Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ଗୁରୁ କେଳୁଚରଣ ମହାପାତ୍ର ଉତ୍ସବର ତୃତୀୟ ସଂଧ୍ୟାରେ ଶୁଭିଲା ବାଦ୍ୟଯନ୍ତ୍ରର ସମଷ୍ଟି – ମ୍ୟୁଜିକାଲ୍‍ ମିଲେଙ୍ଗେ

ଭୁବନେଶ୍ୱର : ସେପ୍ଟେମ୍ବର ୬ ରେ ସୃଜନ ଦ୍ୱାରା ଆୟୋଜିତ ହୋଇଥିବା ୨୮ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ୨୦୨୨ ର ଦ୍ୱିତୀୟ ସନ୍ଧ୍ୟାରେ ସ୍ମରଣୀୟ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବରେ ନୃତ୍ୟ ଏବଂ ସଂଗୀତ ଉପସ୍ଥାପନା କରାଯାଇଥିଲା ଯାହା ସୁଶ୍ରୀ ସୃଷ୍ଟି ସୁରୂପା ମିଶ୍ରଙ୍କ ଦ୍ୱାରା ଆରମ୍ଭ ହୋଇଥିଲାଏବଂ ପରେ ବିଦୁସୀ ଗୀତାଚନ୍ଦ୍ରନ୍‍ଙ୍କ ଦ୍ୱାରା ଭରତନାଟ୍ୟମ୍ ପ୍ରଦର୍ଶନ ଦ୍ୱାରା ସମାପ୍ତ ହୋଇଥିଲା।

ନୃତ୍ୟ, ସଂଗୀତ ଏବଂ ସାଂଗଠନିକ ସଠିକତାର ଆଉ ଏକ ପ୍ରଶଂସନୀୟ ଦିନ ପରେ, ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତିର ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ, ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ଶ୍ରୀ ତଥାଗତ ଶତପଥୀ; କାଦମ୍ବିନୀ ପତ୍ରୀକାର ସମ୍ପାଦିକା ଡ଼କ୍ଟର ଇତୀରାଣି ସାମନ୍ତ ଯୋଗଦେଇ ପ୍ରଦୀପ ପ୍ରଜ୍ୱୋଳନ ପରେ ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସୃଜନ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ରତିକାନ୍ତ ମହାପାତ୍ର ଓ ଶ୍ରୀ ଅଗ୍ନିମିତ୍ର ବେହେରାଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବାଗ୍ନି ଓଡିଶାର ୧୦ ଜଣ ଶୀର୍ଷ ମାନ୍ୟତା ପ୍ରାପ୍ତ ସଂଗୀତଜ୍ଞଙ୍କ ପ୍ରତିଭା ଏବଂ ଅଭିଜ୍ଞତାର ଏକ ମିଶ୍ରଣ। ସେମାନେ ହେଲେ ବେହେଲାରେ ଶ୍ରୀ ଅଗ୍ନିମିତ୍ରା ବେହେରା, ବଂଶୀରେ ଶ୍ରୀ ଶ୍ରୀନିବାସ ଶତପଥୀ, ଗିଟାରରେ ଶ୍ରୀ ଦେବ ରଂଜନ ନାୟକ ଓ ଶ୍ରୀ ପ୍ରଣବ ପ୍ରଧାନ, କିବୋର୍ଡରେ ଶ୍ରୀରମେଶ ଚନ୍ଦ୍ର ବେହେରା, ତବଲାରେ ଶ୍ରୀ ବିଶ୍ୱ ରଞ୍ଜନ ନନ୍ଦ, ପରକ୍ୟୁସନରେ ଶ୍ରୀ ବୈଭବ କୁମାର ଦାସ ଓ ଶ୍ରୀ ସମୀର ରଂଜନ ପ୍ରଧାନ, ଡ୍ରମରେ ଶ୍ରୀ ବିକସିତ୍‌ ସାହୁ ଏବଂ କଣ୍ଠରେ ଶ୍ରୀ ମିଲନ୍‌ କୁମାର ପଣ୍ଡା।

ସେମାନେ ଜୀବନର ସମସ୍ତ ବାଧା ବିଘ୍ନ ଏବଂ ଅସୁବିଧାଗୁଡ଼ିକର ବିନାଶକାରୀ ଭଗବାନ ଗଣେଶଙ୍କୁ ପ୍ରଣାମ ପୂର୍ବକ ବକ୍ରତୁଣ୍ଡ ମହାକାୟ ସହିତ ସେମାନଙ୍କର ବାଦ୍ୟଯନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସେମାନଙ୍କର ପରବର୍ତ୍ତୀ ପ୍ରସ୍ତୁତି ଯାହାର ନାମ ଇମ୍ପୋସିଆନ୍‌, ଏକ ଉଚ୍ଚକୋଟୀର ପରିବେଶଣ ଥିଲା ଯାହାକୁ କଳାକାରମାନଙ୍କ ଦ୍ୱାରା ତୀବ୍ରତା ଏବଂ ଉତ୍ସାହ ସହିତ ପରିବେସିତ ହୋଇଥିଲା। ରାଜ୍ୟର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ମୂଳ ଦୁଆରେ ଓଡ଼ିଶାର ଗର୍ବ ପାଳନ କରି ଶିବାଗ୍ନିତା’ ପରେ ଓଡ଼ିଶୀ ଫ୍ୟୁଜନ୍‌ ପରିବେଶଣ କରିଥିଲେ।

ପରବର୍ତ୍ତୀ ଉପସ୍ଥାପନା ଥିଲା ବର୍ଷାର ଶାନ୍ତକାରୀ ଶବ୍ଦ ପ୍ରଦର୍ଶନ, ଯାହା ଦୂର ତଥା ନିକଟବର୍ତ୍ତୀ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରେ ପରେ ପରେ ସେମାନେ ସନ୍ଥ କବୀରଙ୍କ ଦୋହାକୁ ସଙ୍ଗୀତ ମାଧ୍ୟମରେ ଚିତ୍ରଣ କରିଥିଲେ ଏବଂ ଶେଷରେ ଭଗବାନ ଶିବଙ୍କ ଉପରେ ପର୍ଯ୍ୟବେସିତ ଶିବନାସ ପରିବେଶଣ କରିଥିଲେ। ଶିବାଗ୍ନିର ସଂଗୀତଜ୍ଞମାନଙ୍କ ଦ୍ୱାରା ପରିବେଶିତ ସମସ୍ତ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ୍‍ ଆକର୍ଷିତ କରିଥିଲା।

ସୃଜନ ଅନୁଷ୍ଠାନର ଫେସବୁକ୍‌ପେଜ୍‌ ଏବଂ ୟୁଟ୍ୟୁବ୍‌ ଚ୍ୟାନେଲରେଏହି ପୁରସ୍କାର ଉତ୍ସବର ସିଧା ପ୍ରସାରଣ କରାଯାଉଛି। ଏହି ଉତ୍ସବର ପରିକଳ୍ପନା ସୃଜନ ନିର୍ଦ୍ଦେଶକ ଗୁରୁରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେଏହାକୁ କାର୍ଯ୍ୟକାରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର କରିଛନ୍ତି। ଏହିକାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ଓ ଅନୁଜାତାରିଣୀ ମିଶ୍ର ପରିଚାଳନା କରିଥିଲେ।

Categories
ବିଶେଷ ଖବର

ବିଜ୍ଞପ୍ତି ବିନା ପଦ୍ମଶ୍ରୀ ମାୟାଧର ରାଉତଙ୍କ ଘର ଖାଲି କଲା ଦିଲ୍ଲୀ ପ୍ରଶାସନ: ଝିଅ ଆଣିଲେ ଏଭଳି ଅଭିଯୋଗ

ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାର ପାଇଥିବା ୯୦ ବର୍ଷୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ମାୟାଧର ରାଉତଙ୍କୁ ୧୯୮୮ ମସିହାରେ ଏସିଆନ୍ ଗେମ୍ସ ଗ୍ରାମ ଗୃହରୁ ବାହାର କରିଦିଆଯାଇଛି। ଅଭିଯୋଗ ହୋଇଛି ଯେ, କୌଣସି ବିଜ୍ଞପ୍ତି ବିନା ଘର ସାମଗ୍ରୀ ବାହାରକୁ କାଢି ଦିଆଯାଇଛି। ଏହାସହିତ ଅଧିକାରୀଙ୍କ ଆଚରଣ ଠିକ୍ ନଥିଲା ବୋଲି ଅଭିଯୋଗ ହୋଇଛି। ପ୍ରକାଶ ଯୋଗ୍ୟ ଯେ, ଘର ଖାଲି କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଅନେକ କଳାକାର ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। କିନ୍ତୁ ସେମାନଙ୍କ ବିରୋଧରେ ଆଦେଶ ଆସିଥିଲା। ରିଭ୍ୟୁ ପିଟିସନ ମଙ୍ଗଳବାର ଦିନ ଶୁଣାଣି ହେବାର ଥିଲା। କିନ୍ତୁ ଏହାପୂର୍ବରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା।

ମାୟାଧର ରାଉତଙ୍କ ଝିଅଅ ମଧୁମିତା ରାଉତ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ନିଷ୍ପତ୍ତି ବିଷୟରେ କଳାକାରଙ୍କୁ ୨୦୨୦ ରେ ଅବଗତ କରାଯାଇଥିଲା। ଯାହା ବହୁତ ଭୁଲ ଥିଲା। ମୁଁ ଭାବୁଛି ଭାରତ ଭଳି ଏକ ମହାନ ଦେଶରେ ସାଂସ୍କୃତିକ ନୀତି ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ପର୍ଯ୍ୟନ୍ତ ସଂସଦରେ କଳାକାରଙ୍କ ଉପରେ କୌଣସି ଆଲୋଚନା କରାଯାଇ ନାହିଁ।

ସେମାନଙ୍କୁ ଘରୁ କିପରି ହଟାଇ ଦିଆଗଲା ବୋଲି ପ୍ରଶ୍ନ କରି ସେ କହିଛନ୍ତି ଯେ, ସାମଗ୍ରୀ ଫିଙ୍ଗି ଦିଆଯାଇଛି। ଯଦି ମୁଁ ସେଦିନ ସେଠାରେ ନ ଥା’ନ୍ତି, ତେବେ ବୋଧହୁଏ ମୋ ବାପା ସେଦିନ ଏହି ଦୁନିଆରେ ନଥାନ୍ତେ। ଅଧିକାରୀମାନେ ଘଣ୍ଟି ବଜାଇ ଘର ଖାଲି କରିବାକୁ ପଡିବ ବୋଲି କହିଥିଲେ। ସେହି ସମୟରେ ଏକଟା ବାଜିଥିଲା। ମୁଁ ବାପାଙ୍କୁ ଖାଇବାକୁ ଦେବା ପାଇଁ ଅନୁରୋଧ କରିଥିଲି, କିନ୍ତୁ ଅଧିକାରୀମାନେ ତାଙ୍କ କଥା ଶୁଣିନଥିଲେ।

ସେ କହିଛନ୍ତି ଯେ, ଆମକୁ ଦୁଇ ମିନିଟ୍ ମଧ୍ୟ ଦିଆଯାଇନଥିଲା। ସଙ୍ଗେ ସଙ୍ଗେ ଶ୍ରମିକ ଓ ଅଧିକାରୀମାନେ ଘର ଭିତରକୁ ଆସିଲେ। ସେମାନଙ୍କର କୌଣସି ଅର୍ଡର ନୋଟିସ ନଥିଲା। ମୁଁ ମୋ ପିଲାମାନଙ୍କୁ ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ପ୍ରବେଶ କରିବାକୁ କେବେବି କହିବି ନାହିଁ। ମୁଁ କହିବି ତୁମେ ଏକ ସଫ୍ଟୱେର୍ ଇଞ୍ଜିନିୟର ହୁଅ। କାରଣ କଳାକାରମାନଙ୍କୁ ମୋଦୀ ସରକାରଙ୍କ ଅଧୀନରେ ସମ୍ମାନ ଦିଆ ଯାଏ ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟାଙ୍କର ପରଲୋକ

ଭୁବନେଶ୍ବର, ଓଡିଶୀର ଆଦିଗୁରୁ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପରଲୋକ ଘଟିଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘମାସ ଧରି ବାର୍ଦ୍ଧାକ୍ୟ ରୋଗରେ ପିଡିତ ଥିଲେ। ଶନିବାର ରାତି ୧୧ଟାରେ ଭୀମଟାଙ୍ଗିସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁତ୍ର ତଥା ଗୁରୁ ରତିକାନ୍ତ ମହାପାତ୍ର ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଲକ୍ଷ୍ମୀପ୍ରିୟା ଜଣେ ମହିଳା ଭାବରେ ସେ ମଞ୍ଚରେ ପ୍ରଥମ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସେ ଏକାଧାରରେ ଜଣେ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ଥିଲେ । ଅନ୍ନପୂର୍ଣ୍ଣ ଏ ଥିଏଟରରେ ଜଣେ ଅଭିନେତ୍ରୀ ଭାବେ ସେ ଅନେକ ନାଟକରେ ଅଭିନୟ ପ୍ରଦର୍ଶନ କରିଛନ୍ତି। ଏହାପରେ ଅନ୍ନପୂଣ୍ଣା ବି ଗ୍ରୁପରେ ସେ କେଳୁଚରଣଙ୍କ ମୃଦଙ୍ଗର ତାଳେ ତାଳେ ନୃତ୍ୟ ପରିବେଷଣ କରୁଥିଲେ। ସେହି ଅନ୍ନପୂର୍ଣା ଥିଏଟରରେ ଲକ୍ଷ୍ମୀପ୍ରିୟା କେଳୁଚରଣଙ୍କ ସହିତ ପରିଚିତ ହୋଇ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ତାଙ୍କ ବିୟୋଗରେ ଓଡିଶୀ ନୃତ୍ୟ ଓ ସଂଗୀତ କ୍ଷେତ୍ରରେ ଏକ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଅଭିନେତ୍ରୀ ମିନତୀ ମିଶ୍ରଙ୍କ ପରଲୋକ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର,6/1: ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ଡ. ମିନତୀ ମିଶ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ୨୦୧୨ରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।  ଓଡ଼ିଶୀ ନୃତ୍ୟରେ ‘ଭାବ ଓ ଅଭିନୟ’ର ପରିପ୍ରକାଶ ପାଇଁ ମିନତୀ ବେଶ୍‌ ଜଣାଶୁଣା । ସେ ୧୯୨୯ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ। ୧୯୬୩ରେ ପ୍ରଥମଥର ପାଇଁ ସେ ‘ସୂର୍ଯ୍ୟମୁଖୀ’ ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ । ପରେ ପରେ  ସେ ‘ଭାଇଭାଉଜ’, ‘ଜୀବନସାଥୀ’, ‘ସାଧନା’ ଓ ‘ଅରୁନ୍ଧତୀ’ ପରି ଓଡ଼ିଆ ଫିଲ୍ମରେ ଅଭିନୟ କରିଥିଲେ । ଏହାସହିତ ଏକ ବଙ୍ଗଳା ଚଳଚ୍ଚିତ୍ର ‘ନିର୍ଜନ ଶୈକର’ରେ ସେ ଅଭିନୟ କରିଥିଲେ । ୧୯୭୫ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିବାବେଳେ ୨୦୦୦ରେ କଳିଙ୍ଗ ଶାସ୍ତ୍ରୀୟ ସଙ୍ଗୀତ ପୁରସ୍କାରରେ ସମ୍ମାନିତ ହୋଇଥିଲେ।