Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଚମ ବିମଷ୍ଟେକ ଶିଖର ସମ୍ମିଳନୀରେ ଭାଗ ନେଲେ ପ୍ରଧାନମନ୍ତ୍ରୀ ମୋଦୀ
ବିଶେଷ ଖବର

ପଞ୍ଚମ ବିମଷ୍ଟେକ ଶିଖର ସମ୍ମିଳନୀରେ ଭାଗ ନେଲେ ପ୍ରଧାନମନ୍ତ୍ରୀ ମୋଦୀ

March 30, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଚମ ବିମଷ୍ଟେକ (ବଙ୍ଗୋପସାଗର ବହୁକ୍ଷେତ୍ରୀୟ ବୈଷୟିକ ଏବଂ ଆର୍ଥିକ ସହଯୋଗ ପଦକ୍ଷେପ) ସମ୍ମିଳନୀରେ ଆଭାସି ମାଧ୍ୟମରେ ଅଂଶ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଶ୍ରୀଲଙ୍କା ବିମଷ୍ଟେକର ଅଧ୍ୟକ୍ଷ ରହିଛି।

ପଞ୍ଚମ ବିମଷ୍ଟେକ ଶିଖର ସମ୍ମିଳନୀ ଆରମ୍ଭ ପୂର୍ବରୁ ବରିଷ୍ଠ ଅଧିକାରୀ ଓ ବିଦେଶ ମନ୍ତ୍ରୀସ୍ତରୀୟ ବୈଠକ ଗତ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ହାଇବ୍ରିଡ ମୋଡରେ କଲମ୍ବୋଠାରେ ଅନୁଷ୍ଠିତ ହୋଇଥିଲା। ଶିଖର ସମ୍ମିଳନୀର ବାର୍ତ୍ତାଥିଲା “ଏକ ନମନୀୟ ଅଞ୍ଚଳ ଅଭିମୁଖେ, ସମୃଦ୍ଧ ଅର୍ଥନୀତି ଓ ସୁସ୍ଥ ଜନସାଧାରଣ”। ସଦସ୍ୟ ଦେଶଗୁଡିକ ମଧ୍ୟରେ ସହଯୋଗ ବୃଦ୍ଧି ସହ କୋଭିଡ-୧୯ ବୈଶ୍ୱିକ ମହାମାରୀ କାଳରେ ବିଭିନ୍ନ ଆର୍ଥିକ ଓ ବିକାଶମୂଳକ କାର୍ଯ୍ୟର ମିଳିମିଶି କାର୍ଯ୍ୟକ୍ରମ। ଶିଖର ସମ୍ମିଳନୀର ମୁଖ୍ୟ ନିର୍ଯ୍ୟାସ ହେଉଛି ବିମଷ୍ଟେକ ସନନ୍ଦର ରାଜିନାମା ଯେଉଁଥିରେ ବଙ୍ଗୋପସାଗର ଉପରେ ନିର୍ଭରଶୀଳ ତଟବର୍ତ୍ତୀ ଦେଶଗୁଡିକର ସହଯୋଗ ଭିତ୍ତିରେ କାର୍ଯ୍ୟକ୍ରମ ଗ୍ରହଣ।

ଶିଖର ବୈଠକ ବିମଷ୍ଟେକ ସଦସ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ପାରସ୍ପାରିକ ସହଯୋଗ ନେଇ ଉଲ୍ଲେଖନୀୟ ପ୍ରଗତି ଘଟିଛି। ପରିବହନ ସଂଯୋଗ ପାଇଁ ଦେଶମାନଙ୍କ ମାଷ୍ଟର ପ୍ଲାନ ଓ ଭବିଷ୍ୟତ ମାର୍ଗଦର୍ଶିକା ନେଇ ମଧ୍ୟ ଆଲୋଚନା ହୋଇଛି।

ଏଥିରେ ପ୍ରଧାନମନ୍ତ୍ରୀ ବିମଷ୍ଟେକ କ୍ରମବର୍ଦ୍ଧିଷ୍ଣୁ ଆଞ୍ଚଳିକ ଯୋଗାଯୋଗ ଓ ସୁରକ୍ଷା ବ୍ୟତୀତ ଅନେକ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସହଯୋଗୀ ନେତୃବୃନ୍ଦଙ୍କୁ ବଙ୍ଗୋପସାଗରକୁ ସଂଯୋଗର ସେତୁ, ସମୃଦ୍ଧି ଓ ସୁରକ୍ଷା ପ୍ରାଚୀରରେ ରୂପାନ୍ତରିତ କରିବାକୁ ଆହ୍ୱାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ସହଯୋଗ ଉପରେ ଆଧାରିତ ତିନୋଟି ବିମଷ୍ଟେକ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ସେଗୁଡିକ ହେଲା – ଫୌଜଦାରୀ ବ୍ୟାପାରରେ ପାରସ୍ପରିକ ଆଇନ ସହାୟତା ନେଇ ବିମଷ୍ଟେକ ଅଧିବେଶନ, କୂଟନୀତିକ ତାଲିମ ନେଇ ପାରସ୍ପରିକ ସହଯୋଗ ସମ୍ପର୍କିତ ବିମଷ୍ଟେକ ବୁଝାମଣାପତ୍ର ଓ ବିମଷ୍ଟେକ ବୈଷୟିକ ଜ୍ଞାନ ବିନିମୟ ସଂକ୍ରାନ୍ତ ବୁଝାମଣା ପତ୍ର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Latest News

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026

ନା ବିରାଟ, ନା ରୋହିତ…ଏହି ଭାରତୀୟ ଖେଳାଳିଙ୍କୁ ବୋଲିଂ କରିବା କଷ୍ଟ: ଜୋଫ୍ରା ଆର୍ଚରଙ୍କ ବଡ ବୟାନ

June 22, 2026

ପ୍ରେମ, ପ୍ରତିଶ୍ରୁତି ଓ ପ୍ରତାରଣା: ସରକାରୀ ଡାକ୍ତରଙ୍କ ବିରୋଧରେ ୩୦ ଲକ୍ଷର ସୁନା ଠକେଇ ଅଭିଯୋଗ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.