Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ତିନି ୟୁରୋପୀୟ ଗସ୍ତରେ ପ୍ରଧାନମନ୍ତ୍ରୀ, ବର୍ଲିନରେ ପ୍ରବାସୀ ଭାରତୀୟଙ୍କ ତରଫରୁ ଭବ୍ୟ ସ୍ବାଗତ
ଅନ୍ତରାଷ୍ଟ୍ରୀୟ

ତିନି ୟୁରୋପୀୟ ଗସ୍ତରେ ପ୍ରଧାନମନ୍ତ୍ରୀ, ବର୍ଲିନରେ ପ୍ରବାସୀ ଭାରତୀୟଙ୍କ ତରଫରୁ ଭବ୍ୟ ସ୍ବାଗତ

May 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତିନି ୟୁରୋପୀୟ ଗସ୍ତରେ ପ୍ରଧାନମନ୍ତ୍ରୀ, ବର୍ଲିନରେ ପ୍ରବାସୀ ଭାରତୀୟଙ୍କ ତରଫରୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ: ତିନି ୟୁରୋପୀୟ ଦେଶ ଗସ୍ତର ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମେ ଜର୍ମାନୀର ରାଜଧାନୀ ବର୍ଲିନରେ ପହଞ୍ଚିଛନ୍ତି। ମୋଦୀ ତାଙ୍କ ଆଗମନରେ ପ୍ରବାସୀ ଭାରତୀୟ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଏକ ସ୍ବାଗତ ଗୀତ ଗାଇଥିବା ଛୋଟ ବାଳିକାକୁ ଭେଟି ମୋଦୀ ପ୍ରଶଂସା କରିଥିଲେ। ସେହିପରି ମୋଦୀଙ୍କ ଫଟୋ ଆଙ୍କିଥିବା ଏକ ଛୋଟ ଝିଅକୁ ମଧ୍ୟ ଭେଟିଥିଲେ। ପରେ ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସମ୍ପ୍ରଦାୟ ସହ ଯୋଡି ହେବା ଅତ୍ୟନ୍ତ ଚମତ୍କାର ଏବଂ ଭାରତ ଏହାର ସଫଳତା ପାଇଁ ଗର୍ବିତ।

ପ୍ରଧାନମନ୍ତ୍ରୀ ଆଜି ଜର୍ମାନ ଚାନସେଲର ଓଲାଫ ସ୍କୋଲଜଙ୍କ ସହ ଆଲୋଚନା କରିବେ। ସେ ବର୍ଲିନର ଶିଳ୍ପପତିଙ୍କ ସହ ଆଲୋଚନା କରିବେ ଏହାପରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଏହି ଗସ୍ତ ଭାରତ ଏବଂ ଜର୍ମାନୀ ମଧ୍ୟରେ ବନ୍ଧୁତାକୁ ବଢାଇବ ବୋଲି ଶ୍ରୀ ମୋଦୀ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ ଭାରତ-ଜର୍ମାନୀ ଆନ୍ତଃ ସରକାରୀ ପରାମର୍ଶ- IGC ର ଷଷ୍ଠ ସଂସ୍କରଣର ଆଲୋଚନାର ଅଧ୍ୟକ୍ଷତା କରିବେ।

ଦ୍ୱି ବର୍ଷୀୟ ଆଇଜିସି ହେଉଛି ଏକ ନିଆରା ଆଲୋଚନା ଯାହା ଉଭୟ ଦେଶରୁ ଅନେକ ମନ୍ତ୍ରୀଙ୍କ ଅଂଶଗ୍ରହଣ କରିବେ। ଚାନସେଲର ସ୍କୋଲଜଙ୍କ ସହ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଆଇଜିସି ହେବ। ଗତ ବର୍ଷ ଡିସେମ୍ବରରେ କାର୍ଯ୍ୟଭାର ଗ୍ରହଣ କରିଥିବା ନୂତନ ଜର୍ମାନ ସରକାରଙ୍କ ଏହା ମଧ୍ୟ ପ୍ରଥମ ବୈଠକ ହେବ।

ଜର୍ମାନୀ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କ ନିମନ୍ତ୍ରଣ କ୍ରମେ ଏକ ସରକାରୀ ଗସ୍ତରେ କପନହେଗନ ଅଭିମୁଖେ ଯାତ୍ରା କରିବେ। ଏହା ହେଉଛି ଡେନମାର୍କକୁ ତାଙ୍କର ପ୍ରଥମ ଗସ୍ତ ଏବଂ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ତୃତୀୟ ଶିଖର ସମ୍ମିଳନୀ।

ଏହି ଆଲୋଚନାରେ ଦ୍ବୀପାକ୍ଷିକ ପ୍ରସଙ୍ଗ ତଥା ବିଶ୍ବ ସ୍ତରୀୟ ତଥା ଆଞ୍ଚଳିକ ସ୍ୱାର୍ଥ ଉପରେ ଧ୍ୟାନ ଦେଇ ଆଲୋଚନା ହେବ। ଶ୍ରୀ ମୋଦୀ ମଧ୍ୟ ଏକ ଭାରତ-ଡେନମାର୍କ ବାଣିଜ୍ୟ ଫୋରମରେ ଯୋଗଦେବେ ଏବଂ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିବେ।

ମେ 4 ତାରିଖରେ ଡେନମାର୍କ, ଆଇସଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ସ୍ୱିଡେନ ଏବଂ ନରୱେର ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀ ୨ୟ ଭାରତ-ନୋର୍ଡିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ।

ଗସ୍ତ ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ପ୍ୟାରିସରେ ଅଳ୍ପ ସମୟ ଅଟକି ରହି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ଭେଟିବେ। ଫ୍ରାନ୍ସ ଗସ୍ତରେ ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନ ପରେ ଦୁଇ ଦେଶ ମଧ୍ୟରେ ଉଚ୍ଚ ସ୍ତରୀୟ ଯୋଗଦାନକୁ ଆଗକୁ ବଢାଇବାକୁ ଏକ ସୁଯୋଗ ପ୍ରଦାନ କରିବ।

ବର୍ଲିନରେ ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ବିଶ୍ୱକପ୍ ର ସୁପର ୮ ପର୍ଯ୍ୟାୟ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ରେ ବର୍ଷା ସମ୍ଭାବନା

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.