ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଅଭିନେତ୍ରୀ ମିନତୀ ମିଶ୍ରଙ୍କ ପରଲୋକ

Published: Jan 6, 2020, 12:58 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର,6/1: ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ଡ. ମିନତୀ ମିଶ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ୨୦୧୨ରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।  ଓଡ଼ିଶୀ ନୃତ୍ୟରେ ‘ଭାବ ଓ ଅଭିନୟ’ର ପରିପ୍ରକାଶ ପାଇଁ ମିନତୀ ବେଶ୍‌ ଜଣାଶୁଣା । ସେ ୧୯୨୯ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ। ୧୯୬୩ରେ ପ୍ରଥମଥର ପାଇଁ ସେ ‘ସୂର୍ଯ୍ୟମୁଖୀ’ ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ । ପରେ ପରେ  ସେ ‘ଭାଇଭାଉଜ’, ‘ଜୀବନସାଥୀ’, ‘ସାଧନା’ ଓ ‘ଅରୁନ୍ଧତୀ’ ପରି ଓଡ଼ିଆ ଫିଲ୍ମରେ ଅଭିନୟ କରିଥିଲେ । ଏହାସହିତ ଏକ ବଙ୍ଗଳା ଚଳଚ୍ଚିତ୍ର ‘ନିର୍ଜନ ଶୈକର’ରେ ସେ ଅଭିନୟ କରିଥିଲେ । ୧୯୭୫ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିବାବେଳେ ୨୦୦୦ରେ କଳିଙ୍ଗ ଶାସ୍ତ୍ରୀୟ ସଙ୍ଗୀତ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

Related posts