Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିରେ ଘଟିପାରେ ଏକ ବିରଳ ଘଟଣା
ବିଶେଷ ଖବର

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିରେ ଘଟିପାରେ ଏକ ବିରଳ ଘଟଣା

April 18, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ପ୍ରତାପ ଦାସ

ସାଧାରଣ ନିର୍ବାଚନ କୁ ବାକି ଅଛି ଦୁଇ ବର୍ଷ। ଏବେଠୁ ଆରମ୍ଭ ହେଲାଣି ବାଦ ବିବାଦ। ଦଶ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଆକାଂକ୍ଷା ଜିଲ୍ଳା ଗ୍ରସ୍ତକୁ ନେଇ ବିଜେପି ଓ ବିଜେଡ଼ି ମଧ୍ୟରେ ଲାଗିଛି ତୁ ତୁ ମେ ମେ। ସାଧାରଣ ନିର୍ବାଚନରେ ବିଜେପି କିଭଳି ଭାବେ ଲଢ଼ିବ ତାହା ଏବେବି ଅସ୍ପଷ୍ଟ। ଗତ ପୌର ଓ ପଞ୍ଚାୟତ ନିର୍ବାଚନ ଭଳି ହାଲୁକା ଭାବେ ଲଢ଼ିବ ନା ପୁରା ଦମରେ ଲଢ଼ିବ, ତାକୁ ନେଇ ଦଳ ମଧ୍ୟରେ କୌଣସି ସ୍ପଷ୍ଟ ଚିତ୍ର ନାହିଁ।

ତେଵେ ସାଧାରଣ ନିର୍ବାଚନ ପୁର୍ବରୁ ବିଜେପି ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନ ପାଇଁ ବିଜେଡ଼ି ଉପରେ ବିଜେପି ପୂର୍ଣ୍ଣ ନିର୍ଭର,ଏହି ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ଆଲୋଚନା। ରାଷ୍ଟ୍ରପତି ନିର୍ବାଚନ ପୁର୍ବରୁ ୪ଟି ରାଜ୍ୟସଭା ଆସନ ପାଇଁ ମଧ୍ୟ ନିର୍ବାଚନ ହେବ। ଏ ନେଇ ମଧ୍ୟ ଚାଲିଛି ଅଙ୍କ କଷା।

ଗୋଟିଏ ପଟେ ରାଷ୍ଟ୍ରପତି ନିର୍ବାଚନ ଓ ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡ଼ି ସହ ବିଜେପି ଡିଲ କରୁଥିବା ବେଳେ ବିଜେଡ଼ି ମଧ୍ୟ ସମାନ ରୁପେ ଡିଲ କରୁଛି। ରାଷ୍ଟ୍ରପତି ନିର୍ବାଚନ ଓ ରାଜ୍ୟସଭା ଆସନ ପାଇଁ ବିଜେପି ଗୁରୁତ୍ବ ଦେଉଥିବା ବେଳେ ସାଧାରଣ ନିର୍ବାଚନରେ ବିଜେଡ଼ି ବିପକ୍ଷରେ ଆକ୍ରମଣାନ୍ତଙ୍କ ଢଙ୍ଗରେ ନ ଲଢ଼ିପାରେ ବୋଲି ବିଜେପି ନେତା ସଂକେତ ପାଇ ସାରିଲେଣି।

କେନ୍ଦ୍ର ନେତୃତ୍ୱଙ୍କ ଏଭଳି ଚିନ୍ତାଧାରାକୁ ନେଇ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା କଣ କରିବେ ବୋଲି ଆଖିରୁ ନିଦ ହଜିଗଲାଣି। ସେହି ରଣନୀତିକୁ ଓଡିଶାରେ ଲାଗୁ କରିବା ପାଇଁ ରାଜ୍ୟ ବିଜେପିରେ ବହୁ ଅଦଳ ବଦଳ ହେବାର ସମ୍ଭାବନା ଦେଖାଦେଲାଣି।

(ପ୍ରତାପ ଦାସ ହେଉଛନ୍ତି ଓଡିଶାର ଜଣେ ବରିଷ୍ଠ ସାମ୍ବାଦିକ)

୨୦୨୪ ନିର୍ବାଚନ ବିଜେପି ରାଜ୍ୟ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Latest News

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.