Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିପ୍ଲବୀ ସହିଦ୍ ରଘୁ ଓ ଦିବାକର
ବିଶେଷ ଖବର

ବିପ୍ଲବୀ ସହିଦ୍ ରଘୁ ଓ ଦିବାକର

April 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବିଶ୍ବବିଜୟୀ ଦାଶ

ମାଟି ମା’କୁ ଇଂରେଜ ଶାସନର ବେଡ଼ିରୁ ମୁକ୍ତ କରିବା ପାଇଁ ପ୍ରାଣବଳି ଦେଇଥିବା ଦୁଇଜଣ ବିପ୍ଲବୀ ସଂଗ୍ରାମୀ ହେଲେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା। ଉଭୟଙ୍କ ନାମ ଓଡ଼ିଶା ଇତିହାସର ସୂର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ପରାଧିନ ଭାରତରେ ଓଡ଼ିଶାର ଅଧିକାଂଶ ଗଡ଼ଜାତର ରାଜା ମାନେ, ବ୍ରିଟିଶ୍ ସରକାରର ବାହୁଛାୟା ତଳେ ରହି ପ୍ରଜା-ଶୋଷଣରେ ମାତିଥିଲେ। ଗଡ଼ଜାତରେ ଶାସନ ବୋଲି କିଛି ନଥିଲା। ପ୍ରଜାଙ୍କୁ ବଳପୂର୍ବକ ବେଠି ଖଟାଯାଉଥିଲା, ମାଗଣା ଭେଟି ଦେବାକୁ ପଡ଼ୁଥିଲା।

ବିଚ଼ାର ନାମରେ ପ୍ରହସନ ହେଉଥିଲା, ପ୍ରଜାମାନଙ୍କୁ ରାଜାଙ୍କ ଅତ୍ୟାଚ଼ାରରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରଜାମଣ୍ଡଳ ଗଠନ କରି ଆନ୍ଦୋଳନ ଆରମ୍ଭ କରାଯାଇଥିଲା। ରଣପୁର ଅଞ୍ଚଳରେ ପ୍ରଜା ମଣ୍ଡଳକୁ ସଂଗଠିତ କରାଇଥିଲେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା।ଦୁହେଁ ଥିଲେ ଶିକ୍ଷିତ, ସ୍ବାଭିମାନୀ। ରଣପୁର ଗଡ଼ଜାତ ଅନ୍ତର୍ଗତ ବାଦଭୂଇଁ ରେ ଜନ୍ମଗ୍ରହଣ କରିଥିଲେ ରଘୁ ଏବଂ ଗଡ଼ବାଣୀକିଲୋ ଗ୍ରାମରେ ଜନ୍ମଲାଭ କରିଥିଲେ ଦିବାକାର। ରଣପୁର ପ୍ରଜା ମଣ୍ଡଳର ସଂପାଦକ ଓ ସଂଗଠନ ସଂପାଦକ ଥିଲେ ଯଥାକ୍ରମେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା।

ଏହି ଦୁଇ ପ୍ରଚ଼ଣ୍ଡ ଦେଶପ୍ରେମୀ ଯୁବକଙ୍କ ନେତୃତ୍ବରେ ରଣପୁର ପ୍ରଜା ଆନ୍ଦୋଳନ କ୍ରମଶଃ ଶକ୍ତିଶାଳୀ ହୋଇଥିଲା। ନିଜର ଜ୍ଞାନ ବୁଦ୍ଧି ବଳରେ ବିଦ୍ରୋହକୁ ତୀବ୍ର, ଶାଣିତ ଓ କୋଠର କରି ପାରିଥିଲା। ଏତାଦୃଶ୍ୟ ଦେଖି ଇଂରେଜ ସରକାର ଭୟଭୀତ ହୋଇଥିଲେ। ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ରାଜା ତଥା ପଲଟିକାଲ ଏଜେଣ୍ଟଙ୍କ ବିଷ ଦୃଷ୍ଟିରେ ପଡ଼ିଥିଲେ।ସେତେବେଳେ ମେଜର ବେଜେଲଗେଟ୍ ଥିଲେ ପୂର୍ବାଞ୍ଚଳ ଗଡ଼ଜାତ ରାଜ୍ୟ ସମୂହର ପଲଟିକାଲ ଏଜେଣ୍ଟ। ସେ ରାଜାଙ୍କ ପକ୍ଷରୁ ପ୍ରଜା ଅତ୍ୟାଚ଼ାରରେ ସାମିଲ ଥିଲେ।

ପରବର୍ତ୍ତି ସମୟରେ ମିଥ୍ୟା ସାକ୍ଷୀ ପ୍ରମାଣ ଯୋଗାଡ଼ କରି ରାଜନୈତିକ ଏଜେଣ୍ଟ ବେଜେଲଗେଟ୍ ଙ୍କ ହତ୍ୟା ଅଭିଯୋଗରେ ରଘୁନାଥ ଓ ଦିବାକରଙ୍କୁ ଗିରଫ କରି ବିହାରର ଭାଗଲପୁର ଜେଲ୍ କୁ ପଠାଯାଇଥିଲା। ଅନେକ କେସ୍ ଲଢ଼ିବା ପରେ ମଧ୍ୟ ରଘୁ-ଦିବାକରଙ୍କ ସପକ୍ଷରେ ଯାଇନଥିଲା।

ଶେଷରେ ରଘୁ-ଦିବାକରଙ୍କୁ ୧୯୪୧ ମସିହା ଅପ୍ରେଲ ୪ ତାରିଖରେ ବିହାରର ଭାଗଲପୁର ଜେଲରେ ଫାଶୀ ଦଣ୍ଡ ଦିଆଯାଇଥିଲା। ଶହିଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ଓଡ଼ିଶା ପ୍ରତି ଅବଦାନ ଅତୁଳନୀୟ। ତାଙ୍କର ବଳିଷ୍ଠ ନେତୃତ୍ବ ଆଗାମୀ ଦିନରେ ଦେଶ ସ୍ବାଧୀନତା ଆଣିବା ପାଇଁ ପ୍ରେରଣା ଯୋଗାଇଥିଲା।

ଆଜିର ଯୁବପିଢ଼ି ରଘୁଦିବାକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଆବଶ୍ୟକତା ରହିଛି।ସେମାନଙ୍କର ସଂଗ୍ରାମର ଗାଥା ସର୍ବଦା ଚ଼ିର ସ୍ମରଣୀୟ ହୋଇ ରହିବ। ଆଜି ସହିଦ୍ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ କୋଟି କୋଟି ପ୍ରଣାମ।

ଲେଖକ- ବିଶ୍ବବିଜୟୀ ଦାଶ, ବି.ଏସସି,ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା), ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା, ପିନ୍ – ୭୫୨୦୩୫, ମୋବାଇଲ ନଂ- ୬୩୭୦୨୦୮୪୨୮

ଇଂରେଜ ଶାସନ ରଘୁନାଥ ମହାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026
Latest News

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.