Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏମଡିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ବିଶେଷ ଖବର

ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏମଡିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

April 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଭାଙ୍କୁ ୱାସିଂଟନ ଡିସିଠାରେ ସାକ୍ଷାତ କରିଛନ୍ତି। ଆଜି ୱାସିଂଟନ ଡିସିଠାରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ବିଶ୍ୱ ବ୍ୟାଙ୍କର ଏକ ସମ୍ମିଳନୀ ଆୟୋଜିତ ହୋଇଛି। ଏହି ଅବସରରେ ଅର୍ଥମନ୍ତ୍ରୀ ଏବଂ ପରିଚାଳନା ନିର୍ଦ୍ଦେଶିକାଙ୍କ ସହିତ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଅନନ୍ତ ଭି.ନାଗେଶ୍ୱରନ ଏବଂ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଆର୍ଥିକ ବ୍ୟାପାର ପରିଚାଳନା ନିର୍ଦ୍ଦେଶକ ଗୀତା ଗୋପୀନାଥ ମଧ୍ୟ ଉପସ୍ଥିତ ଥିଲେ। ଦ୍ୱିପାକ୍ଷିକ ଆଲୋଚନା ସମୟରେ ଭାରତ ସହ ସମ୍ପର୍କୀତ ପ୍ରସଙ୍ଗ ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା।

କୋଭିଡ-୧୯ ବିଶ୍ୱ ମହାମାରୀ ସମ୍ପର୍କୀତ ଆହ୍ୱାନ ସତ୍ତ୍ୱେ ଭାରତ ଦୃତ ବିକାଶ ପଥରେ ଆଗେଇଥିବା କଥା ଶ୍ରୀମତୀ ଜର୍ଜିଭା ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଏକ ପ୍ରଭାବଶାଳୀ ଆର୍ଥିକ ନୀତି ଗ୍ରହଣ କରିଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଦକ୍ଷତା ବିକାଶ କ୍ଷେତ୍ରରେ ଭାରତର ଯୋଗଦାନ ପାଇଁ ସେ ଭାରତର ପ୍ରଶଂସା କରିଥିଲେ।

ଭାରତର ଟିକାକରଣ କାର୍ଯ୍ୟକ୍ରମର ପ୍ରଶଂସା କରି ପଡୋଶୀ ତଥା କୋଭିଡ ସଂକ୍ରମଣରେ ସମ୍ବେଦନଶୀଳ ରାଷ୍ଟ୍ରଗୁଡିକୁ ଭାରତ ସହାୟତା ଦେଇଥିବାରୁ ସେ ଭାରତର ପ୍ରଶଂସା କରିଥିଲେ। ସ୍ୱତନ୍ତ୍ର ଭାବରେ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ସମୟରେ ଭାରତ ଏହି ଦେଶକୁ ସାହାଯ୍ୟ କରିଥିବା ଉଲ୍ଲେଖ କରିଥିଲେ। ଶ୍ରୀଲଙ୍କାକୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ତୁରନ୍ତ ସହାୟତା କରିବା ଆବଶ୍ୟକ ବୋଲି ଶ୍ରୀମତୀ ସୀତାରମଣ ମତ ଦେଇଥିଲେ। ଶ୍ରୀଲଙ୍କା ସହିତ ନିରବଚ୍ଛିନ୍ନ ଭାବରେ ସମ୍ପର୍କରେ ରହିବା ପାଇଁ ପରିଚାଳନା ନିର୍ଦ୍ଦେଶିକା ପ୍ରତିଶ୍ରୁତି ଦେଇଥିଲେ। ଉଭୟେ ଆଲୋଚନା ସମୟରେ ବିଶ୍ୱରେ ବର୍ତ୍ତମାନର ଭୌଗୋଳିକ-ରାଜନୀତିକ ସ୍ଥିତି ପ୍ରସଙ୍ଗ ଉପସ୍ଥାପନ କରି ବିଶ୍ୱ ଅର୍ଥନୀତି ଏବଂ ଶକ୍ତି କ୍ଷେତ୍ର ଉପରେ ଏହାର କୁପ୍ରଭାବ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ।

ଭାରତର ଆର୍ଥିକ ନୀତି ସମ୍ପର୍କରେ ଉଲ୍ଲେଖ କରି ଶ୍ରୀମତୀ ସୀତାରମଣ କହିଥିଲେ ଯେ – ବ୍ୟାଙ୍କ ଗୁଡିକ ଦେବାଳିଆ ହେବା ପରିସ୍ଥିତିକୁ ଆସିଯାଉଥିବାରୁ ଅଣୁ-କ୍ଷୁଦ୍ର-ମଧ୍ୟମ ଉଦ୍ୟୋଗ ଏବଂ ସମାଜର ସମ୍ବେଦନଶୀଳ ଗୋଷ୍ଠୀଙ୍କ ନିମିତ୍ତ ଆର୍ଥିକ ନୀତିରେ ଢାଞ୍ଚାଗତ ପରିବର୍ତ୍ତନ ଭାରତ କରୁଛି। ବିଭିନ୍ନ ଆର୍ଥିକ କ୍ଷେତ୍ରର କର୍ତ୍ତୃପକ୍ଷମାନେ ଏହି କାର୍ଯ୍ୟରେ ଦେଶକୁ ସହଯୋଗ କରୁଥିବା ସେ ଦର୍ଶାଇଥିଲେ।

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ ଦର୍ଶାଇଥିଲେ ଯେ, କୋଭିଡ ସମସ୍ୟା ସତ୍ତ୍ୱେ ଉତ୍ତମ ପାଣିପାଗ ଏବଂ ବିପୁଳ କୃଷି ଉତ୍ପାଦନ ଦେଶକୁ ସହାୟକ ହୋଇଛି। ଅନ୍ୟାନ୍ୟ ରପ୍ତାନୀ ସହ କୃଷି ରପ୍ତାନୀ ମଧ୍ୟ ବୃଦ୍ଧି ପାଇଛି। ବିଶ୍ୱର ଯୋଗାଣ ଶୃଙ୍ଖଳକୁ ସହାୟତା କରିବା ଭଳି ଏକ ଅର୍ଥନୀତିରେ ଭାରତ ସମୃଦ୍ଧ ହେବାକୁ ଯାଉଥିବା ଶ୍ରୀମତୀ ସୀତାରମଣ ଦର୍ଶାଇଥିଲେ।

ନିର୍ମଳା ସୀତାରମଣ ବିଶ୍ୱ ବ୍ୟାଙ୍କ
Share. Facebook Twitter LinkedIn Email WhatsApp Copy Link

Related Posts

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଜୁଲାଇ ପହିଲାରୁ ଭିବି – ଜି ରାମ ଜି ଆଇନ୍

May 12, 2026
Latest News

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.