GoodNews: ଓଡିଶାର ଏକ ସ୍କୁଲରେ ରହିଛି ହାତୀପେଟିଆ କଳାପଟା, ପିଲାଙ୍କ ଆଗ୍ରହ କାହିଁରେ କଣ

Published: Apr 20, 2022, 6:10 am IST

ବାଲେଶ୍ବର: ସ୍କୁଲର ପିଲାମାନଙ୍କର କଳାପଟା ଏକ ପ୍ରମୁଖ ଭୂମିକା ନେଇଥାଏ। କାରଣ ଏହି କଳାପଟା ମାଧ୍ୟମରେ ପିଲାମାନେ ଶିକ୍ଷାଲାଭ କରିଥାନ୍ତି। ତେଣୁ କ୍ଲାସରେ ଦୁଇଟି ଜିନିଷ ଗୁରୁତ୍ବପୂର୍ଣ୍ଣ ଥାଏ। ତାହା ହେଲା ଶିକ୍ଷକ ଆଉ କଳାପଟା। ସେଥିପାଇଁ ଏମାନଙ୍କୁ ଛାତ୍ରଛାତ୍ରୀମାନେ ମୁଣ୍ଡିଆ ମାରିଥାଆନ୍ତି।

ହେଲେ ଓଡିଶାର ଏକ ସ୍କୁଲରେ ନିର୍ମାଣ ହୋଇଛି ଭିନ୍ନ ଏକ କଳାପଟା। ଯାହାକୁ ଯେ କେହି ଦେଖିଲେ ତାହାର ମୁଣ୍ଡ ଖରାପ ହୋଇଯିବ। ତାହା ହେଲା ହାତୀପେଟିଆ କଳାପଟା। ବାଲେଶ୍ବର ଜିଲ୍ଲା ସୋରର ଚମ୍ପୋ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହିପରି କଳାପଟା। ସାଧାରଣତଃ କଳାପଟା ଆୟତକାର କ୍ଷେତ୍ର ପରି ନିର୍ମାଣ କରାଯାଇ ଥାଏ। ହେଲେ ଏଠାରେ ହାତୀ ଆକୃତିର କଳାପଟା କରାଯାଇଛି।

ହାତୀର ଶୁଣ୍ଢ ଏବଂ ଲାଞ୍ଜ ଭାଗ ରହିଛି। ପିଲାମାନେ ଏବଂ ଶିକ୍ଷକମାନେ ହାତୀର ବଡ ପେଟ ଉପରେ ଲେଖାଲେଖି କରିଥାନ୍ତି। ସ୍କୁଲ କର୍ତ୍ତୁପକ୍ଷଙ୍କ କହିବା କଥା ଯେ, ଏପରି ହାତୀପେଟିଆ କଳାପଟା କଲେ ଛାତ୍ରଛାତ୍ରୀଙ୍କ ଲେଖିବାରେ ଆଗ୍ରହ ସୃଷ୍ଟି ହେବ ବୋଲି ଏପରି କରାଯାଇଛି। ସତକୁ ସତ ପିଲାମାନେ ଏହି କଳାପଟାରେ ଲେଖିବା ପାଇଁ ଆଗ୍ରହ ପ୍ରକାଶ କରି ଦଉଡି ଆସନ୍ତି।

ସାଧାରଣତଃ ଶିକ୍ଷକ କୌଣସି ପ୍ରସଂଗରେ ପିଲାମାନଙ୍କୁ ଲେଖିବା ପାଇଁ କଳାପଟା ନିକଟକୁ ଡାକିଲେ ସେମାନେ ଭୟ କରିଥାନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ଏଠାରେ ପିଲାମାନଙ୍କୁ ଲେଖିବା ପାଇଁ ଡାକିଲେ ଏହି ହାତୀପେଟିଆ କଳାପଟା ନିକଟକୁ ଧାଇଁ ଆସନ୍ତି। ପାଠ ଆସୁ କି ନାହିଁ ହେଲେ ଏହି କଳାପଟାକୁ ଛୁଇଁବା ପାଇଁ ସେମାନଙ୍କ ମନରେ ସ୍ବତନ୍ତ୍ର ଆଗ୍ରହ ରହିଛି।

ଚମ୍ପୋ ନୋଡାଲ ସ୍କୁଲରେ ଏପରି ହାତୀପେଟିଆ କଳାପଟା ଦେଖିବା ପରେ ନିକଟସ୍ଥ ସ୍କୁଲରେ ମଧ୍ୟ ଏପରି କରିବା ପାଇଁ ଯୋଜନା ଚାଲିଛି। ଏଥିପାଇଁ ବିଶେଷ କିଛି ଖର୍ଚ୍ଚ ହେଉ ନ ଥିବାରୁ ଅନ୍ୟ ସ୍କୁଲ ଏପରି କରିବା ପାଇଁ ନିଷ୍ପତି କରିଛନ୍ତି।

Related posts