Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»GoodNews: ଓଡିଶାର ଏକ ସ୍କୁଲରେ ରହିଛି ହାତୀପେଟିଆ କଳାପଟା, ପିଲାଙ୍କ ଆଗ୍ରହ କାହିଁରେ କଣ
ବିଶେଷ ଖବର

GoodNews: ଓଡିଶାର ଏକ ସ୍କୁଲରେ ରହିଛି ହାତୀପେଟିଆ କଳାପଟା, ପିଲାଙ୍କ ଆଗ୍ରହ କାହିଁରେ କଣ

April 20, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
GoodNews: ଓଡିଶାର ଏକ ସ୍କୁଲରେ ରହିଛି ହାତୀପେଟିଆ କଳାପଟା, ପିଲାଙ୍କ ଆଗ୍ରହ କାହିଁରେ କଣ

ବାଲେଶ୍ବର: ସ୍କୁଲର ପିଲାମାନଙ୍କର କଳାପଟା ଏକ ପ୍ରମୁଖ ଭୂମିକା ନେଇଥାଏ। କାରଣ ଏହି କଳାପଟା ମାଧ୍ୟମରେ ପିଲାମାନେ ଶିକ୍ଷାଲାଭ କରିଥାନ୍ତି। ତେଣୁ କ୍ଲାସରେ ଦୁଇଟି ଜିନିଷ ଗୁରୁତ୍ବପୂର୍ଣ୍ଣ ଥାଏ। ତାହା ହେଲା ଶିକ୍ଷକ ଆଉ କଳାପଟା। ସେଥିପାଇଁ ଏମାନଙ୍କୁ ଛାତ୍ରଛାତ୍ରୀମାନେ ମୁଣ୍ଡିଆ ମାରିଥାଆନ୍ତି।

ହେଲେ ଓଡିଶାର ଏକ ସ୍କୁଲରେ ନିର୍ମାଣ ହୋଇଛି ଭିନ୍ନ ଏକ କଳାପଟା। ଯାହାକୁ ଯେ କେହି ଦେଖିଲେ ତାହାର ମୁଣ୍ଡ ଖରାପ ହୋଇଯିବ। ତାହା ହେଲା ହାତୀପେଟିଆ କଳାପଟା। ବାଲେଶ୍ବର ଜିଲ୍ଲା ସୋରର ଚମ୍ପୋ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହିପରି କଳାପଟା। ସାଧାରଣତଃ କଳାପଟା ଆୟତକାର କ୍ଷେତ୍ର ପରି ନିର୍ମାଣ କରାଯାଇ ଥାଏ। ହେଲେ ଏଠାରେ ହାତୀ ଆକୃତିର କଳାପଟା କରାଯାଇଛି।

ହାତୀର ଶୁଣ୍ଢ ଏବଂ ଲାଞ୍ଜ ଭାଗ ରହିଛି। ପିଲାମାନେ ଏବଂ ଶିକ୍ଷକମାନେ ହାତୀର ବଡ ପେଟ ଉପରେ ଲେଖାଲେଖି କରିଥାନ୍ତି। ସ୍କୁଲ କର୍ତ୍ତୁପକ୍ଷଙ୍କ କହିବା କଥା ଯେ, ଏପରି ହାତୀପେଟିଆ କଳାପଟା କଲେ ଛାତ୍ରଛାତ୍ରୀଙ୍କ ଲେଖିବାରେ ଆଗ୍ରହ ସୃଷ୍ଟି ହେବ ବୋଲି ଏପରି କରାଯାଇଛି। ସତକୁ ସତ ପିଲାମାନେ ଏହି କଳାପଟାରେ ଲେଖିବା ପାଇଁ ଆଗ୍ରହ ପ୍ରକାଶ କରି ଦଉଡି ଆସନ୍ତି।

ସାଧାରଣତଃ ଶିକ୍ଷକ କୌଣସି ପ୍ରସଂଗରେ ପିଲାମାନଙ୍କୁ ଲେଖିବା ପାଇଁ କଳାପଟା ନିକଟକୁ ଡାକିଲେ ସେମାନେ ଭୟ କରିଥାନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ଏଠାରେ ପିଲାମାନଙ୍କୁ ଲେଖିବା ପାଇଁ ଡାକିଲେ ଏହି ହାତୀପେଟିଆ କଳାପଟା ନିକଟକୁ ଧାଇଁ ଆସନ୍ତି। ପାଠ ଆସୁ କି ନାହିଁ ହେଲେ ଏହି କଳାପଟାକୁ ଛୁଇଁବା ପାଇଁ ସେମାନଙ୍କ ମନରେ ସ୍ବତନ୍ତ୍ର ଆଗ୍ରହ ରହିଛି।

ଚମ୍ପୋ ନୋଡାଲ ସ୍କୁଲରେ ଏପରି ହାତୀପେଟିଆ କଳାପଟା ଦେଖିବା ପରେ ନିକଟସ୍ଥ ସ୍କୁଲରେ ମଧ୍ୟ ଏପରି କରିବା ପାଇଁ ଯୋଜନା ଚାଲିଛି। ଏଥିପାଇଁ ବିଶେଷ କିଛି ଖର୍ଚ୍ଚ ହେଉ ନ ଥିବାରୁ ଅନ୍ୟ ସ୍କୁଲ ଏପରି କରିବା ପାଇଁ ନିଷ୍ପତି କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ରୌଦ୍ରତାପ ମୁକାବିଲା ଜନିତ ପ୍ରସ୍ତୁତି ବୈଠକ: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଦେଲେ ଏହି ନିର୍ଦ୍ଦେଶ

February 26, 2026

ଏପଷ୍ଟାଇନ୍ ଫାଇଲ୍ସରେ ନାମ ଆସିବା ପରେ WEF ର CEO ଙ୍କ ଇସ୍ତଫା

February 26, 2026

ମାର୍ଚ୍ଚ ୧୪ ରେ ବ୍ରହ୍ମପୁରରେ ଜାତୀୟ ଲୋକ ଅଦାଲତ

February 26, 2026

‘ଆଶ୍ରମର ପରିବେଶ ପବିତ୍ର ନୁହେଁ’: ଶଙ୍କରାଚାର୍ଯ୍ୟଙ୍କ ଉପରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଭୂମିକା ଦ୍ୱିବେଦୀ

February 26, 2026
Latest News

ରୌଦ୍ରତାପ ମୁକାବିଲା ଜନିତ ପ୍ରସ୍ତୁତି ବୈଠକ: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଦେଲେ ଏହି ନିର୍ଦ୍ଦେଶ

February 26, 2026

ଏପଷ୍ଟାଇନ୍ ଫାଇଲ୍ସରେ ନାମ ଆସିବା ପରେ WEF ର CEO ଙ୍କ ଇସ୍ତଫା

February 26, 2026

ମାର୍ଚ୍ଚ ୧୪ ରେ ବ୍ରହ୍ମପୁରରେ ଜାତୀୟ ଲୋକ ଅଦାଲତ

February 26, 2026

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.