Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୃଷକଙ୍କ ଆୟବୃଦ୍ଧି ନିମନ୍ତେ କାର୍ଯ୍ୟକ୍ଷମ ହେଲା ୯୭ ହଜାର ବୋରଓ୍ୱେଲ୍
ବିଶେଷ ଖବର

କୃଷକଙ୍କ ଆୟବୃଦ୍ଧି ନିମନ୍ତେ କାର୍ଯ୍ୟକ୍ଷମ ହେଲା ୯୭ ହଜାର ବୋରଓ୍ୱେଲ୍

April 30, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
କୃଷକଙ୍କ ଆୟବୃଦ୍ଧି ନିମନ୍ତେ କାର୍ଯ୍ୟକ୍ଷମ ହେଲା ୯୭ ହଜାର ବୋରଓ୍ୱେଲ୍

ଭୁବନେଶ୍ୱର: କୃଷିକାର୍ଯ୍ୟରୁ ନିରନ୍ତର ଆୟବୃଦ୍ଧି ଦିଗରେ ଅନ୍ୟ ଏକ ବଳିଷ୍ଠ ପଦକ୍ଷେପ ଭାବେ ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ଗଭୀର ବୋରଓ୍ୱେଲ୍ କାର‌୍ୟ୍ୟକ୍ରମକୁ ଅଧିକ ସଘନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ଜଳ ସେଚନ ନିଗମ ଦ୍ୱାରା ପରିଚାଳିତ ଏହି ଯୋଜନାର ସମୀକ୍ଷା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଜନା କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ଆର୍ଥିକ, ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

କ୍ଷେତ୍ରସ୍ତରରେ ଯୋଜନାର ଲୋକପ୍ରିୟତାକୁ ଅନୁଧ୍ୟାନ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଗଭୀର ବୋରଓ୍ୱେଲ୍ ଯୋଜନା ମାଧ୍ୟମରେ ଫସଲ ବିବିଧକରଣ ଏବଂ ଅର୍ଥକରୀ ଫସଲ ଉତ୍ପାଦନକୁ ଅଧିକ ସହଜ ଓ ଫଳପ୍ରସୁ କରିହେବ । ଏହା ମଧ୍ୟ ବର୍ଷତମାମ ନିରନ୍ତର କୃଷି କାର୍ଯ୍ୟ ଏବଂ କୃଷକଙ୍କ ଆୟବୃଦ୍ଧିରେ ସହାୟକ ହେବ । ଆବଶ୍ୟକ ପରିମାଣରେ ଜଳସେଚନ ନଥିବା ସମସ୍ତ ବ୍ଲକ୍ରେ ଏହି ଯୋଜନାକୁ ସଘନ ଭାବେ କାର୍ଯ୍ୟାନ୍ୱୟନ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ବୋରଓ୍ୱେଲରୁ ଉତ୍ପାଦିତ ଜଳର ଗୁଣାତ୍ମକମାନ ପରୀକ୍ଷା ସହ ନିୟନ୍ତ୍ରିତ ଜଳସେଚନ ପଦ୍ଧତିରେ ଏହାର ସର୍ବାଧିକ ଉପଯୋଗ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ । ବୋରଓ୍ୱେଲ୍ ହେଉଥିବା ଅଞ୍ଚଳମାନଙ୍କରେ କୃଷକମାନଙ୍କୁ ଫସଲ ବିବିଧକରଣ ବିଷୟରେ ତାଲିମ ଓ ବୈଷୟିକ ପରାମର୍ଶ ଦେବା ପାଇଁ କୃଷି ଓ ଉଦ୍ୟାନ କୃଷି ବିଭାଗ ଅଧିକାରୀମାନଙ୍କୁ କହିଥିଲେ । ସ୍ୱାଭିମାନ ଅଞ୍ଚଳରେ ଏହି କାର‌୍ୟ୍ୟକ୍ରମକୁ ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା (ଆଇ.ଟି.ଡ଼ି.) ମାଧ୍ୟମରେ ଅଧିକ ଲୋକପ୍ରିୟ କରାଇବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଉଭୟ ଜଳ ସଂପଦ ଓ ଅନୁସୂଚୀତଜାତି ଓ ଜନଜାତି ଉନ୍ନୟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଣାଇଥିଲେ ଯେ ବୋରଓ୍ୱେଲ୍ ଯୋଜନାକୁ ଅଧିକ ତ୍ୱରାନ୍ୱିତ ଏବଂ ସ୍ୱଚ୍ଛ କରିବା ନିମନ୍ତେ ଅନ୍ଲାଇନ୍ ଦରଖାସ୍ତ ଗ୍ରହଣ, ଏବଂ ଅନ୍ଲାଇନ୍ ମଞ୍ଜୁରୀ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ବୋରଓ୍ୱେଲ୍ ପିଛା ପ୍ରାୟ ୩.୮୮ ଲକ୍ଷ ଟଙ୍କା ବିନିଯୋଗ ହେଉଥିବା ବେଳେ ହିତାଧିକାରୀଙ୍କ ଅଂଶଧନକୁ ବହୁ ସିମୀତ ରଖାଯାଇଛି । ସାଧାରଣ ବର୍ଗର ହିତାଧିକାରୀ ୨୦ ହଜାର ଏବଂ ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ହିତାଧିକାରୀ ୧୦ ହଜାର ଟଙ୍କାର ଅଂଶଧନ ଦେଇଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷସୁଦ୍ଧା ପ୍ରାୟ ୯୭ ହଜାର ବୋରଓ୍ୱେଲ୍ କୁ କାର‌୍ୟ୍ୟକ୍ଷମ କରାଯାଇ ଚାଷୀମାନଙ୍କୁ ହସ୍ତାନ୍ତର କରାଯାଇଛି । ଗୋଟିଏ ବୋରଓ୍ୱେଲ୍ରୁ ଉତ୍ପାଦିତ ଜଳରେ ପ୍ରାୟ ୫ ହେକ୍ଟର ଜମିକୁ ବିଭିନ୍ନ ପ୍ରକାର ଚାଷ ନିମନ୍ତେ ପାଣି ଯୋଗାଯାଇ ପାରୁଛି ।

୨୦୨୫-୨୬ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରାୟ ୧ ଲକ୍ଷ ନୂଆ ବୋରଓ୍ୱେଲ୍ ଖନନ କରି ୫ ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମିକୁ ବର୍ଷତମାମ ଜଳସେଚନ ଯୋଗାଇବା ନିମନ୍ତେ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏଥିରେ ପ୍ରାୟ ୪୧୯୮.୧୬ କୋଟି ଟଙ୍କା ବିନିଯୋଗ ହେବ । ସ୍ୱାଭିମାନ ଅଞ୍ଚଳ ପାଇଁ ସ୍ୱତନ୍ତ୍ରଭାବେ ମଞ୍ଜୁର ହୋଇଥିବା ୪୧୯ ଟି ଗଭୀର ବୋରଓ୍ୱେଲ୍କୁ ଶିଘ୍ର କାର୍ଯ୍ୟାନ୍ୱୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହି ଅଞ୍ଚଳରେ ହିତାଧିକାରୀ ଅଂଶଧନ ଆଇ.ଟି.ଡ଼ି.ଏ. ମାଧ୍ୟମରେ ପୈଠ କରାଯିବ । ୨ ରୁ ୩ ମାସ ମଧ୍ୟରେ ଏହି ସବୁ ବୋରଓ୍ୱେଲ୍ ର ଟେଣ୍ଡର ପ୍ରକ୍ରିୟା ଶେଷ କରି କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳମାନଙ୍କରେ ସୌର-ଶକ୍ତି ମାଧ୍ୟମରେ ବୋରଓ୍ୱେଲ୍ ପମ୍ପ୍ ବସାଯିବ। ଏଥି ପାଇଁ ପ୍ରତି ବୋରଓ୍ୱେଲ୍ ପିଛା ୩.୯୪ ଲକ୍ଷ ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି ବୋଲି ଶ୍ରୀମତୀ ଗର୍ଗ କହିଥିଲେ । ପ୍ରତି ବର୍ଷ ୨୫୦୦ ଟି ହିସାବରେ ୨୦୨୫-୨୬ ଆର୍ଥିକ ବର୍ଷ ଶେଷସୁଦ୍ଧା ସମୁଦାୟ ୧୨,୫୦୦ ବୋରଓ୍ୱେଲ୍ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ଧାର‌୍ୟ୍ୟ କରାଯାଇଥିଲା । ଏହି ପ୍ରକଳ୍ପରେ ପ୍ରାୟ ୪୯୨.୫୦ କୋଟି ଟଙ୍କା ବିନିଯୋଗ ହେବ ଏବଂ ଜଳକ୍ଳିଷ୍ଟ ଅଞ୍ଚଳରେ ପ୍ରାୟ ୬୨,୫୦୦ ହେକ୍ଟର ଜମି ଜଳସେଚିତ ହେବ ।

ଉନନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ସଂଜୀବ ଚୋପ୍ରା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ, ଜଳ ସଂପଦ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ଉଠାଜନସେଚନ ନିଗମ କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବାଲେଶ୍ୱରନାଥ ସାହୁ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଜନାର୍ଦ୍ଦନ ମାଝୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

March 20, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026
Latest News

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

March 20, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026

ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.