Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ତିନି ୟୁରୋପୀୟ ଗସ୍ତରେ ପ୍ରଧାନମନ୍ତ୍ରୀ, ବର୍ଲିନରେ ପ୍ରବାସୀ ଭାରତୀୟଙ୍କ ତରଫରୁ ଭବ୍ୟ ସ୍ବାଗତ
ଅନ୍ତରାଷ୍ଟ୍ରୀୟ

ତିନି ୟୁରୋପୀୟ ଗସ୍ତରେ ପ୍ରଧାନମନ୍ତ୍ରୀ, ବର୍ଲିନରେ ପ୍ରବାସୀ ଭାରତୀୟଙ୍କ ତରଫରୁ ଭବ୍ୟ ସ୍ବାଗତ

May 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତିନି ୟୁରୋପୀୟ ଗସ୍ତରେ ପ୍ରଧାନମନ୍ତ୍ରୀ, ବର୍ଲିନରେ ପ୍ରବାସୀ ଭାରତୀୟଙ୍କ ତରଫରୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ: ତିନି ୟୁରୋପୀୟ ଦେଶ ଗସ୍ତର ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମେ ଜର୍ମାନୀର ରାଜଧାନୀ ବର୍ଲିନରେ ପହଞ୍ଚିଛନ୍ତି। ମୋଦୀ ତାଙ୍କ ଆଗମନରେ ପ୍ରବାସୀ ଭାରତୀୟ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଏକ ସ୍ବାଗତ ଗୀତ ଗାଇଥିବା ଛୋଟ ବାଳିକାକୁ ଭେଟି ମୋଦୀ ପ୍ରଶଂସା କରିଥିଲେ। ସେହିପରି ମୋଦୀଙ୍କ ଫଟୋ ଆଙ୍କିଥିବା ଏକ ଛୋଟ ଝିଅକୁ ମଧ୍ୟ ଭେଟିଥିଲେ। ପରେ ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସମ୍ପ୍ରଦାୟ ସହ ଯୋଡି ହେବା ଅତ୍ୟନ୍ତ ଚମତ୍କାର ଏବଂ ଭାରତ ଏହାର ସଫଳତା ପାଇଁ ଗର୍ବିତ।

ପ୍ରଧାନମନ୍ତ୍ରୀ ଆଜି ଜର୍ମାନ ଚାନସେଲର ଓଲାଫ ସ୍କୋଲଜଙ୍କ ସହ ଆଲୋଚନା କରିବେ। ସେ ବର୍ଲିନର ଶିଳ୍ପପତିଙ୍କ ସହ ଆଲୋଚନା କରିବେ ଏହାପରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଏହି ଗସ୍ତ ଭାରତ ଏବଂ ଜର୍ମାନୀ ମଧ୍ୟରେ ବନ୍ଧୁତାକୁ ବଢାଇବ ବୋଲି ଶ୍ରୀ ମୋଦୀ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ ଭାରତ-ଜର୍ମାନୀ ଆନ୍ତଃ ସରକାରୀ ପରାମର୍ଶ- IGC ର ଷଷ୍ଠ ସଂସ୍କରଣର ଆଲୋଚନାର ଅଧ୍ୟକ୍ଷତା କରିବେ।

ଦ୍ୱି ବର୍ଷୀୟ ଆଇଜିସି ହେଉଛି ଏକ ନିଆରା ଆଲୋଚନା ଯାହା ଉଭୟ ଦେଶରୁ ଅନେକ ମନ୍ତ୍ରୀଙ୍କ ଅଂଶଗ୍ରହଣ କରିବେ। ଚାନସେଲର ସ୍କୋଲଜଙ୍କ ସହ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଆଇଜିସି ହେବ। ଗତ ବର୍ଷ ଡିସେମ୍ବରରେ କାର୍ଯ୍ୟଭାର ଗ୍ରହଣ କରିଥିବା ନୂତନ ଜର୍ମାନ ସରକାରଙ୍କ ଏହା ମଧ୍ୟ ପ୍ରଥମ ବୈଠକ ହେବ।

ଜର୍ମାନୀ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କ ନିମନ୍ତ୍ରଣ କ୍ରମେ ଏକ ସରକାରୀ ଗସ୍ତରେ କପନହେଗନ ଅଭିମୁଖେ ଯାତ୍ରା କରିବେ। ଏହା ହେଉଛି ଡେନମାର୍କକୁ ତାଙ୍କର ପ୍ରଥମ ଗସ୍ତ ଏବଂ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ତୃତୀୟ ଶିଖର ସମ୍ମିଳନୀ।

ଏହି ଆଲୋଚନାରେ ଦ୍ବୀପାକ୍ଷିକ ପ୍ରସଙ୍ଗ ତଥା ବିଶ୍ବ ସ୍ତରୀୟ ତଥା ଆଞ୍ଚଳିକ ସ୍ୱାର୍ଥ ଉପରେ ଧ୍ୟାନ ଦେଇ ଆଲୋଚନା ହେବ। ଶ୍ରୀ ମୋଦୀ ମଧ୍ୟ ଏକ ଭାରତ-ଡେନମାର୍କ ବାଣିଜ୍ୟ ଫୋରମରେ ଯୋଗଦେବେ ଏବଂ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିବେ।

ମେ 4 ତାରିଖରେ ଡେନମାର୍କ, ଆଇସଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ସ୍ୱିଡେନ ଏବଂ ନରୱେର ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀ ୨ୟ ଭାରତ-ନୋର୍ଡିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ।

ଗସ୍ତ ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ପ୍ୟାରିସରେ ଅଳ୍ପ ସମୟ ଅଟକି ରହି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ଭେଟିବେ। ଫ୍ରାନ୍ସ ଗସ୍ତରେ ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନ ପରେ ଦୁଇ ଦେଶ ମଧ୍ୟରେ ଉଚ୍ଚ ସ୍ତରୀୟ ଯୋଗଦାନକୁ ଆଗକୁ ବଢାଇବାକୁ ଏକ ସୁଯୋଗ ପ୍ରଦାନ କରିବ।

PM in Berlin ବର୍ଲିନରେ ପ୍ରଧାନମନ୍ତ୍ରୀ ବର୍ଲିନରେ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025
Latest News

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025

ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025

ସୁଭଦ୍ରା ଭଉଣୀମାନଙ୍କ ସହ ବାର୍ତ୍ତାଳାପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.