Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏକ ବିଶ୍ୱସ୍ତରୀୟ ଆଗ୍ନିକ ପ୍ରଶିକ୍ଷଣ କେନ୍ଦ୍ର ଭାବେ ବିକଶିତ ହେବ ରାମଚଣ୍ଡୀ ନିକଟସ୍ଥ ଓସୱାଲୀ କେନ୍ଦ୍ର
ବିଶେଷ ଖବର

ଏକ ବିଶ୍ୱସ୍ତରୀୟ ଆଗ୍ନିକ ପ୍ରଶିକ୍ଷଣ କେନ୍ଦ୍ର ଭାବେ ବିକଶିତ ହେବ ରାମଚଣ୍ଡୀ ନିକଟସ୍ଥ ଓସୱାଲୀ କେନ୍ଦ୍ର

April 5, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏକ ବିଶ୍ୱସ୍ତରୀୟ ଆଗ୍ନିକ ପ୍ରଶିକ୍ଷଣ କେନ୍ଦ୍ର ଭାବେ ବିକଶିତ ହେବ ରାମଚଣ୍ଡୀ ନିକଟସ୍ଥ ଓସୱାଲୀ କେନ୍ଦ୍ର

ଭୁବନେଶ୍ୱର:  ଗତକାଲି ମଧ୍ୟାହ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର ବିଶ୍ୱ ଐତିହ୍ୟ କୋଣାର୍କ- ପୁରୀ ମେରାଇନ୍‌ ଡ୍ରାଇଭରେ ଥିବା ଓଡ଼ିଶା ରାଜ୍ୟ ୱାଟରମେନସିପ୍‌ ଏବଂ ଲାଇଫ ଗାର୍ଡ ପ୍ରଶିକ୍ଷଣ କେନ୍ଦ୍ର (ୱାସୱାଲୀ)ଯାଇ ସେଠାରେ ଚାଲିଥିବା ସମସ୍ତ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ ।

ରାମଚଣ୍ଡୀ ପୀଠର କୁଶଭଦ୍ରା ନଦୀକୂଳରେ ୨୦୧୫ ମସିହାରେ ସ୍ଥାପିତ ଏହି ପ୍ରଶିକ୍ଷଣ କେନ୍ଦ୍ର ତା’ର କାର୍ଯ୍ୟଧାରା ଲାଗି ସମଗ୍ର ଦେଶରେ ସୁନାମ ଅର୍ଜନ କରିପାରିଛି । ଏଠାରେ ବ୍ୟାଚ୍‌ୱାରୀ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମନୋନୀତ ହୋଇ ଆସୁଥିବା ଆଗ୍ନିକମାନଙ୍କୁ ଭୂତଳ ଜଳସମୂହରେ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ୱାଟରମ୍ୟାନସିପ୍‌, ସନ୍ତରଣ, ବୋଟ୍‌ଚାଳନା, ସ୍କୁବା ଡାଇଭିଂ, ଜଳ ବିତ୍ପାତରୁ ଉଦ୍ଧାର କରିବା କୌଶଳ ପ୍ରଭୃତି ସହ ଏ କ୍ଷେତ୍ରରେ ଉପଯୋଗ ହେଉଥିବା ସର୍ବାଧୁନିକ ଯନ୍ତ୍ରପାତିର ବ୍ୟବହାର ଉପରେ ଉଚ୍ଚସ୍ତରୀୟ ତାଲିମ୍‌ ପ୍ରଦାନ କରାଯାଇ ଆସୁଅଛି ।

ବିଗତ ଦିନଗୁଡ଼ିକରେ ଦେଶରେ ଦେଖା ଦେଇଥିବା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଓଡ଼ିଶା ଫାୟାର ଟିମ୍‌ ଯେଉଁ ଦକ୍ଷତା, ସାହସ ଓ ସେବା ପ୍ରଦର୍ଶନ କରିଛନ୍ତି ସେଥିରେ ରାଜ୍ୟ ସରକାର ଅନେକ ପ୍ରଶଂସା ସାଉଁଟିଛନ୍ତି । ଏହି କେନ୍ଦ୍ରର କାର୍ଯ୍ୟଧାରା ଉପରେ ଗଭୀର ଆସ୍ଥା ପ୍ରକଟ କରି ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଓ ନାଗାଲାଣ୍ଡ ରାଜ୍ୟର ଅଗ୍ନିଶମ କର୍ମଚାରୀମାନଙ୍କୁ ତାଙ୍କ ସରକାର ଏଠାରେ ପ୍ରଶିକ୍ଷଣ ନେବାକୁ ପ୍ରେରଣ କରୁଥିବା ଏହି କେନ୍ଦ୍ରର ସଫଳତା ବୟାନ କରେ ।

ଏତଦ୍‌ବ୍ୟତୀତ ଓଡ଼ିଶା ପୋଲିସ୍‌ ଅଧୀନରେ କାର୍ଯ୍ୟରତ ଗୃହରକ୍ଷୀ ବାହିନୀର ସେ୍ୱଚ୍ଛାସେବୀମାନଙ୍କୁ ମଧ୍ୟ ଅନୁରୂପ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ପ୍ରତି ବ୍ୟାଚ୍‌ରେ ୬୦ ଜଣ ହିସାବରେ ବର୍ତ୍ତମାନ ସୁଦ୍ଧା ସର୍ବମୋଟ ୫୦୨୬ ଜଣଙ୍କୁ ତାଲିମ୍‌ ପ୍ରଦାନ କରାଯାଇଥିବା ସମୀକ୍ଷାବେଳେ ଜଣାପଡ଼ିଛି । ତେବେ ସଂପ୍ରତି ବଙ୍ଗୋପସାଗର ତଟର ଏକ ଅନୁପମ ପ୍ରାକୃତିକ ପରିବେଶରେ ଅସ୍ଥାୟୀ ଟେଣ୍ଟ୍‌ରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି ।

ଏହାର ସ୍ଥାୟୀ ଅନ୍ତଃକରଣର ବିକାଶ ପାଇଁ ରାଜ୍ୟ ସରକାର ଗତବର୍ଷ ୨ କୋଟି ୭୩ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ୧୦୦ ସିଟ୍‌ ବିଶିଷ୍ଟ ବ୍ୟାରାକ୍‌ ଓ ପ୍ରଶାସନିକ ଅଟ୍ଟାଳିକା ଯଥାଶୀଘ୍ର ନିର୍ମାଣ କରିବା ପାଇଁ ପ୍ରକି୍ରୟା ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ଉକ୍ତ ସ୍ଥାନରେ ନିର୍ମାଣ କାର୍ଯ୍ୟ ପାଇଁ ପୁରୀ ଜିଲ୍ଲାପାଳ ୨ ଏକର ଜମି ଯୋଗାଇ ଦେଇଥିବାବେଳେ ଅତିରିକ୍ତ ଆଉ ୨ ଏକରର ଆବଶ୍ୟକତା ରହିଥିବା ଦର୍ଶାଇ ଏ ସଂକ୍ରାନ୍ତରେ ଗୋପ ତହସିଲଦାରଙ୍କ ନିକଟରେ ନିବେଦନ କରାଯାଇଛି ବୋଲି ମୁଖ୍ୟ ଅଗ୍ନିଶମ ଅଧିକାରୀ ଜଣାଇଥିଲେ ।

ଗୃହମନ୍ତ୍ରୀ ଆଗ୍ନିକମାନଙ୍କ କାର୍ଯ୍ୟକ୍ରମ ସହ ଅବଗତ ହେବା ପାଇଁ କୁଶଭଦ୍ରା ନଈର ଗଭୀର ଜଳରେ ପାୱାର ବୋଟ୍‌ରେ ବସି କାର୍ଯ୍ୟଧାରା ନୀରିକ୍ଷଣ କରିଥିଲେ । ଏଥିସହିତ ସ୍କୁଭା ଡାଇଭର କିପରି ଘଣ୍ଟା ଘଣ୍ଟା ଧରି ଗଭୀର ଜଳରାଶିରେ ଉଦ୍ଧାର କାର୍ଯ୍ୟ ସଂଚାଳନ କରିଥାଏ ତାହା ଦେଖିଥିଲେ ।

ନିକଟ ଅତୀତରେ କେରଳ ଓ ଆନ୍ଧ୍ର ପ୍ରଦେଶ ବନ୍ୟା, ପଶ୍ଚିମବଙ୍ଗ ଅମ୍ଫାନ ଓ ମେଘାଳୟର କୋଇଲା ଖଣି ଦୁର୍ଘଟଣା ସମୟରେ କୋଭିଡ୍‌ ସଂକ୍ରମଣର ଆଶଙ୍କା ସତ୍ତେ୍ୱ ନିଜ ଜୀବନକୁ ବିପନ୍ନ କରି ସେଠାରେ ପ୍ରାକୃତିକ ବିତ୍ପାତ ପରିସ୍ଥିତିରେ, ଧନ ଜୀବନ ସୁରକ୍ଷା, ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାରେ ଯେଉଁ ଅଦମ୍ୟ ସାହସ ଓ ସେବା ପ୍ରଦାନ କରିଛନ୍ତି ତାହା ସମଗ୍ର ବିଶ୍ୱରେ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାର ଏକ ଶ୍ରେଷ୍ଠ ଉଦାହରଣ ହୋଇଛି ।

ଏ ସବୁକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ରକୁ ଏକ ବିଶ୍ୱସ୍ତରୀୟ ତାଲିମ୍‌ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ପରାମର୍ଶ ଦେଇଥିଲେ । ତେବେ ଏହି କେନ୍ଦ୍ର ପାଇଁ ଅନୁ୍ୟନ ୩୦ ଏକର ଜମିର ଆବଶ୍ୟକତା ରହିଥିବା ଏବଂ ଅଧିକ ମାନବସମ୍ବଳ ଯୋଗାଇ ଦେବାକୁ ମୁଖ୍ୟ ଅଗ୍ନିଶମ ଅଧିକାରୀ ଶ୍ରୀ ମହେଶ୍ୱର ସ୍ୱାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମ ସମୟରେ ତାଲିମ୍‌ କେନ୍ଦ୍ରର ଅଧ୍ୟକ୍ଷ ଫାୟାର ଅଫିସର ଶ୍ରୀ ଟି.କେ. ବାବୁ, ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ତପନ କୁମାର ମହାନ୍ତି ଏବଂ ଶ୍ରୀ ବିଚିତ୍ର କୁମାର ଚୌଧୁରୀଙ୍କ ସମେତ ଅନ୍ୟ ଆଗ୍ନିକମାନେ ଉପସ୍ଥିତ ଥିଲେ ।

କୁଶଭଦ୍ରା ନଦୀ ଦିବ୍ୟ ଶଙ୍କର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.