Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୩୨ଟି ଆଂଚଳିକ କେନ୍ଦ୍ରର ଛାତ୍ରଛାତ୍ରୀଙ୍କୁ ଡ଼ିଗ୍ରୀ, ଡିପ୍ଲୋମା, ସାର୍ଟିଫିକେଟ, ପିଏଚଡ଼ି, ଏମଫିଲ ଓ ଗୋଲ୍ଡ ମେଡ଼ାଲ ପ୍ରଦାନ
ବିଶେଷ ଖବର

୩୨ଟି ଆଂଚଳିକ କେନ୍ଦ୍ରର ଛାତ୍ରଛାତ୍ରୀଙ୍କୁ ଡ଼ିଗ୍ରୀ, ଡିପ୍ଲୋମା, ସାର୍ଟିଫିକେଟ, ପିଏଚଡ଼ି, ଏମଫିଲ ଓ ଗୋଲ୍ଡ ମେଡ଼ାଲ ପ୍ରଦାନ

April 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଏକବିଂଶ ଶତାବ୍ଦୀ ଜ୍ଞାନର ଶତାବ୍ଦୀ। ଯଦି ଭାରତକୁ ଆମେ ଜ୍ଞାନ ଆଧାରିତ ଅର୍ଥନୀତିର ସୁପର ପାୱାର ଭାବରେ ପ୍ରତିଷ୍ଠିତ କରିବାକୁ ଚାହୁଁଛେ ତେବେ ଆମକୁ ଶିକ୍ଷାର ଦୃଶ୍ୟପଟ୍ଟରେ ପିଏଆରଆଇବିଏଆରଟିଟିଏଏନ ଆଣିବାକୁ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ନୂଆଦିଲ୍ଲୀ ଠାରେ ମଙ୍ଗଳବାର ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ୩୫ତମ ସମାବର୍ତନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରୀୟ ଶିକ୍ଷା ନୀତି ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରଯୁକ୍ତିବିଦ୍ୟା ନୂଆ ସୁଯୋଗ ଭାବରେ ଉଭା ହୋଇଛି। ଆମକୁ ଆମ ଜନସଂଖ୍ୟା ବିଶେଷ ଭାବରେ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କୁ ନବସୃଜନ ଦ୍ୱାରା ସଶକ୍ତ କରିବାକୁ ହେବ। ସବୁଠି ଶିକ୍ଷା ଉପଲବ୍ଧି କରିବାକୁ ହେବ ଏବଂ ଡ଼ିଜିଟାଲ ବିଶ୍ୱବିଦ୍ୟାଳୟ ଓ ଇ-ଲର୍ଣ୍ଣିଂ ଏ ଉଦ୍ଦେଶ୍ୟରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ।

ଆମ ସଭ୍ୟତାର ବୌଦ୍ଧିକ ସମ୍ପତି ଆମ ଶିକ୍ଷା ବ୍ୟବସ୍ଥା। ‘ବସୁଧୈବ କୁଟୁମ୍ବକମ’ ପଥରେ ଆମ ସଭ୍ୟତାର ବୌଦ୍ଧିକ ସମ୍ପତି ଓ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଅପାର କ୍ଷମତାକୁ ଏକତ୍ରିତ କରିବାକୁ ପଡ଼ିବ। ଏହା ଦ୍ୱାରା ଶିକ୍ଷା କ୍ଷେତ୍ର ଅଧିକ ସାମଗ୍ରିକ ହେବ ଏବଂ ବିଶ୍ୱର ମଙ୍ଗଳ ହୋଇପାରିବ। ଜାତୀୟ ଶିକ୍ଷା ନୀତିରେ ଥିବା ମଲଟିପଲ ଏଂଟ୍ରି, ମଲଟିପଲ ଏକ୍ସିଟରେ ଇଗ୍ନୋ ଏକ ପ୍ରମୁଖ ଉଦାହରଣ। ଶିକ୍ଷା ଏବଂ ପାଠପଢ଼ା ସମୟରେ ରୋଜଗାର କରିବା ପାଇଁ ପ୍ରୋତ୍ସାହିତ କରିବା ଆମ ବିଶ୍ୱବିଦ୍ୟାଳୟର ଉଦ୍ଦେଶ୍ୟ ହେବା ଉଚିତ୍ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଇଗ୍ନୋ ଶିକ୍ଷା ତଥା ଶିକ୍ଷାଦାନକୁ ଦେଶର ଦୁର୍ଗମ ଅଂଚଳ ଏବଂ ଗରିବ ଲୋକଙ୍କ ପାଖରେ ପହଁଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଇଗ୍ନୋ ପ୍ରଯୁକ୍ତିବିଦ୍ୟା, ନବସୃଜନ, ଇଂଟରନେଟ୍ ଏବଂ ଡ଼ିଜିଟାଲ ପ୍ଲାଟଫର୍ମକୁ ବ୍ୟବହାର କରି ଶିକ୍ଷାର ପରିଧିକୁ ଆହୁରି ବ୍ୟାପକ କରିବା ଦରକାର। ଇ-ପାଠ୍ୟକ୍ରମକୁ ଆହୁରି ସୁଦୃଢ଼କରୁ ଏବଂ ବିଶ୍ୱରେ ଜ୍ଞାନର କେନ୍ଦ୍ର ଭାବରେ ଏକ ବେଂଚମାର୍କ ଭାବରେ ଉଭା ହେବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି।

ଇଗ୍ନୋର ଏହି ସମାବର୍ତନ ସମାରୋହରେ ଦେଶର ୩୨ଟି ଆଂଚଳିକ କେନ୍ଦ୍ରର ୨ ଲକ୍ଷ ୯୧ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଡ଼ିଗ୍ରୀ, ଡିପ୍ଲୋମା, ସାର୍ଟିଫିକେଟ, ପିଏଚଡ଼ି, ଏମ୍‌ଫିଲ ଓ ଗୋଲ୍ଡ ମେଡ଼ାଲ ପ୍ରଦାନ କରାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

‘ଆଶ୍ରମର ପରିବେଶ ପବିତ୍ର ନୁହେଁ’: ଶଙ୍କରାଚାର୍ଯ୍ୟଙ୍କ ଉପରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଭୂମିକା ଦ୍ୱିବେଦୀ

February 26, 2026

ପ୍ରଖ୍ୟାତ ଘୋଡାନାଚ ଶିଳ୍ପୀ ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ

February 26, 2026

“ଉଭୟଙ୍କ ପାଇଁ ନିରାଶାଜନକ”: କେନ୍ଦ୍ର ବଜେଟ ପରେ କାହିଁକି ଏଭଳି କହିଲେ ଇରାନର ବୈଦେଶିକ ମନ୍ତ୍ରୀ?

February 26, 2026

ବିଶ୍ୱର ନମ୍ବର-୧ ନେତା ହେଲେ ପ୍ରଧାନମନ୍ତ୍ରୀ ମୋଦି!: ବହୁତ ଦୂରରେ ଟ୍ରମ୍ଫ-ପୁଟିନ

February 26, 2026
Latest News

ମାର୍ଚ୍ଚ ୧୪ ରେ ବ୍ରହ୍ମପୁରରେ ଜାତୀୟ ଲୋକ ଅଦାଲତ

February 26, 2026

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026

‘ଆଶ୍ରମର ପରିବେଶ ପବିତ୍ର ନୁହେଁ’: ଶଙ୍କରାଚାର୍ଯ୍ୟଙ୍କ ଉପରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଭୂମିକା ଦ୍ୱିବେଦୀ

February 26, 2026

‘ନିଶାମୁକ୍ତ ଓଡ଼ିଶା ଅଭିଯାନ’: ୨୨୫ କୋଟି ମୂଲ୍ୟର ହାଶିଶ ତେଲ ଓ ୫ କୋଟିର ଗଞ୍ଜେଇ ଜବତ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.