଡ଼ର ଉପ ଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସ୍ୱାଇଁ ଉଦ୍ଘାଟନୀ ସଭାରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ତିଗିରିଆ ବ୍ଲକ୍ରେ ଏହି ଅନୁଷ୍ଠାନ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନରେ ଏକ ବିଶେଷ ଭୂମିକା ନେବ ବୋଲି ଆଶା ପ୍ରକାଶ କରିଥିଲେ। ଏକାଡ଼େମୀର ପ୍ରତିଷ୍ଠାତା ସେକ୍ ଅବ୍ଦୁଲ ଅଜିମ୍ ସ୍ୱାଗତ ଅବିଭାଷଣ ଦେବା ସହ କହିଥିଲେ ଯେ ବର୍ତ୍ତମାନ ବିଦ୍ୟାଳୟରେ ନର୍ସରୀରୁ ୬ଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ହେଉଛି।

ପ୍ରତି ଶ୍ରେଣୀରେ ୪୦ ଜଣ ଛାତ୍ରଛାତ୍ରୀଙ୍କର ନାମ ଲେଖାଯିବ। ବିଦ୍ୟାଳୟର ୯ ଟି ଶ୍ରେଣୀରେ ପ୍ରାୟ ୩୬୦ ଜଣ ଛାତ୍ରଛାତ୍ରୀ ସି.ବି.ଏସ୍.ଇ. ପାଠ୍ୟକ୍ରମ ଅନୁସାରେ ଶିକ୍ଷା ଗ୍ରହଣ କରିବେ।
ଅନ୍ୟତମ ଅତିଥିଭାବେ ଭୁତତ୍ତ୍ଵବିତ୍ ଶ୍ରୀ ସୁରେନ୍ଦ୍ର ନାଥ ଦଳାଇ ବିଦ୍ୟାଳୟର ବିଶେଷତ୍ଵ ସଂପର୍କରେ ଆଲୋକପାତ କରିଥିଲେ।

ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍, ଶିକ୍ଷାପ୍ରେମୀ ବ୍ୟକ୍ତିବିଶେଷ, ବିଦ୍ୟାଳୟରେ ନାମ ଲେଖାଇଥିବା ବା ଲେଖାଇବାକୁ ଥିବା ଅବିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ନେତୃସ୍ଥାନୀୟ ବ୍ୟକ୍ତିମାନେ ଏହି ଉଦ୍ଘାଟନୀ ସଭାରେ ଯୋଗଦେଇଥିଲେ।

ମୁଖ୍ୟ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026
Latest News

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.