Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ସକାଳ ୧୧ ଟାରେ ‘ପରୀକ୍ଷା ପେ ଚର୍ଚ୍ଚା’, ଏହି ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ କଥା ହେବେ ପ୍ରଧାନମନ୍ତ୍ରୀ ମୋଦୀ
ବିଶେଷ ଖବର

ଆଜି ସକାଳ ୧୧ ଟାରେ ‘ପରୀକ୍ଷା ପେ ଚର୍ଚ୍ଚା’, ଏହି ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ କଥା ହେବେ ପ୍ରଧାନମନ୍ତ୍ରୀ ମୋଦୀ

April 1, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୨’ କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣ ଆଜି ନୂଆଦିଲ୍ଲୀର ତାଳକଟୋରା ଷ୍ଟାଡିୟମରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ଏନସିଆର ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ପ୍ରାୟ ୧ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସିଧାସଳଖ ଯୋଗାଯୋଗ କରିବାର ସୁଯୋଗ ପାଇବେ। ଏହି ପ୍ରୋଗ୍ରାମ୍ ଦୂରଦର୍ଶନ ସମେତ ସମସ୍ତ ଚ୍ୟାନେଲରେ ପ୍ରସାରଣ ହେବ।

ଚାପରୁ ମୁକ୍ତି ହେବା ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ:

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ମୋଦୀ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଚାପରୁ କିପରି ମୁକ୍ତି ପାଇବେ ତାହା କହିବେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ଫେବୃଆରୀ ୧୬ ତାରିଖ ୨୦୧୮ରେ ତାଳକଟୋରା ଷ୍ଟାଡିୟମରେ ମଧ୍ୟ ଆୟୋଜିତ ହୋଇଥିଲା।

ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗତ ଚାରି ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପରୀକ୍ଷା ପେ ଚର୍ଚ୍ଚାର ପ୍ରଥମ ତିନୋଟି ସଂସ୍କରଣ ଦିଲ୍ଲୀର ଟାଉନ ହଲ ଫର୍ମାଟରେ କରାଯାଇଥିଲା। ଚତୁର୍ଥ ସଂସ୍କରଣ ଗତ ବର୍ଷ ଏପ୍ରିଲ ୭ ତାରିଖରେ ଅନୁଷ୍ଠିତ ହୋଇଥିଲା।

ପରୀକ୍ଷା ପେ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Latest News

ଶିକ୍ଷକ କର୍ମଚାରୀଙ୍କର ଦାବିକୁ ଅବିଳମ୍ବେ ମାନି ନିଅନ୍ତୁ ସରକାର: ସମନ୍ୱୟ ସମିତି

August 26, 2026

ରାସ୍ତାରେ ଧାନ ରୋପଣ କରି ଅଭିନବ ପ୍ରତିବାଦ: ଦାବି ନମାନିଲେ ଭୋଟ ବର୍ଜନ ନିଷ୍ପତ୍ତି

August 26, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଭାରତର ବିଜୟରେ ବାଧା ସୃଷ୍ଟି କରିବ କି ବର୍ଷା?: ଜାଣନ୍ତୁ କିପରି ରହିବ କଲମ୍ବୋରେ ପାଗ

August 26, 2026

ରାଜଧାନୀ ଏକ୍ସପ୍ରେସରେ ଚଢାଉ: ଜବତ ହେଲା ମିଆଦ ଶେଷ ହୋଇଥିବା ଖାଦ୍ୟ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.