Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳା ପ୍ରଦର୍ଶନୀରେ ଭିଡ ଜମିବାରେ ଲାଗିଛି
ବିଶେଷ ଖବର

ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳା ପ୍ରଦର୍ଶନୀରେ ଭିଡ ଜମିବାରେ ଲାଗିଛି

April 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳା ପ୍ରଦର୍ଶନୀରେ ଭିଡ ଜମିବାରେ ଲାଗିଛି

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖଠାରୁ ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ଜାତୀୟ ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀ ଆରମ୍ଭ ହୋଇଛି।
ମେଳା ଖବର ଯେତେ ପ୍ରସାରିତ ହେଉଛି ଲୋକଙ୍କ ମେଳାକୁ ଆସିବା ପାଇଁ ସେତେ ଆଗ୍ରହ ପରିଲକ୍ଷିତ ହୋଇଛି।

ସୁସଜ୍ଜିତ ସାଜସଜ୍ଜା ମଧ୍ୟରେ ମେଳାରେ ଦର୍ଶକମାନଙ୍କ ଉତ୍ସାହ ବହୁଗୁଣିତ ହୋଇଯାଉଛି। ବିଶେଷ କରି ଛୋଟ ଛୋଟ ପିଲାମାନଙ୍କ ଜିଜ୍ଞାସାର ପୂର୍ତ୍ତି ପାଇଁ ଅନେକ ବାପାମା ରୀତିମତ ମେଳା ଅନୁଭୂତି ବଖାଣୁଛନ୍ତି ତାଙ୍କ ପିଲାଙ୍କ ପାଖରେ ମେଳା ପଡ଼ିଆ ସତେ ଯେପରି ଏକ ପାଠଶାଳା।

ଶୃଙ୍ଖଳିତ ମେଳାର ଜନଜାତି ହାଟରେ ଲୋକଙ୍କ ବେଶ୍‌ ଗହଳି ପରିଲକ୍ଷିତ ହୋଇଥିଲା। ଏ ବର୍ଷ ଖାଦ୍ୟ ପସରା ଖୋଲି ନଥିବାରୁ ଲୋକଙ୍କ ନିରାଶା ଭାବ ଥିଲେ ମଧ୍ୟ ରାଶିଲଡ଼ୁ, ବାଦାମ ଲଡ଼ୁ, ମୁଆ ଲଡ଼ୁ, ଖସ୍‌କା, ଖଜୁରୀ ପିଠା, ସାରୁ ଚିପ୍‌ସ, କନ୍ଦମୂଳ ଚିପ୍‌ସ, ବାଉଁଶ କରଡ଼ି ଆଚାର ଇତ୍ୟାଦି ଖାଦ୍ୟ କିଣିବାରେ ଖୁବ୍‌ ଆଗ୍ରହୀ ଥିଲେ ଲୋକମାନେ। ଗତକାଲି ସୁଦ୍ଧା ମେଳାରେ ପ୍ରାୟ ଦୁଇକୋଟି ଟଙ୍କାର ବ୍ୟବସାୟ ହୋଇଥିବାର ମେଳା କର୍ତ୍ତୃପକ୍ଷଙ୍କ ପାଖରୁ ପ୍ରକାଶ।

ଆଜିର ଜନଜାତି ନୃତ୍ୟରେ ବଣାଇଁ ଅଞ୍ଚଳରୁ ଆସିଥିବା ମୁଣ୍ଡାରୀ ଏବଂ କିସାନ୍‌ମାନଙ୍କ ନୃତ୍ୟରେ ମୌଳିକତା ପ୍ରଦର୍ଶିତ ହୋଇଥିଲା। ଓଡ଼ିଶା ଓ ଝାଡ଼ଖଣ୍ଡ ଶୈଳୀର ମିଳିତ ରୂପ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ସେହିପରି କେନ୍ଦୁଝରର ସାନ୍ତାଳ ଓ ହୋ ଜନଜାତିଙ୍କ ନୃତ୍ୟଶୈଳୀ ପାରମ୍ପରିକ ହୋଇ ବି ଦର୍ଶକଙ୍କୁ ଭରପୂର ଉତ୍ସାହ ଦେଇଥିଲା। ସବୁଠୁ ବେଶ୍‌ ଆକର୍ଷଣୀୟ ଥିଲା କଳାହାଣ୍ଡିରୁ ଆସିଥିବା ଘୁମୁରା ଓ ଢାପ ନୃତ୍ୟ ପ୍ରଦର୍ଶନ। ଘୁମୁରାରେ ପାରମ୍ପରିକ ଛଟା ଥିଲେ ମଧ୍ୟ ଦର୍ଶକମାନେ ଢାପ ନୃତ୍ୟରେ ଝୁମିଥିଲେ।

କଳାହାଣ୍ଡିର ଏକ ଲୋକନୃତ୍ୟ ଭାବରେ ଢାପ ଦେଶବିଦେଶରେ ଖୁବ୍‌ ପରିଚିତ। ଆଦିବାସୀ ପରମ୍ପରାରୁ ବାହାରି ଲୋକପରମ୍ପରାରେ ଏହାର ବିଶେଷ ପ୍ରସିଦ୍ଧି ରହିଛି । ସମଗ୍ର ମେଳା ଅଞ୍ଚଳକୁ ଆଜିର ଢାପ ନୃତ୍ୟ ପ୍ରକମ୍ପିତ କରି ଦର୍ଶକମାନଙ୍କୁ ନୂତନ ସ୍ୱାଦ ପରଶିଥିଲା।
ଏ ଅବସରରେ ଏସସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ଜାତୀୟ ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀରେ ସ୍ୱକୀୟ ଜ୍ଞାନ ଆଧାରିତ କଳାସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗରଙ୍କୁ ପୁରସ୍କୃତ କରିଥିଲେ।

ବୟନକଳାରେ ତାମିଲନାଡୁର ଟୋଡା ବୟନକଳା ପ୍ରଥମ ହୋଇଥିବାବେଳେ ଓଡ଼ିଶାର କୁଲିସ୍‌ ବୟନକଳା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ସେହିପରି ଚିତ୍ରକଳାରେ ଆନ୍ଧ୍ରପ୍ରଦେଶର ସବର ଚିତ୍ରକଳା ପ୍ରଥମ ଓ ରାଜସ୍ଥାନ ଭିଲ ଚିତ୍ରକଳା ଦ୍ୱିତୀୟ, ବାଉଁଶ କାରିଗରୀରେ କେରଳର କୁରୁମା ବାଉଁଶ କାରିଗରୀ ପ୍ରଥମ ଓ ଓଡ଼ିଶାର ମାଙ୍କିଡିଆ ଜନଜାତିଙ୍କ ଶିଆଳିକତାର କଳାସାମଗ୍ରୀ ଦ୍ୱିତୀୟ, ଲାଖ କଳାରେ ଓଡ଼ିଶାର ବାଥୁଡ଼ି ଓ ସାନ୍ତାଳ ଲାଖକଳା ପ୍ରଥମ ଓ ଅଳଙ୍କାରରେ ଝାରଖଣ୍ଡ ଓରାଓଙ୍କ ଅଳଙ୍କାର ଦ୍ୱିତୀୟ ପୁରସ୍କାର ପାଇଥିଲେ । ଏହି ମେଳା ପ୍ରତ୍ୟହ ଅପରାହ୍ନ ୩.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଖୋଲା ରହୁଛି ।

ଆଦିବାସୀ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026

ଷୋଡ଼ଶ ଆର୍ଥିକ କମିଶନଙ୍କ ସୁପାରିଶକୁ ସରକାରଙ୍କ ସ୍ୱୀକୃତି: ରାଜ୍ୟଗୁଡ଼ିକୁ ମିଳିବ ୪୧% କେନ୍ଦ୍ରୀୟ ଟିକସ

February 1, 2026

ବଜେଟ 2026 କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ପ୍ରତିକ୍ରିୟା, କହିଲେ…….

February 1, 2026

ଆସନ୍ତାକାଲିଠାରୁ ଛଅ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଭୁବନେଶ୍ବରର ଏହି ରାସ୍ତା ହେବ ବନ୍ଦ

February 1, 2026
Latest News

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026

ଆଇଟି ସେବା ନିମନ୍ତେ ନିରାପଦ ସ୍ଥାନ ପାଇବାର ସୀମା ୩୦୦ କୋଟିରୁ ୨୦୦୦ କୋଟିକୁ ବୃଦ୍ଧି

February 1, 2026

ଷୋଡ଼ଶ ଆର୍ଥିକ କମିଶନଙ୍କ ସୁପାରିଶକୁ ସରକାରଙ୍କ ସ୍ୱୀକୃତି: ରାଜ୍ୟଗୁଡ଼ିକୁ ମିଳିବ ୪୧% କେନ୍ଦ୍ରୀୟ ଟିକସ

February 1, 2026

“କେରଳର ନାମ ଉଲ୍ଲେଖ ନାହିଁ”: ବଜେଟ୍ ଉପରେ ଶଶି ଥରୁରଙ୍କ ପ୍ରଥମ ପ୍ରତିକ୍ରିୟା

February 1, 2026

ଇସଲାମ ଛାଡି ହିନ୍ଦୁ ନାମ ରଖିଛନ୍ତି କି ଉର୍ଫି ଜାଭେଦ?: ସ୍ପଷ୍ଟ କଲେ ଅଭିନେତ୍ରୀ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.