Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଡ୍ରାଇଭରଙ୍କ ଦାବି ତିନି ମାସ ମଧ୍ୟରେ ପୂରଣ ହେବ: ପରିବହନ ମନ୍ତ୍ରୀ
ବିଶେଷ ଖବର

ଡ୍ରାଇଭରଙ୍କ ଦାବି ତିନି ମାସ ମଧ୍ୟରେ ପୂରଣ ହେବ: ପରିବହନ ମନ୍ତ୍ରୀ

April 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଡ୍ରାଇଭର ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଧାରଣା ଦିଆଯାଇଥିଲା। ରାଜ୍ୟର ୩୦ଟି ଜିଲ୍ଲାରୁ ଘରୋଇ ଡ୍ରାଇଭରମାନେ ବହୁସଂଖ୍ୟାରେ ଧାରଣାରେ ସାମିଲ ହୋଇଥିଲେ। ଡ୍ରାଇଭରମାନେ ସ୍ୱଳ୍ପ ଦରମାରେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କ ଲାଗି ଜୀବନବୀମା କରାଇବା ଓ ଅବସର ପରେ ପେନ୍‌ସନ୍‌ ପ୍ରଦାନ କରିବା ସହିତ ବିଭିନ୍ନ ଦାବି ନେଇ ଧାରଣା ଦେଇଥିଲେ।

ତତ୍‌କ୍ଷଣାତ୍‌ ରାଜ୍ୟ ସରକାରଙ୍କ ତରଫରୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ମହାସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ରାଜ୍ୟର ଘରୋଇ ଡ୍ରାଇଭରମାନଙ୍କର ବିଭିନ୍ନ ପ୍ରକାର ସମସ୍ୟାକୁ ସମାଧାନ କରିବା ପାଇଁ ଆଲୋଚନା କରାଯାଇଥିଲା। ଦେଶର ପଡ଼ୋଶୀ ରାଜ୍ୟମାନଙ୍କରେ ଘରୋଇ ଡ୍ରାଇଭରମାନଙ୍କୁ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ଅନୁସାରେ ଆମ ରାଜ୍ୟରେ ତାହା କାର୍ଯ୍ୟକ୍ଷମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଆସନ୍ତା ତିନିମାସ ମଧ୍ୟରେ ଏସବୁଗୁଡ଼ିକୁ ଅନୁଧ୍ୟାନ କରାଯାଇ ଘରୋଇ ଡ୍ରାଇଭରମାନଙ୍କ ଦାବି ପୂରଣ କରାଯିବ ବୋଲି ବୈଠକ ପରେ ମନ୍ତ୍ରୀ ଶ୍ରୀ ବେହେରା ସାମ୍ବାଦିକମନଙ୍କୁ ସୂଚନା ଦେଇଛନ୍ତି। ଘରୋଇ ଡ୍ରାଇଭରମାନଙ୍କୁ କାର୍ଯ୍ୟସ୍ଥଳରେ ଯେପରି କୌଣସି ପ୍ରକାରର ହଇରାଣ କିମ୍ବା କୌଣସି ପ୍ରକାରର ଅସୁବିଧା ନହୁଏ ସେଥିପ୍ରତି ସଜାଗ ରହିବା ପାଇଁ ପୋଲିସ ପ୍ରଶାସନ ତରଫରୁ ରାଜ୍ୟର ସମସ୍ତ ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଘରୋଇ ଡ୍ରାଇଭରମାନଙ୍କର ନୂତନ ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରାପ୍ତି କିମ୍ବା ଲାଇସେନ୍ସ ରିନୁ୍ୟ କରିବା କାର୍ଯ୍ୟ ନେଇ ପରିବହନ ବିଭାଗ କାର୍ଯ୍ୟାଳୟକୁ ଗଲେ, ସେମାନଙ୍କୁ ପୂର୍ଣ୍ଣ ସହଯୋଗ ସହ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବା ନିମନ୍ତେ ରାଜ୍ୟର ସମସ୍ତ ପରିବହନ ଅଧିକାରୀ (ଆର୍‌ଟିଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ଘରୋଇ ଡ୍ରାଇଭରମାନଙ୍କ ଦାବିଗୁଡ଼ିକୁ ରାଜ୍ୟ ସରକାର ଅନୁଧ୍ୟାନ କରି ପୂରଣ କରିବା ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ। ଏହି କମିଟିରେ ୪ଟି ବିଭାଗ ଯଥା- ସ୍ୱରାଷ୍ଟ୍ର, ଅର୍ଥ, ପରିବହନ ଓ ଶ୍ରମ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ରହିବେ । ଘରୋଇ ଡ୍ରାଇଭରମାନଙ୍କ ପାଇଁ ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସୁବିଧା ସୁଯୋଗଗୁଡ଼ିକୁ କମିଟି ଅନୁଧ୍ୟାନ କରି ଆମ ରାଜ୍ୟରେ ଏହାକୁ ଆସନ୍ତା ତିନିମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରମ, କର୍ମଚାରୀ ରାଜ୍ୟବୀମା ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

ଏହି ଉଚ୍ଚସ୍ତରୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଟକ ମେୟର ଶ୍ରୀ ସୁବାଷ ସିଂହ, ଏଡିଜି (ଆଇନଶୃଙ୍ଖଳା) ଆର୍‌.କେ. ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍‌, ପରିବହନ କମିଶନର ଅରୁଣ ବୋଥ୍ରା, ଶ୍ରମ କମିଶନର ଏନ୍‌. ତିରୁମାଳା ନାୟକ, ଅତିରିକ୍ତ ଶ୍ରମ କମିଶନର ଏନ୍‌. ମିଶାଲ ଓ ଡିଏଲ୍‌ସି ବି. ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ଡ୍ରାଇଭର ମହାସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026

ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥା: ଆନ୍ତର୍ଜାତୀୟ ରାଜନୀତିର ନୂଆ ପରିଦୃଶ୍ୟ

March 10, 2026

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026
Latest News

ଟି-୨୦ ବିଶ୍ୱକପ୍ ଜିତିବା ପରେ କୀର୍ତ୍ତି ଆଜାଦଙ୍କ ଟିମ୍ ଇଣ୍ଡିଆକୁ କଟାକ୍ଷ: ଜୟ ଶାହଙ୍କୁ କଲେ ଟାର୍ଗେଟ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026

ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥା: ଆନ୍ତର୍ଜାତୀୟ ରାଜନୀତିର ନୂଆ ପରିଦୃଶ୍ୟ

March 10, 2026

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.