Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ ଠାକରେଙ୍କ ଉଦ୍ଧବ ସରକାରଙ୍କୁ ଚେତାବନୀ: ମସଜିଦରୁ ଲାଉଡ ସ୍ପିକର ହଟାଇବା ନେଇ କହିଲେ ଏଭଳି କଥା
ବିଶେଷ ଖବର

ରାଜ ଠାକରେଙ୍କ ଉଦ୍ଧବ ସରକାରଙ୍କୁ ଚେତାବନୀ: ମସଜିଦରୁ ଲାଉଡ ସ୍ପିକର ହଟାଇବା ନେଇ କହିଲେ ଏଭଳି କଥା

April 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ମସଜିଦରୁ ଲାଉଡ ସ୍ପିକର ହଟାଇବାକୁ ନେଇ ଦେଇଥିବା ବିବୃତ୍ତି ସମ୍ପର୍କରେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ପୁଣି ଥରେ ଏହା ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ରାଜ ଠାକରେ କହିଛନ୍ତି ଯେ, ମୁଁ ଦେଶର ସମସ୍ତ ହିନ୍ଦୁଙ୍କୁ ପ୍ରସ୍ତୁତ ହେବାକୁ ଅନୁରୋଧ କରୁଛି। ଯଦି ମସଜିଦ ଉପରେ ଥିବା ଲାଉଡ ସ୍ପିକରଗୁଡିକ ମେ ୩ ତାରିଖ ସୁଦ୍ଧା ଅପସାରିତ ନହୁଏ, ତେବେ ଏକ ଉପଯୁକ୍ତ ଜବାବ ଦେବାର ଆବଶ୍ୟକତା ଅଛି। ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରାଯିବା ଉଚିତ୍।

ସେ କହିଛନ୍ତି ଯେ, ମହାରାଷ୍ଟ୍ର ଦିବସ ଅର୍ଥାତ୍ ମେ ୧ ତାରିଖରେ ମୁଁ ଔରଙ୍ଗାବାଦରେ ଏକ ବଡ ସମାବେଶକୁ ସମ୍ବୋଧିତ କରିବି। ମୁଁ ଜୁନ୍ ୫ ତାରିଖରେ ଅଯୋଧ୍ୟା ପରିଦର୍ଶନ କରିବାକୁ ଯାଉଛି। ସେଠାରେ ମୋର ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଦର୍ଶନ କରିବି। ଏହା ପରେ, ଏହି ପ୍ରସଙ୍ଗରେ ଆକ୍ରମଣାତ୍ମକ କାର୍ଯ୍ୟ କରାଯିବ।

ନିକଟରେ, ରାଜ ଠାକରେ ମସଜିଦରେ ଥିବା ଲାଉଡ ସ୍ପିକରକୁ ହଟାଇବା ପାଇଁ ଏକ ଅଲ୍ଟିମେଟମ୍ ଦେଇ କହିଥିଲେ, “ନମାଜ ପାଇଁ ଆପଣମାନଙ୍କୁ ରାସ୍ତା ଏବଂ ଫୁଟପାଥ୍ କାହିଁକି ଦରକାର? ସମସ୍ତେ ଘରେ ପଢନ୍ତୁ। ପ୍ରାର୍ଥନା ଆପଣଙ୍କର, ଆପଣ କାହିଁକି ଆମକୁ ଶୁଣାଉଛନ୍ତି? ଯଦି ଏକଥା ସେମାନଙ୍କୁ ବୁଝାପଡୁ ନାହିଁ?, ତେବେ ଆପଣଙ୍କ ମସଜିଦ ସାମ୍ନାରେ ହନୁମାନ ଚଲିସା ବାଜିବ। ଆମେ ରାଜ୍ୟ ସରକାରଙ୍କୁ କହୁଛୁ ଯେ, ଆମେ ଏହି ପ୍ରସଙ୍ଗରୁ ପଛଘୁଞ୍ଚା ଦେବୁ ନାହିଁ। ଆପଣ ଯାହା କରିବାକୁ ଚାହାଁନ୍ତି ତାହା କରନ୍ତୁ। “ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଏଭଳି କେଉଁ ଧର୍ମ ଅଛି, ଯାହା ଅନ୍ୟ ଧର୍ମକୁ ଆଘାତ ଦେଇଥାଏ। ଆମେ ଗୃହ ବିଭାଗକୁ କହିବାକୁ ଚାହୁଁଛୁ ଯେ ଆମେ ଦଙ୍ଗା ଚାହୁଁନାହୁଁ। ମେ ୧ ତାରିଖ ସୁଦ୍ଧା ସମସ୍ତ ଲାଉଡ ସ୍ପିକର ମସଜିଦରୁ ହଟାଯିବା ଉଚିତ, ଆମ ପକ୍ଷରୁ କୌଣସି ଅସୁବିଧା ହେବ ନାହିଁ। ”

ମସଜିଦ ରାଜ ଠାକରେ ଲାଉଡ ସ୍ପିକର
Share. Facebook Twitter LinkedIn Email WhatsApp Copy Link

Related Posts

୧୬୦୨ ଦିନ ପରେ ଭାରତର ଶେଷ ହେଲା ରାଜତ୍ଵ: ପଞ୍ଚମ ଟି-୨୦ ଜିତି ବିଶ୍ଵର ନଂ-୧ ହେଲା ଇଂଲଣ୍ଡ

July 12, 2026

“ଆମ ଦଳକୁ ବିଭାଜିତ କରିବାକୁ ଚେଷ୍ଟା, ବିଧାୟକଙ୍କୁ ୩୦ କୋଟି ଅଫର”: ଓମାର ଅବଦୁଲ୍ଲାଙ୍କ ଦାବି

July 11, 2026

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

July 11, 2026

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଡିଜିପି ଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

July 11, 2026
Latest News

ସୋଆରେ ଆଇଏନଏଇ ଟେକ୍ନୋଲୋଜି କନ୍‌କ୍ଲେଭ: ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱାରୋପ

July 12, 2026

ସହରାଞ୍ଚଳ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ହୁଡକୋ ସହ ଓଡ଼ିଶାର ସହଭାଗିତା

July 12, 2026

୧୬୦୨ ଦିନ ପରେ ଭାରତର ଶେଷ ହେଲା ରାଜତ୍ଵ: ପଞ୍ଚମ ଟି-୨୦ ଜିତି ବିଶ୍ଵର ନଂ-୧ ହେଲା ଇଂଲଣ୍ଡ

July 12, 2026

ଆଜି ଜୁଲାଇ ୧୨ ତାରିଖ ରବିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ: ଜାଣନ୍ତୁ ରାଶିଫଳ

July 12, 2026

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.