Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତକୁ ଆଣ୍ଟି-ଡୋପିଂ ବିଜ୍ଞାନରେ ଆତ୍ମନିର୍ଭର କରିବ: କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର
ବିଶେଷ ଖବର

ଭାରତକୁ ଆଣ୍ଟି-ଡୋପିଂ ବିଜ୍ଞାନରେ ଆତ୍ମନିର୍ଭର କରିବ: କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର

April 4, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜାତୀୟ ଡୋପିଂ ଟେଷ୍ଟିଂ ଲାବୋରେଟରୀ (ଏନ୍‌ଡିଟିଏଲ) ସ୍ୱଦେଶୀ ଜ୍ଞାନ କୌଶଳରେ ଛ’ଟି ବିରଳ ରାସାୟନିକ ପଦାର୍ଥ ବିକଶିତ କରିଛି। ନିଷିଦ୍ଧ ଶକ୍ତି ବର୍ଦ୍ଧକ ମାଦକ ଦ୍ରବ୍ୟ ସେବନକୁ ଠାବ କରିବାରେ ଏହି ରାସାୟନିକ ପଦାର୍ଥ ବିଶେଷ ସହାୟକ ହେବ। ପ୍ରସ୍ତୁତ ରାସାୟନିକ ସାମଗ୍ରୀଗୁଡିକ ଖାଣ୍ଟି ଓ ଡୋପ ଟେଷ୍ଟିଂରେ ଏହାର ଆବଶ୍ୟକତା ଅଧିକ ହୋଇଥାଏ। ୱାଡା ଆକ୍ରେଡିଟେଡ (ମାନ୍ୟତା ପ୍ରାପ୍ତ)ପରୀକ୍ଷାଗାର ଗୁଡିକ ଆଣ୍ଟି ଡୋପିଂ ଟେଷ୍ଟକୁ କାର୍ଯ୍ୟକାରୀ କରୁଛନ୍ତି ଏବଂ ଏହି ପରୀକ୍ଷା ଦ୍ୱାରା ନିଷିଦ୍ଧ ଶକ୍ତିବର୍ଦ୍ଧକ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀର ବ୍ୟବହାର ନିମନ୍ତେ କ୍ରୀଡାବିତ୍‌ଙ୍କ ପାଇଁ କଠୋର କଟକଣା ରହିଛି।

ଏନଡିଟିଏଲ ଛ’ ମାସରୁ କମ୍ ସମୟ ମଧ୍ୟରେ ଏହି ରାସାୟନିକ ସାମଗ୍ରୀ ପ୍ରସ୍ତୁ୍‌ତ କରିଛି। ଏଥିରେ ଗୁଆହାଟୀ ସ୍ଥିତ ନାଇପର (ନେସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଫର୍ମାସ୍ୟୁଟିକାଲ ଏଡୁକେଶନ ଆଣ୍ଡ ରିସର୍ଚ୍ଚ), ସିଏମ୍‌ଆଇଆର ଏବଂ ଜାମ୍ମୁର ଆଇଆଇଆଇଏମ୍ (ଭାରତୀୟ ସମନ୍ୱିତ ଭେଷଜ ପ୍ରତିଷ୍ଠାନ) ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇଛନ୍ତି।

ଏନଡିଟିଏଲର ପଞ୍ଚଦଶ ପରିଚାଳନା କମିଟି ବୈଠକ ଅବସରରେ ଏହି ବିରଳ ରାସାୟନିକ ପଦାର୍ଥକୁ କେନ୍ଦ୍ର କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ରୀଡା ସଚିବ ଶ୍ରୀମତୀ ସୁଜାତା ଚତୁର୍ବେଦୀ ଏବଂ କ୍ରୀଡା ମନ୍ତ୍ରଣାଳୟର ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ।

ଏହି ସଫଳତା ସହିତ ଏନ୍‌ଡିଟିଏଲ ବିଶ୍ୱର ଅଳ୍ପ କେତେକ ପରୀକ୍ଷାଗାର ମଧ୍ୟରେ ସ୍ଥାନ ପାଇଛି,ଯେଉଁଠି ଏଭଳି ବିରଳ ରାସାୟନିକ ପଦାର୍ଥ ପ୍ରସ୍ତୁତ ହେଉଛି। ଏହି ସଫଳତା ସମ୍ପର୍କରେ ଶ୍ରୀ ଠାକୁର କହିଛନ୍ତି ଯେ ଏହି ପଦାର୍ଥ ପସ୍ତୁତ କରିବାରେ ଅକ୍ଳାନ୍ତ ପରିଶ୍ରମ କରି ସଫଳତାର ଅଜର୍ନ କରିଥିବା ତିନି ପ୍ରତିଷ୍ଠାନର ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଧନ୍ୟବାଦର ପାତ୍ର। “ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି।”

ସେ କହିଛନ୍ତି ଯେ କ୍ରୀଡା କ୍ଷେତ୍ରରେ ଏହି ରାସାୟନିକ ପଦାର୍ଥର ଆବଶ୍ୟକତା ଅତି ଅଧିକ ଏବଂ ୱାଡା ମାନ୍ୟତାପ୍ରାପ୍ତ ସବୁ ଟେଷ୍ଟିଂ ଲାବରେଟୋରୀରେ ଏହା ରହିବା କଥା । କିନ୍ତୁ ଏହା ବିରଳ ଶ୍ରେଣୀର ରାସାୟନିକ ସାମଗ୍ରୀ ହୋଇଥବାରୁ ସବୁ ୱାଡା ଲାବୋରେଟୋରୀରେ ଏହା ସହଜରେ ମିଳେ ନାହିଁ। ଆଣ୍ଟି ଡୋପିଂ ଟେଷ୍ଟରେ ଏହା ବ୍ୟବହୃତ ହୋଇଥାଏ। ଏଯାଏ ଭାରତ ଅଷ୍ଟ୍ରେଲିଆ ଓ କାନାଡାରୁ ଏହି ସାମଗ୍ରୀ ଆମଦାନୀ କରୁଥିଲା।

ଏବେ ଆମ ଦେଶରେ ଏହା ଉତ୍ପାଦିତ ହେଉଥିବାରୁ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଛି ଏବଂ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ଏ କ୍ଷେତ୍ରରେ ପୂରଣ କରିଛି। ଭାରତ ଖୁବ୍ ଶୀଘ୍ର ଅନ୍ୟାନ୍ୟ ଦେଶକୁ ଏହି ରାସାୟନିକ ସାମଗ୍ରୀ ରପ୍ତାନୀ କରିବ ବୋଲି ସେ କହିଛନ୍ତି।

ଶ୍ରୀ ଠାକୁର ଆହୁରି କହିଛନ୍ତ ଯେ ରେଫରେନ୍ସ ମ୍ୟାଟେରିଆଲ ଭାବେ ପରିଚିତ ଏହି ରାସାୟନିକ ସାମଗ୍ରୀକୁ ସମଗ୍ର ବିଶ୍ୱର କ୍ରୀଡା ପରୀକ୍ଷାଗାର କ୍ରୀଡାବିତଙ୍କ ଦ୍ୱାରା ନିଷିଦ୍ଧ ମାଦକଦ୍ରବ୍ୟ ଓ ଔଷଧସେବନକୁ ଚିହ୍ନଟ କରିବାରରେ ବ୍ୟବହାର କରିଥାନ୍ତି। ଏହି ସାମଗ୍ରୀର ଉପଲବ୍ଧତା କ୍ରୀଡାଜଗତ ପାଇଁ କଲ୍ୟାଣକର ହେବ ଏବଂ ସବୁ ଦେଶ ଆଣ୍ଟିଂ ଡୋପିଂ ଟେଷ୍ଟକୁ ସୁଦୃଢ କରି କ୍ରୀଡା କ୍ଷେତ୍ରରେ ସୁସ୍ଥ ପ୍ରତିଯୋଗିତା ଓ ନୈତିକତା ରକ୍ଷା କରିବାର ସୁଯୋଗ ପାଇବେ। ଏହା ମଧ୍ୟ ଆନ୍ତର୍ଜାତିକ ସହଯୋଗ ବଢାଇବ।

ଗତବର୍ଷ ଏହି ସାମଗ୍ରୀର ପ୍ରସ୍ତୁତି ପାଇଁ ଗବେଷଣା ଆରମ୍ଭ ହୋଇଥିଲା। ଏଥିପାଇଁ ଏନ୍‌ଡିଟିଏଲ ଭାରତର ଅନ୍ୟ ଦୁଇଟି ସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷର କରି କାମ ଆରମ୍ଭ କରିଥିଲା। ଏଥିରେ ମୋଟ ୨୦ଟି ଏଭଳି ରାସାୟନିକ ପଦାର୍ଥ ପ୍ରସ୍ତୁତ କରିବାକୁ କାମ ଆରମ୍ଭ ହୋଇଥିଲା ଏବଂ ସେଥିରୁ ଛ’ଟିରେ ସଫଳତା ମିଳିଛି। ଆସନ୍ତା ୨-୩ବର୍ଷ ମଧ୍ୟରେ ଅବଶିଷ୍ଟ ରାସାୟନିକ ପଦାର୍ଥ ଉତ୍ପାଦିତ ହେବ ବୋଲି ଶ୍ରୀ ଠାକୁର କହିଛନ୍ତି।

କ୍ରୀଡା କ୍ଷେତ୍ରକୁ ନିଷିଦ୍ଧ ମାଦକ ଦ୍ରବ୍ୟ ପ୍ରଭାବରୁ ମୁକ୍ତ କରିବା ସହ କ୍ରୀଓ ଔଷଧ ସେବନରୁ ନିବୃତ ରଖିବାକୁ ୱାଡା ପକ୍ଷରୁ କଠୋର ପଦକ୍ଷେପମାନ ଗ୍ରହଣ କରାଯାଇଛି। ଭାରତ ସହିତ ୱାଡାର ସବୁ ସଦସ୍ୟ ରାଷ୍ଟ୍ର ଏହି ନିୟମକୁ ପାଳନ କରୁଛନ୍ତି। କିନ୍ତୁ ନିଷିଦ୍ଧ ମାଦକଦ୍ରବ୍ୟକୁ କ୍ରୀଡାବିତ୍‌ଙ୍କ ପରିସ୍ରା ଓ ରକ୍ତରୁ ଠାବ କରିବା ଅତି ଜଟିଳ ପ୍ରକ୍ରିୟା।  ସେଥିପାଇଁ ବିଭିନ୍ନ ବିରଳ ରାସାୟନିକ ପଦାର୍ଥର ଆବଶ୍ୟକତା ରହିଛି। ଏଥିପାଇଁ ମଧ୍ୟ ୱାଡା ପକ୍ଷରୁ ବିଶ୍ୱର ବଛା ବଛା ପରୀକ୍ଷାଗାରକୁ ଅନୁମତି ପ୍ରଦାନ କରିଛି। ନିଷିଦ୍ଧ ମାଦକଦ୍ରବ୍ୟ ଓ ଶକ୍ତିବର୍ଦ୍ଧକ ସେବନ କ୍ରୀଡା କ୍ଷେତ୍ରରେ ଏକ ଦଣ୍ଡନୀୟ ଅପରାଧ। ଏହାକୁ ସେବନ କରି ଧରାପଡିଲେ କ୍ରୀଡାବିତ୍‌ଙ୍କୁ ବାସନ୍ଦ କରିବାର କଠୋର ନିୟମ ରହିଛି।

ଭାରତର ଏହି ଉପଲବ୍ଧି ବିଶ୍ୱ କ୍ରୀଡା ଜଗତକୁ ଡ୍ରଗ୍ ମୁକ୍ତ ରଖିବାରେ ସହାୟକ ହେବ।

ଅନୁରାଗ ସିଂହ ଠାକୁର ଆତ୍ମନିର୍ଭର
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରାମ ପଞ୍ଚାୟତର ସଶକ୍ତୀକରଣ ପାଇଁ ଓଡ଼ିଶାକୁ ୧୦୯ କୋଟି ଅନୁଦାନ

July 29, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

July 28, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ବ୍ୟାନ୍ କରିବା ପାଇଁ ପରିଣାମ ଭୋଗିବ ଫେସବୁକ୍!: ସମନ୍ କଲେ ସରକାର

July 28, 2026

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026
Latest News

ଗ୍ରାମ ପଞ୍ଚାୟତର ସଶକ୍ତୀକରଣ ପାଇଁ ଓଡ଼ିଶାକୁ ୧୦୯ କୋଟି ଅନୁଦାନ

July 29, 2026

ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରାଜ୍ୟ ସରକାର

July 29, 2026

ଦୀର୍ଘଦିନ ପରେ ଶ୍ରୀମନ୍ଦିରରୁ ବାହାରିଲା ନୀଳାଚଳ ଅବଢା

July 29, 2026

ଆଜି ଜୁଲାଇ ୨୯ ତାରିଖ ବୁଧବାର ଦିନ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭବେଳା

July 29, 2026

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.