Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜ୍ଞପ୍ତି ବିନା ପଦ୍ମଶ୍ରୀ ମାୟାଧର ରାଉତଙ୍କ ଘର ଖାଲି କଲା ଦିଲ୍ଲୀ ପ୍ରଶାସନ: ଝିଅ ଆଣିଲେ ଏଭଳି ଅଭିଯୋଗ
ବିଶେଷ ଖବର

ବିଜ୍ଞପ୍ତି ବିନା ପଦ୍ମଶ୍ରୀ ମାୟାଧର ରାଉତଙ୍କ ଘର ଖାଲି କଲା ଦିଲ୍ଲୀ ପ୍ରଶାସନ: ଝିଅ ଆଣିଲେ ଏଭଳି ଅଭିଯୋଗ

April 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାର ପାଇଥିବା ୯୦ ବର୍ଷୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ମାୟାଧର ରାଉତଙ୍କୁ ୧୯୮୮ ମସିହାରେ ଏସିଆନ୍ ଗେମ୍ସ ଗ୍ରାମ ଗୃହରୁ ବାହାର କରିଦିଆଯାଇଛି। ଅଭିଯୋଗ ହୋଇଛି ଯେ, କୌଣସି ବିଜ୍ଞପ୍ତି ବିନା ଘର ସାମଗ୍ରୀ ବାହାରକୁ କାଢି ଦିଆଯାଇଛି। ଏହାସହିତ ଅଧିକାରୀଙ୍କ ଆଚରଣ ଠିକ୍ ନଥିଲା ବୋଲି ଅଭିଯୋଗ ହୋଇଛି। ପ୍ରକାଶ ଯୋଗ୍ୟ ଯେ, ଘର ଖାଲି କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଅନେକ କଳାକାର ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। କିନ୍ତୁ ସେମାନଙ୍କ ବିରୋଧରେ ଆଦେଶ ଆସିଥିଲା। ରିଭ୍ୟୁ ପିଟିସନ ମଙ୍ଗଳବାର ଦିନ ଶୁଣାଣି ହେବାର ଥିଲା। କିନ୍ତୁ ଏହାପୂର୍ବରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା।

ମାୟାଧର ରାଉତଙ୍କ ଝିଅଅ ମଧୁମିତା ରାଉତ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ନିଷ୍ପତ୍ତି ବିଷୟରେ କଳାକାରଙ୍କୁ ୨୦୨୦ ରେ ଅବଗତ କରାଯାଇଥିଲା। ଯାହା ବହୁତ ଭୁଲ ଥିଲା। ମୁଁ ଭାବୁଛି ଭାରତ ଭଳି ଏକ ମହାନ ଦେଶରେ ସାଂସ୍କୃତିକ ନୀତି ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ପର୍ଯ୍ୟନ୍ତ ସଂସଦରେ କଳାକାରଙ୍କ ଉପରେ କୌଣସି ଆଲୋଚନା କରାଯାଇ ନାହିଁ।

ସେମାନଙ୍କୁ ଘରୁ କିପରି ହଟାଇ ଦିଆଗଲା ବୋଲି ପ୍ରଶ୍ନ କରି ସେ କହିଛନ୍ତି ଯେ, ସାମଗ୍ରୀ ଫିଙ୍ଗି ଦିଆଯାଇଛି। ଯଦି ମୁଁ ସେଦିନ ସେଠାରେ ନ ଥା’ନ୍ତି, ତେବେ ବୋଧହୁଏ ମୋ ବାପା ସେଦିନ ଏହି ଦୁନିଆରେ ନଥାନ୍ତେ। ଅଧିକାରୀମାନେ ଘଣ୍ଟି ବଜାଇ ଘର ଖାଲି କରିବାକୁ ପଡିବ ବୋଲି କହିଥିଲେ। ସେହି ସମୟରେ ଏକଟା ବାଜିଥିଲା। ମୁଁ ବାପାଙ୍କୁ ଖାଇବାକୁ ଦେବା ପାଇଁ ଅନୁରୋଧ କରିଥିଲି, କିନ୍ତୁ ଅଧିକାରୀମାନେ ତାଙ୍କ କଥା ଶୁଣିନଥିଲେ।

ସେ କହିଛନ୍ତି ଯେ, ଆମକୁ ଦୁଇ ମିନିଟ୍ ମଧ୍ୟ ଦିଆଯାଇନଥିଲା। ସଙ୍ଗେ ସଙ୍ଗେ ଶ୍ରମିକ ଓ ଅଧିକାରୀମାନେ ଘର ଭିତରକୁ ଆସିଲେ। ସେମାନଙ୍କର କୌଣସି ଅର୍ଡର ନୋଟିସ ନଥିଲା। ମୁଁ ମୋ ପିଲାମାନଙ୍କୁ ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ପ୍ରବେଶ କରିବାକୁ କେବେବି କହିବି ନାହିଁ। ମୁଁ କହିବି ତୁମେ ଏକ ସଫ୍ଟୱେର୍ ଇଞ୍ଜିନିୟର ହୁଅ। କାରଣ କଳାକାରମାନଙ୍କୁ ମୋଦୀ ସରକାରଙ୍କ ଅଧୀନରେ ସମ୍ମାନ ଦିଆ ଯାଏ ନାହିଁ।

ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ମାୟାଧର ରାଉତ
Share. Facebook Twitter LinkedIn Email WhatsApp Copy Link

Related Posts

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Latest News

ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

February 25, 2026

ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ: ମାର୍ଚ୍ଚ ୮ ଯାଏଁ ଗୃହ ମୁଲତବି

February 25, 2026

ଆଜି ଫେବୃୟାରୀ ୨୫ ତାରିଖ ବୁଧବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

February 25, 2026

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.