Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ପବିତ୍ର ପଣା ସଂକ୍ରାନ୍ତିରେ ଡିଙ୍ଗର ଗାଁର ମା କାଳିକାଙ୍କ ଭିନ୍ନ ଏକ ପରଂପରା
ଧର୍ମ

ପବିତ୍ର ପଣା ସଂକ୍ରାନ୍ତିରେ ଡିଙ୍ଗର ଗାଁର ମା କାଳିକାଙ୍କ ଭିନ୍ନ ଏକ ପରଂପରା

April 13, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପବିତ୍ର ପଣା ସଂକ୍ରାନ୍ତିରେ ଡିଙ୍ଗର ଗାଁର ମା କାଳିକାଙ୍କ ଭିନ୍ନ ଏକ ପରଂପରା
ପ୍ରକାଶ ଭୂୟାଁ

ଆସନ୍ତା କାଲି ପବିତ୍ର ମହାବିଷୁବ ସଂକ୍ରାନ୍ତି। ଆରମ୍ଭ ହେବ “ମା କାଳିକା”ଙ୍କର ଓଡିଶା ପ୍ରସିଦ୍ଧ ପଣାଯାତ୍ରା। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆଁ। ଜାତୀୟ ରାଜପଥରୁ ଦକ୍ଷିଣକୁ ମାତ୍ର ପାଞ୍ଚ କିଲୋମିଟର ଗଲେ ପଡେ “ଡିଙ୍ଗର” ଗ୍ରାମ। ପ୍ରତି ବର୍ଷ ଏହି ମହାବିଷୁବ ସଂକ୍ରାନ୍ତି ଦିନରେ ପାଳିତ ହୁଏ, ଏ ଅଞ୍ଚଳର ସବୁଠାରୁ ବଡପର୍ବ ତଥା ଏହି ଗଣପର୍ବ।

ଗତ ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ପ୍ରଶାସନ ତରଫରୁ ଏହି ଯାତ୍ରାକୁ ବନ୍ଦ କରା ଯାଇଥିଲା। ଯଦିଓ ମା’ଙ୍କର ବିଧି ରକ୍ଷା ପାଇଁ ସ୍ବଳ୍ପ ସଂଖ୍ୟକ ଭକ୍ତଙ୍କୁ ନେଇ ଗତ ଦୁଇ ବର୍ଷ ହେଲା ପାଳନ କରାଯାଇଥିଲା। ଏହି ଗଣପର୍ବକୁ ଏଇଥିପାଇଁ ପଣାଯାତ୍ରା କୁହାଯାଏ ଯେ, ମା “କାଳିକା”ଙ୍କ ନିକଟରେ ପଣା ଲାଗି ହୁଏ। ଯେଉଁମାନେ ମା’ଙ୍କର ସେବା କରନ୍ତି, ସେମାନେ ସଂଧ୍ୟା ସମୟରେ ଥରେ ମାତ୍ର ପଣା ପିଇଥାନ୍ତି ଓ ଅନ୍ୟ ସମୟତକ ନିର୍ଜଳ ଉପବାସରେ ରହିଥାନ୍ତି। କଦଳୀ, ମିଶ୍ରି, ନବାତ, ଗୋଲମରିଚ, ବଟା ମୁଗର ସମ୍ମିଶ୍ରଣରେ ପ୍ରସ୍ତୁତ ହୂଏ ଏହି ସୁସ୍ୱାଦୁ ପଣା।

ମହାବିଷୁବ ସଂକ୍ରାନ୍ତିର ସାତରୁ ଏକୋଇଶି ଦିନ ପୂର୍ବରୁ ସଂଧ୍ୟା ସମୟରେ ମା’ଙ୍କ ପାଟବେତକୁ ନେଇ ଭଗତାମାନେ ପୋଖରୀରେ ଗାଧୋଇ ସାରିଲା ପରେ ମା’ଙ୍କର ମନ୍ଦିର ଅଭିମୁଖେ ବାହାରନ୍ତି। ଏହି ପାଟ ବେତ ମା କାଳିକାଙ୍କର ସ୍ଵରୁପ। ଯିଏ ପାଟ ଧରନ୍ତି ତାଙ୍କୁ ପାଟ ଭଗତା କୁହାଯାଏ। ଦୁଇଜଣ ଦଣ୍ଡ (ଝୁଣା ଦ୍ୱାରା ଆଲୋକ ସୃଷ୍ଟି) ଧରନ୍ତି, ସେମାନଙ୍କୁ ପାଟ ଦଣ୍ଡୁଆ କୁହାଯାଏ। ଏଥିପାଇଁ କେହି କେହି ଏହାକୁ ଦଣ୍ଡ ଯାତ୍ରା ବୋଲି ମଧ୍ୟ କହିଥାନ୍ତି। ଖୁବ୍ ନିଷ୍ଠାର ସହିତ ଏହି ଭଗତାମାନେ ସାତ ଦିନରୁ ଏକୋଇଶ ଦିନ ପର‌୍ୟ୍ୟନ୍ତ ଏହି ଉପବାସ ବ୍ରତ କରିଥାନ୍ତି। ଗାଁ ମାନଙ୍କରେ ଆମିଷ ଖାଇବା ବନ୍ଦ ହୋଇଯାଏ। ଗାଁ ପରିବେଶ କେମିତି ବଦଳିଯାଏ, ଧୂପ ଦୀପର ପବିତ୍ର ବାସ୍ନାରେ। ଆବାଳ ବୃଦ୍ଧବନିତା ସମସ୍ତେ ମା’ ଙ୍କ ପାଇଁ ସମର୍ପିତ ହୋଇଯାଆନ୍ତି।

ମୁଖ୍ୟ ଯାତ୍ରାଟି ହୁଏ ସଂକ୍ରାନ୍ତି ଦିନ। ଦୁଇଟି ପର୍ଯ୍ୟାୟରେ ମା’ ଆସନ୍ତି ପୋଖରୀ ନିକଟକୁ। ପ୍ରଥମ ପଯ୍ୟାୟରେ (ଦିନ ବାରଟା) ମାନସିକ ରଖିଥିବା ଭଗତାମାନେ ପାଟ ଫୋଡିଥାନ୍ତି। ଅଣ୍ଟା ଓ ଛାତିର ମଝିରେ (ଦୁଇ କଡ) ସୁତା (ଅଧ ଆଙ୍ଗୁଳ) ଚମଡାତଳେ ଯାଇଥାଏ। ବେତ ଧରି ପାଟୁଆମାନେ ଆଗପଛ ହେଉଥାନ୍ତି। ଖାଲି ପାଦରେ ପୋଖରୀଠାରୁ ମନ୍ଦିର ପାଖା ପାଖି ଅଢେଇ କିମି ରାସ୍ତା ନିର୍ଘାତ ଖରାରେ ଚାଲି ଚାଲି ଯାଆନ୍ତି। ଘଣ୍ଟ ଢୋଲ ଓ ମର୍ଦ୍ଦଳର ଘୋ ଘୋ ଶବ୍ଦରେ ରାସ୍ତାଘାଟ ପ୍ରକମ୍ପିତ ହୁଏ। ଏହାକୁ କରପାଟ ବା ରଜନୀ ପାଟ କୁହାଯାଇଥାଏ।

ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରା ହୁଏ ସଂଧ୍ୟା ସମୟରେ। ଏଥର ଅନୁଷ୍ଠିତ ହୁଏ ଖଣ୍ଡାପାଟ। ଦୋଳ ବିମାନ ଆକୃତିର ସୁସଜ୍ଜିତ ଦଶରୁ ପନ୍ଦରଟି ଖଣ୍ଡାପାଟ ପୋଖରୀଠାରୁ ମନ୍ଦିର ଅଭିମୁଖେ ଆସିଥାନ୍ତି। ଏଥିରେ ତିନୋଟି ଖଣ୍ଡା ଉପରେ ଏକ ଗୋଡରେ ମାନସିକଧାରୀ ଭଗତା ଠିଆ ହୋଇ ଝୁଲୁ ଥାଆନ୍ତି। ପ୍ରତି ବିମାନକୁ ଚାରିଜଣ କାନ୍ଧେଇ ଆଣି ପୋଖରୀରୁ ମନ୍ଦିର ଅଭିମୁଖେ ଆସିଥାନ୍ତି। ଆଗରେ ପାଟଦେତକୁ ଧରି କାଳିସୀ ବାଟ କଢେଇ ଚାଲିଥାଆନ୍ତି, ଏହି ବିମାନ ସଦୃଶ ଖଣ୍ଡାପାଟଗୁଡିକୁ। ଅପୂର୍ବ ଏ ଦୃଶ୍ୟ।

ଯାତ୍ରା ପଡିଆରେ ଖଣ୍ଡାପାଟରେ ଝୁଲାଯାଇଥିବା, ପେନ୍ଥା ପେନ୍ଥା ଆମ୍ବକୁ ଭକ୍ତମାନଙ୍କ ଉପରକୁ ଫଙ୍ଗିଲା ବେଳେ, ଏକ ନିଆରା ପରିବେଶ ସୃଷ୍ଟି ହୁଏ। ଆତସବାଜୀ କି ମନୋମୁଗ୍ଧକର। ସ୍ୱଚକ୍ଷୁରେ ନଦେଖିଲେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ଯାତ୍ରାର ଇତିହାସ କହିଲେ ପ୍ରାୟ ଦୁଇଶହ ବର୍ଷ ତଳର। ଗାଁରେ ଥିବା ଧୀବର ସମ୍ପ୍ରଦାୟର ଏହି ଯାତ୍ରାର ମୁଖ୍ୟ ପୃଷ୍ଠପୋଷକ। କୁହାଯାଏ ଯେ ଏହି ପ୍ରଥା ବା ପରମ୍ପରା ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଥବା ସାତପଡା ଅଞ୍ଚଳରୁ ଆସିଛି ଏହି ଧୀବରମାନଙ୍କ ଦ୍ୱାରା। ଯେଉଁମାନେକି ସେତେବେଳେ ଚିଲିକାରୁ ମାଛ ଆଣି ବ୍ୟବସାୟ କରୁଥିଲେ।

କାଳକ୍ରମେ ଏହି ଗ୍ରାମର ଅଧିବାସୀମାନେ ସୁସଙ୍ଗଠିତ ଭାବେ ଯାତ୍ରାଟିକୁ ପରିଚାଳନା କରିଆସୁଛନ୍ତି। ସଂକ୍ରାନ୍ତୀଦିନ ରାତିରେ ଦୋଳବିମାନରେ ସବୁ ସାହିର ଠାକୁରମାନେ ଯାତ୍ରା ପଡିଆକୁ ଆସନ୍ତି। ସ୍ୱତନ୍ତ୍ର ନିମନ୍ତ୍ରଣ କ୍ରମେ ପଡୋଶୀ ଗ୍ରାମ ଗୋଲାପାଟଣା, ଚଣ୍ଡିଆପଲ୍ଲା, ଲେହେଙ୍ଗ ଆଦି ଗ୍ରାମର ଗାଁ ଠାକୁରମାନେ ପଟୁଆରରେ ଆସିଥାନ୍ତି। ରାତି ସାରା ଆତସବାଜୀ ପ୍ରତିଯୋଗୀତା ହୁଏ। ପର ଚାରି ରାତି ଗ୍ରାମବାସୀଙ୍କ ତରଫରୁ ଅପେରା ପ୍ରଦର୍ଶିତ ହୁଏ।

ଡିଙ୍ଗର ଗାଁ ପଣା ସଂକ୍ରାନ୍ତି ବେଗୁନିଆ
Share. Facebook Twitter LinkedIn Email WhatsApp Copy Link

Related Posts

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.