Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଷ୍ଟ୍ରପତି ନିର୍ବାଚନ ଗଣିତରେ ବିଜେପି ପଛୁଆ, ନିର୍ଣ୍ଣାୟକ ଭୂମିକାରେ ଶରଦ ପାୱାର ନୀତିଶ କୁମାର
ଜାତୀୟ ଖବର

ରାଷ୍ଟ୍ରପତି ନିର୍ବାଚନ ଗଣିତରେ ବିଜେପି ପଛୁଆ, ନିର୍ଣ୍ଣାୟକ ଭୂମିକାରେ ଶରଦ ପାୱାର ନୀତିଶ କୁମାର

April 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ରପତି ନିର୍ବାଚନ ଗଣିତରେ ପଛୁଆ ବିଜେପି, ବିପକ୍ଷ ପଲା ଭାରୀ, ଚିନ୍ତାରେ ମୋଦୀଶାହା

ପ୍ରତାପ ଦାସ

କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି, ତାକୁ ନେଇ ବର୍ତ୍ତମାନ ଜାତୀୟ ରାଜନୀତିରେ ଚାଲିଛି ଚର୍ଚ୍ଚା। ରାଷ୍ଟ୍ରପତି ନିର୍ବାଚନ ଜୁଲାଇରେ ହେବାକୁ ଥିବା ବେଳେ ଜୁନ ମାସରେ ପ୍ରକାଶ ପାଇବ ଵିଜ୍ଞପ୍ତି। ଫଳରେ ଏବେଠାରୁ ସରକାରୀ ଦଳ ସହିତ ବିପକ୍ଷ ଦଳମାନେ ଅଙ୍କକଷା ଆରମ୍ଭ କରି ସାରିଲେଣି।

ବର୍ତ୍ତମାନର ସଂଖ୍ୟାକୁ ଦେଖିଲେ ଏହି ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେପି ଅଡୁଆ ପରିସ୍ଥିତରେ ରହିଛି। ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପିକୁ ଆବଶ୍ୟକ ଅଛି 9 ହଜାର ଭୋଟ, ଯାହାକି NDA ପାଖରେ ନାହିଁ। ହେଲେ ଭୋଟ୍ ଗଣିତରେ ବିଜେପି ଠାରୁ ଢେର ଆଗରେ ଅଛନ୍ତି ବିପକ୍ଷ ଦଳ।

ନିଜର ଭୋଟ ଗଣିତକୁ ଦୃଢ କରିବା ପାଇଁ ବିରୋଧୀଙ୍କ ସହ ହାତ ମିଳାଇବାକୁ ବିଜେପି ପକ୍ଷରୁ ଆଲୋଚନା ଜାରି ରହିଛି।  ସେପଟେ ବିରୋଧୀ ଦଳ ମଧ୍ୟ ନୀତିଶ କୁମାରଙ୍କ ଉପରେ ନଜର ରଖିଛନ୍ତି। ନୀତିଶଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥି କରିବାକୁ କୁଆଡେ ବିପକ୍ଷ ଦଳମାନେ ଆଲୋଚନା କରୁଛନ୍ତି।

ବର୍ତ୍ତମାନ ଗଣିତ ଅନୁସାରେ ଏହି ସର୍ବୋଚ୍ଚ ପଦବୀ ପାଇଁ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ନୀତିଶ କୁମାର। ସେହିପରି ଶରତ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥି କରିବାକୁ ଯୋଜନା କରୁଛନ୍ତି ବିପକ୍ଷ ଦଳ। ଏଭଳି ସ୍ଥିତିରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦବୀକୁ ନେଇ ଭାଗବଣ୍ଟନର ସମ୍ଭାବନା ମଧ୍ୟ ରହିଛି।

ଉପରାଷ୍ଟ୍ରପତି ପଦଟି ହାତେଇବାକୁ ବିରୋଧୀ ଏକ ପ୍ରକାର ନିଶ୍ଚିତ ଅଛି। ଯଦି ସରକାର ଓ ବିପକ୍ଷଙ୍କ ମଧ୍ୟରେ ବୁଝାମଣା ହୁଏ ତେବେ ଉପରାଷ୍ଟ୍ରପତି ପଦ ନିଶ୍ଚିତ ଭାବେ ବିପକ୍ଷ ହାତକୁ ଯିବ। ହେଲେ ଉପରାଷ୍ଟ୍ରତି ରାଜ୍ୟସଭାର ଅଧ୍ୟକ୍ଷ ହୋଇଥିବା ଯୋଗୁଁ ତାହା ମଧ୍ୟ ବିଜେପି ହାତ ଛଡା କରିବାକୁ ରାଜି ହେବ ନାହିଁ।

ରାଷ୍ଟ୍ରପତି ପ୍ରାର୍ଥି ପାଇଁ ବିଜେପି ପକ୍ଷରୁ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ମୋଦି ଚିନ୍ତା କରୁଥିବା ବେଳେ ବିପକ୍ଷ ଦଳମାନଙ୍କ ନେତୃତ୍ୱ ନେଉଛନ୍ତି ଶରତ ପାୱାର। ନିଜ ପାଇଁ ଆରମ୍ଭ କରିଛନ୍ତି ଡିଲ। ସମସ୍ତ ଆକଳନ ସତ୍ୱେ ନଜର କେବଳ ନିତିଶ କୁମାରଙ୍କ ଅଭିମୁଖ୍ୟ ଉପରେ।

ଯଦି ନିତିଶ ବିଜେପିକୁ ସମର୍ଥନ କରି ଉପରାଷ୍ଟ୍ରପତି ପ୍ରାର୍ଥି ହୁଅନ୍ତି ତାହେଲେ ବିହାର ମୁଖ୍ୟମନ୍ତ୍ରୀ ପଦ ବିଜେପିକୁ ଦେବାକୁ ପଡିବ। କିନ୍ତୁ ବିପକ୍ଷ ଦଳର ସମର୍ଥନରେ ପ୍ରାର୍ଥି ହେଲେ ବିଜେପି ହାତ ଛାଡିବାକୁ ହେବ ଏବଂ ବିହାରରେ JDU ଅନ୍ୟ ଦଳମାନଙ୍କ ସମର୍ଥନ ପାଇବ। ଏହି ସମସ୍ତ ଘଟଣାକୁ ନେଇ ଚାଲିଛି ଆଲୋଚନା ଓ ପର୍ଯ୍ୟାଲୋଚନା।

ସେପଟେ ବିଜେପି କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁ ନ ଥିବାର ସ୍ପଷ୍ଟ ହୋଇଛି। ଦଳ ପକ୍ଷରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସହ ଆଲୋଚନା କରାଯାଉଛି। କେମିତି ହେଲେ ଉଭୟ ପଦବୀ କିପରି ବିଜେପି ହାତକୁ ଯିବ ସେ ନେଇ ଚାଲିଛି ଅଙ୍କ କଷା।

ତେବେ ବର୍ତ୍ତମାନର ପରିସ୍ଥିତି ଅନୁଧ୍ୟାନ କଲେ ଏଥର ରାଷ୍ଟ୍ରପତି ନିର୍ବାଚନ ରାଜନୀତି ଭିନ୍ନ ପ୍ରକାରର ହେବ ବୋଲି ସ୍ପଷ୍ଟ ହୋଇଛି।

( ପ୍ରତାପ ଦାସ ହେଉଛନ୍ତି ଓଡିଶାର ଜଣେ ବରିଷ୍ଠ ସାମ୍ବାଦିକ, ମୋବାଇଲ-9348511414 )

ରାଷ୍ଟ୍ରପତି ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026
Latest News

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.