Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ଗୁଡିକରେ ଅଣସଂରକ୍ଷିତ ଯାତ୍ରାର ପୁନଃ ପ୍ରଚଳନ ଆରମ୍ଭ
ବିଶେଷ ଖବର

ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ଗୁଡିକରେ ଅଣସଂରକ୍ଷିତ ଯାତ୍ରାର ପୁନଃ ପ୍ରଚଳନ ଆରମ୍ଭ

May 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ଗୁଡିକରେ ଅଣସଂରକ୍ଷିତ ଯାତ୍ରାର ପୁନଃ ପ୍ରଚଳନ ଆରମ୍ଭ

ଭୁବନେଶ୍ବର: ପୂର୍ବତଟ ରେଳପଥରୁ ଉତ୍ପନ ହେଉଥିବା 93 ଟି ଟ୍ରେନ ରେ ଅଣ ସଂରକ୍ଷିତ ଦ୍ଵିତୀୟ ଶ୍ରେଣୀ ଯାତ୍ରା ଉପଲବ୍ଧ। ମଇ ମାସ ପହିଲା ଠାରୁ ଅଗଷ୍ଟ ଦ୍ଵିତୀୟ ସପ୍ତାହ ମଧ୍ୟରେ ପର୍ଯ୍ୟାୟକ୍ରମେ ସମସ୍ତ ଟ୍ରେନ ମାନଙ୍କରେ ଅଣ ସଂରକ୍ଷିତ ଦ୍ଵିତୀୟ ଶ୍ରେଣୀ ଯାତ୍ରା ଉପଲବ୍ଧ ହେବ। ଏହି ଟ୍ରେନ ମାନଙ୍କରେ ଅଣ ସଂରକ୍ଷିତ ଟିକେଟିଙ୍ଗ ସିଷ୍ଟମ୍ (UTS) ପ୍ରଣାଳୀ ଟିକେଟ୍ ଦିଆଯିବ।

COVID-19 ମହାମାରୀ ସମୟରେ, ଭାରତୀୟ ରେଳବାଇ ସମସ୍ତ ଟ୍ରେନରେ ଅଣ ସଂରକ୍ଷିତ ଯାତ୍ରା ସୁବିଧା ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଏହାକୁ ସଂରକ୍ଷିତ କୋଚ୍ କରାଯାଇଥିଲା।

Covid19 ପରିସ୍ଥିତିକୁ ନଜର ଦେଇ ଏବଂ ସ୍ଥିତିର ସ୍ବାଭାବିକତାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଶ୍ରେଣୀରେ ବସିକି ଯାତ୍ରା କରିବା ସେବା ପ୍ରଯୁଜ୍ୟତା ଅନୁଯାୟୀ ଅଣ ସଂରକ୍ଷିତ ଏବଂ ସଂରକ୍ଷିତ ରଖିବା ପାଇଁ ସ୍ଥିର କରାଯାଇଛି।

ପରିସ୍ଥିତିର ଆହୁରି ଉନ୍ନତିକୁ ଦୃଷ୍ଟିରେ ରଖି ସମସ୍ତ ମେଲ ଏବଂ ଏକ୍ସପ୍ରେସ ଟ୍ରେନରେ ପ୍ରଯୁଜ୍ୟତା ଅନୁଯାୟୀ ଅଣ ସଂରକ୍ଷିତ ଟିକେଟିଙ୍ଗ ସିଷ୍ଟମ (UTS) ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦ୍ୱାରା ଦ୍ଵିତୀୟ ଶ୍ରେଣୀ ସିଟିଂ କୋଚରେ 93 ଟି ମେଲ ଏବଂ  ଏକ୍ସପ୍ରେସ ଟ୍ରେନ ମାନଙ୍କରେ ପ୍ରଯୁଜ୍ୟତା ଅନୁଯାୟୀ ଅଣ-ସଂରକ୍ଷିତ ଯାତ୍ରା ସୁବିଧା ପୁନ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛି।

1 ମଇ 2022 ଠାରୁ ଏହି ସେବା ପର୍ଯ୍ୟାୟ କ୍ରମେ ଆରମ୍ଭ କରାଯାଇ ଅଗଷ୍ଟ ପହିଲା ମଧ୍ୟରେ ସମସ୍ତ ଟ୍ରେନ ରେ ଏହି ସେବା ଉପଲବ୍ଧ କରାଯିବ। 93 ଟି ମେଲ୍  ଏବଂ ଏକ୍ସପ୍ରେସ୍ ଟ୍ରେନ୍ ମଧ୍ୟରୁ 17 ଟି ଟ୍ରେନ୍ ଇଣ୍ଟର ସିଟି ପରି ଟ୍ରେନ୍ ମାନଙ୍କରେ ଯେଉଁଠାରେ ଦ୍ୱିତୀୟ ଶ୍ରେଣୀ ଯାତ୍ରା ଅଣ ସଂରକ୍ଷିତ ଏବଂ ସଂରକ୍ଷିତ କୋଚ୍ ଭାବରେ ଚିହ୍ନିତ ହେବ। ସେହିଭଳି, ଅନ୍ୟ 76 ଦୂରଗାମୀ ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନରେ ଦ୍ୱିତୀୟ ଶ୍ରେଣୀ ସିଟିଂ ଯାତ୍ରା କୋଭିଡ୍ ପୂର୍ବ ଭଳି ପ୍ରଯୁଜ୍ୟ ହେବ।

ଟ୍ରେନ ଚଳାଚଳ ପୂର୍ବତଟରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026

ମୂର୍ତ୍ତି ବିସର୍ଜନ ବେଳେ ତାଳଦଣ୍ଡା କେନାଲରେ ଯୁବକ ନିଖୋଜ

September 21, 2026

ସୋର ଷ୍ଟେସନରେ ମାଲବାହୀ ଟ୍ରେନର ୮ ବଗିରେ ଭୟାବହ ଅଗ୍ନିକାଣ୍ଡ

September 21, 2026

ଗଞ୍ଜାମ-ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ଅତିକ୍ରମ କରିପାରେ ଅବପାତ: ୨୨ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

September 21, 2026
Latest News

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026

LPG Gas Cylinder New Rules 2026: ଅକ୍ଟୋବର ୧ରୁ ଗ୍ୟାସ୍ ନିୟମ ବଦଳିବ?

September 21, 2026

ମୂର୍ତ୍ତି ବିସର୍ଜନ ବେଳେ ତାଳଦଣ୍ଡା କେନାଲରେ ଯୁବକ ନିଖୋଜ

September 21, 2026

ସୋର ଷ୍ଟେସନରେ ମାଲବାହୀ ଟ୍ରେନର ୮ ବଗିରେ ଭୟାବହ ଅଗ୍ନିକାଣ୍ଡ

September 21, 2026

୩ ଦିନ ବ୍ୟାଙ୍କ ଧର୍ମଘଟ! ଟଙ୍କା ଉଠାଇବାଠାରୁ ବ୍ୟାଙ୍କ କାମ ପର୍ଯ୍ୟନ୍ତ, ଜାଣନ୍ତୁ କ’ଣ କରିବେ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.