Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ମୋ ସ୍କୁଲ୍‌ ଅଭିଯାନ’ରେ ୧୨୮ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ, ଜାଣନ୍ତୁ କେଉଁ ଜିଲ୍ଲାକୁ କେତେ
ବିଶେଷ ଖବର

‘ମୋ ସ୍କୁଲ୍‌ ଅଭିଯାନ’ରେ ୧୨୮ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ, ଜାଣନ୍ତୁ କେଉଁ ଜିଲ୍ଲାକୁ କେତେ

April 13, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
‘ମୋ ସ୍କୁଲ୍‌ ଅଭିଯାନ’ରେ ୧୨୮ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ, ଜାଣନ୍ତୁ କେଉଁ ଜିଲ୍ଲାକୁ କେତେ

ଭୁବନେଶ୍ୱର :  ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ସର୍ବାଙ୍ଗୀନ ବିକାଶ ପାଇଁ ସ୍କୁଲ୍‌ ଓ ବ୍ଲକ୍‌ସ୍ତରରେ କାର୍ଯ୍ୟକରିବେ ‘ମୋ ସ୍କୁଲ୍‌’ ଦ୍ୱାରା ମନୋନୀତ ସ୍ୱତନ୍ତ୍ର ସେ୍ୱଚ୍ଛାସେବୀ । ଭିତ୍ତିଭୂମି ବିକାଶ ସହ ପିଲାମାନଙ୍କର ବୌଦ୍ଧିକ ବିକାଶ ପାଇଁ ଏହି ସେ୍ୱଚ୍ଛାସେବୀମାନେ ସ୍ୱତନ୍ତ୍ର ଭାବରେ ଗୁରୁତ୍ୱ ଦେବେ ।

ଏଥିଲାଗି ‘ମୋ ସ୍କୁଲ୍‌ ଅଭିଯାନ’ର ବରିଷ୍ଠ ଅଧିକାରୀମାନେ ୨୦ଟି ଜିଲ୍ଲା ଗସ୍ତ କରି ୬୯ଟି ବ୍ଲକ୍‌ରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସହ ଆଗାମୀଦିନରେ ‘ମୋ ସ୍କୁଲ୍‌’ ଦ୍ୱାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସେ୍ୱଚ୍ଛାକୃତ ଭାବରେ କାର୍ଯ୍ୟ କରିବାକୁ ବ୍ଲକ୍‌ସ୍ତରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନିବେଦନ କରିଛନ୍ତି ।

କୋଭିଡ୍‌ ମହାମାରୀ ଯୋଗୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଯେଉଁ ବ୍ୟାଘାତ ସୃଷ୍ଟି ହୋଇଛି ତାହାର ଭରଣା ପାଇଁ ‘ମୋ ସ୍କୁଲ୍‌’ ପୁରାତନ ଛାତ୍ରଛାତ୍ରୀ ତଥା ମନୋନୀତ ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରିବ । ଏଥିପାଇଁ ସ୍କୁଲ୍‌ ଓ ବ୍ଲକ୍‌ସ୍ତରରେ ସ୍ବେଚ୍ଛାସେବୀଙ୍କର ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଖରାଛୁଟି ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’ର ୩୩ତମ କାର୍ଯ୍ୟନିର୍ବାହୀ ପରିଷଦରେ ନିଷ୍ପତ୍ତି ନିଆଯାଇଛି ।

ବୁଧବାର ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅଧ୍ୟକ୍ଷତା କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଆର୍ଥିକ ସ୍ୱଚ୍ଛତା ବଜାୟ ରଖିବାକୁ ପିଏଫ୍‌ଏମ୍‌ଏସ୍‌ ଏବଂ ଏସ୍‌ଏନ୍‌ଏ ଭଳି ମନିଟରିଂ ସିଷ୍ଟମ୍‌ର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଓଡ଼ିଶା ବିଜ୍ଞାନ ଏକାଡେମୀ ଭଳି ସଂଗଠନ ସହ ‘ମୋ ସ୍କୁଲ୍‌’ ମିଳିତ ଭାବରେ କାର୍ଯ୍ୟ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ନିର୍ଦ୍ଦେଶ ଦେଇଥିଲେ ।

ଚଳିତ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଓଡ଼ିଶାର ୨୭ଟି ଜିଲ୍ଲାର ମୋଟ ୧୨୮ କୋଟି ୩୨ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୧୮ ହଜାରରୁ ଊଦ୍ଧ୍ୱର୍ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ସହ ଯୋଡ଼ିହୋଇଛନ୍ତି । ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୬ କୋଟି ୪୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ବିଭିନ୍ନ ସିଏସ୍‌ଆର୍‌ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍‌ ଅଭିଯାନକୁ ୩୬ କୋଟି ୨୪ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‌ଆର୍‌ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୨୮ କୋଟି ୩୨ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି ।

ବାଲେଶ୍ୱରରେ ସର୍ବାଧିକ ୧ କୋଟି ୮୦ ଲକ୍ଷ, ଖୋର୍ଦ୍ଧାରେ ୫୨ ଲକ୍ଷ ୫୯ ହଜାର, ଅନୁଗୋଳରେ ୩୧ ଲକ୍ଷ ୭୨ ହଜାର, ଗଞ୍ଜାମରେ ୩୦ ଲକ୍ଷ ୧୧ ହଜାର ଏବଂ ବରଗଡ଼ରେ ୨୭ ଲକ୍ଷ ୮୭ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୬ ଲକ୍ଷ ୬୧ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ମାଧ୍ୟମରେ ସ୍କୁଲ୍‌ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ବୌଦ୍ଧ ଜିଲ୍ଲାର ସମସ୍ତ ସ୍କୁଲ୍‌ ‘ମୋ ସ୍କୁଲ୍‌ ଅଭିଯାନ’ରେ ଅନ୍ତର୍ଭୁକ୍ତ ହୋଇଥିବାବେଳେ ରାଜ୍ୟର ପ୍ରଥମ ଜିଲ୍ଲା ଭାବରେ ବୌଦ୍ଧ ଏହି ସଫଳତା ହାସଲ କରିଛି। ପୂର୍ବରୁ ଅନୁଗୋଳ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ‘ମୋ ସ୍କୁଲ୍‌’ ସହ ଯୋଡ଼ି ହୋଇଥିଲା।

‘ମୋ ସ୍କୁଲ୍‌’ର ‘୧୦୦ ସ୍କୁଲ୍‌ କାର୍ଯ୍ୟକ୍ରମ’ ମାଧ୍ୟମରେ ରାଜ୍ୟର ୧୦୦ଟି ଉଚ୍ଚ ବିଦ୍ୟାଳୟକୁ ଭିତ୍ତିଭୂମି ଏବଂ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷ ବିଦ୍ୟାଳୟ ଭାବରେ ବିକଶିତ କରିବାକୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି। ଇତିମଧ୍ୟରେ ସମସ୍ତ ସ୍କୁଲ୍‌ର ପ୍ରଧାନଶିକ୍ଷକ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଦୁଇଟି ପର୍ଯ୍ୟାୟରେ ଭର୍ଚୁଆଲ୍‌ ବୈଠକର ଆୟୋଜନ କରାଯାଇଛି।

କେବଳ ଭିତ୍ତିଭୂମି ନୁହେଁ, ଶିକ୍ଷାଦାନ ଏବଂ ଶିକ୍ଷାଗ୍ରହଣ କ୍ଷେତ୍ରରେ ଏହି ସ୍କୁଲ୍‌ଗୁଡ଼ିକ ଯେପରି ରାଜ୍ୟର ଅନ୍ୟ ସ୍କୁଲ୍‌ଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟି କରିବେ ତାହାଉପରେ ଗୁରୁତ୍ୱ ଦେବାକୁ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିଲାଗି ସ୍ୱତନ୍ତ୍ର ପ୍ରଶିକ୍ଷକଙ୍କ ଦ୍ୱାରା ଜୋନ୍‌ସ୍ତରରେ ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ଲିଡରସିପ୍‌ ପ୍ରଶିକ୍ଷଣ ଏବଂ ୬୧୮ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍ମାର୍ଟ କ୍ଲାସ୍‌ରୁମ୍‌, ଇ-ଲାଇବ୍ରେରୀ ଏବଂ ସାଇନ୍ସ ଲାବୋରେଟୋରୀ ପରିଚାଳନା ଲାଗି ଜିଲ୍ଲାସ୍ତରରେ ପ୍ରଶିକ୍ଷଣ ଦିଆଯାଇଛି।

ଆଗାମୀ ମାସକ ମଧ୍ୟରେ ମୋ ସ୍କୁଲ୍‌ ଅଧ୍ୟକ୍ଷା ଏହି ୧୦୦ଟି ସ୍କୁଲ୍‌ର ସ୍କୁଲ୍‌ ପରିଚାଳନା କମିଟି ସଦସ୍ୟ, ପୁରାତନ ଛାତ୍ରଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିବାକୁ କାର୍ଯ୍ୟକ୍ରମ ରହିଛି । ସେହିଭଳି ବିଗତ ୩ ବର୍ଷର ବୋର୍ଡ ପରୀକ୍ଷାଫଳକୁ ଅନୁସରଣ କରି ଆଗାମୀଦିନରେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ସହ ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ପଦକ୍ଷେପ ନିଆଯିବ।

ସ୍କୁଲ୍‌ ଆଡ୍‌ପସନ୍‌ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ ‘ମୋ ସ୍କୁଲ୍‌’ ପ୍ରଧାନଶିକ୍ଷକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଗାଇଡାନ୍ସ ନୋଟ୍‌ ପ୍ରସ୍ତୁତ କରିଛି । ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ କୋଡିଂ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ହାଇସ୍କୁଲ୍‌ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତରିତ ହୋଇଥିବା ୧୦୦୦ଟି ସ୍କୁଲ୍‌ରେ ‘କୋଡ୍‌ କ୍ଲବ୍‌’ ପ୍ରତିଷ୍ଠା କାର୍ଯ୍ୟକୁ ତ୍ୱରାନ୍ୱିିତ କରାଯାଇଥିବା ‘ମୋ ସ୍କୁଲ୍‌’ ଅଭିଯାନ ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଅମରଜିତ ଜେନା ସୂଚନା ଦେଇଥିଲେ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟମରେ ‘ମୋ ସ୍କୁଲ୍‌’ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରତାପ କୁମାର ମିଶ୍ର, ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ, ଏସ୍‌ସିଇଆଆର୍‌ଟି ଏବଂ ମୋ ସ୍କୁଲ୍‌ ଅଭିଯାନ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରବୀର କୁମାର ଖିଲାର ଉପସ୍ଥିତ ଥିଲେ।

ମୋ ସ୍କୁଲ୍‌ ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ଶକ୍ତି ବିଭାଗର ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 14, 2026

ଭୁବନେଶ୍ୱରର ଦୁଇ ପ୍ରମୁଖ କରିଡରରେ ପାଇଲଟ୍ ଭିତ୍ତିରେ ‘ବସ୍ ପ୍ରାଥମିକତା ଲେନ୍’ ପାଇଁ ଯୋଜନା ଆରମ୍ଭ

August 14, 2026

ମୌସୁମୀ ଅଧିବେଶନ ଶେଷ ହେବା ମାତ୍ରେ ବିରୋଧୀ-ସରକାର ମୁହାଁମୁହିଁ: ରାହୁଲଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

August 14, 2026

କଟକ ଦୁଷ୍କର୍ମ ମାମଲା: ୫ ଗିରଫ, ଅନ୍ୟ ଜଣେ ଫେରାର

August 14, 2026
Latest News

ଶକ୍ତି ବିଭାଗର ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 14, 2026

ଭୁବନେଶ୍ୱରର ଦୁଇ ପ୍ରମୁଖ କରିଡରରେ ପାଇଲଟ୍ ଭିତ୍ତିରେ ‘ବସ୍ ପ୍ରାଥମିକତା ଲେନ୍’ ପାଇଁ ଯୋଜନା ଆରମ୍ଭ

August 14, 2026

ମୌସୁମୀ ଅଧିବେଶନ ଶେଷ ହେବା ମାତ୍ରେ ବିରୋଧୀ-ସରକାର ମୁହାଁମୁହିଁ: ରାହୁଲଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

August 14, 2026

‘ହର ଘର ତିରଙ୍ଗା’ ଅଭିଯାନ: ନିଜ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ଅମିତ ଶାହ

August 14, 2026

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.