Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅକ୍ଷୟ ତୃତୀୟାରେ ହଳ ବୁଲାଇ ରାଜ୍ୟସ୍ତରୀୟ କୃଷକ ଦିବସକୁ ପାଳନ କଲେ କୃଷିମନ୍ତ୍ରୀ ଅରୁଣ ସାହୁ
ବିଶେଷ ଖବର

ଅକ୍ଷୟ ତୃତୀୟାରେ ହଳ ବୁଲାଇ ରାଜ୍ୟସ୍ତରୀୟ କୃଷକ ଦିବସକୁ ପାଳନ କଲେ କୃଷିମନ୍ତ୍ରୀ ଅରୁଣ ସାହୁ

May 3, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅକ୍ଷୟ ତୃତୀୟାରେ ହଳ ବୁଲାଇ ରାଜ୍ୟସ୍ତରୀୟ କୃଷକ ଦିବସକୁ ପାଳନ କଲେ କୃଷିମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର:  ଆମ ରାଜ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କୃଷି କ୍ଷେତ୍ରକୁ ଦେଇଥିବା ପ୍ରାଧାନ୍ୟ ଓ କୃଷିଭିତ୍ତିକ ଅନେକ କାର୍ଯ୍ୟକ୍ରମ ଗ୍ରହଣର ଫଳ ସ୍ୱରୂପ ଆଜି ଭୋକର ଭୂଗୋଳରୁ ବିକାଶର ଭୂଖଣ୍ଡରେ ପରିଣତ ହୋଇଛି। ୧୯୯୯ ମହାବାତ୍ୟା ସମୟରେ ଚାଉଳର ଅଭାବୀ ସ୍ଥିତିରୁ ୨୦୨୧ରେ ଆମ ରାଜ୍ୟ ଚାଉଳ ବଳକା ରାଜ୍ୟ ଭାବେ ଉଭା ହୋଇଛି।

ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ  ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ କୃଷି ଯନ୍ତ୍ରପାତି ତାଲିମ ଓ ପରୀକ୍ଷଣ କେନ୍ଦ୍ରଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ-୨୦୨୨ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପରୋକ୍ତ ଉଲ୍ଲେଖ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ସମୟ ଆସିଛି କୃଷକର ଆୟ ଦ୍ୱିଗୁଣିତ କରିବା ନିମନ୍ତେ ସମନ୍ୱିତ କୃଷିକୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି। ପାହାଡ଼ିଆ ଓ ଖାଲୁଆ ଅଞ୍ଚଳରେ ଶସ୍ୟ ବିବିଧିକରଣ ଉପାୟରେ ଚାଷୀ ଅଧିକ ଲାଭବାନ ହେବେ ବୋଲି ମନ୍ତ୍ରୀ କହିଛନ୍ତି। ମାଣ୍ଡିଆ ଗରିବ ଲୋକର ଖାଦ୍ୟରୁ ସ୍ୱାସ୍ଥ୍ୟକର ଖାଦ୍ୟରେ ପରିଣତ ହୋଇଛି, ଯାହାକୁ ରାଜ୍ୟ ସରକାର ମିଶନ ମୋଡ଼ରେ ପ୍ରୋତ୍ସାହିତ କରୁଛନ୍ତି । ଆମେ ଆଜି ମାଛ, କ୍ଷୀର, ମାଂସ, ଅଣ୍ଡା ଆଦି ଉତ୍ପାଦନରେ ସ୍ୱାବଲମ୍ବୀ ହୋଇପାରିଛୁ । ବିଗତ ଦୁଇ ଦଶନ୍ଧିରେ କୃଷିକ୍ଷେତ୍ରରେ ହୋଇଥିବା ଅଗ୍ରଗତି ଆହୁରି ଅଧିକ ମାଇଲଖୁଣ୍ଟ ଛୁଇଁବ, ଓଡ଼ିଆ ଚାଷୀର ଅଦମ୍ୟ ସାହସ ଓ ପ୍ରାଧାନ୍ୟଯୁକ୍ତ ସରକାରୀ ପ୍ରୋତ୍ସାହନର ମିଳିତ ଉଦ୍ୟମରେ ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉ କି, ପବିତ୍ର ଅକ୍ଷୟ ତୃତୀୟା ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ରୂପେ ପାଳିତ ହୋଇଥାଏ। ଏହି ଦିବସକୁ ରାଜ୍ୟସ୍ତରୀୟ କୃଷକ ଦିବସ ଭାବେ ପାଳନ ଅବସରରେ ମନ୍ତ୍ରୀ ଡ. ସାହୁ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ଭୂମିପୂଜା ଓ ଅକ୍ଷିମୁଠି ଅନୁକୂଳ କରିଥିଲେ। ଏହି ଅବସରରେ ଏକ କୃଷିମେଳାର ଆୟୋଜନ କରାଯାଇଥିଲା। ମେଳାକୁ ଉଦ୍‌ଘାଟନ କରି ମନ୍ତ୍ରୀ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ। ଏହି ମେଳାରେ ବିଭିନ୍ନ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ସହିତ କ୍ଷୁଦ୍ର ଓ ଲଘୁ ଶସ୍ୟ ମିଶନ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଣ୍ଡିଆରେ ପ୍ରସ୍ତୁତ ପକୋଡ଼ି ଓ ସୁଆଁ ଖିରୀ କୃଷକଙ୍କୁ ଦିଆଯାଇଥିଲା। ମାଣ୍ଡିଆ ଓ ଅନ୍ୟାନ୍ୟ କ୍ଷୁଦ୍ର ଶସ୍ୟରେ ପ୍ରସ୍ତୁତ ବିସ୍କୁଟ ଓ ଲଡ଼ୁ ପ୍ରଦର୍ଶିତ ହୋଇଥିଲା।

କୃଷି ଉତ୍ପାଦନ କମିଶନର ତଥା ଉତ୍ସବର ମୁଖ୍ୟବକ୍ତା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା କୃଷକଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କୃଷି ଉନ୍ନୟନମୂଳକ ଯୋଜନାଗୁଡ଼ିକରେ କୃଷକର ଭାଗୀଦାରି ଓ ସହଯୋଗ ଦ୍ୱାରା ହିଁ ସମ୍ଭବ ହୋଇପାରିବ ଓ କୃଷି କ୍ଷେତ୍ରକୁ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଉପଯୋଗ, ବୈଷୟିକ ଜ୍ଞାନକୌଶଳର ବହୁଳ ବ୍ୟବହାର, ମୋବାଇଲ୍‌ ଆପ୍‌ ଦ୍ୱାରା କୃଷକ ସଚେତନତା ଆଦି ମାଧ୍ୟମରେ ସୁଦୃଢ଼ କରିବା ସହିତ କୃଷକର ଆୟ ଦ୍ୱିଗୁଣିତପୂର୍ବକ କୃଷକର ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିପାରିବା ବିଷୟରେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା କୃଷି କ୍ଷେତ୍ରରେ ବହୁବିଧ ଉନ୍ନତିର ପ୍ରତିଛବି କୃଷକଙ୍କ ସମ୍ମୁଖରେ ବର୍ଣ୍ଣନା କରିଥିଲେ । ସେ ଚଳିତ ବର୍ଷ ଉତ୍ତମ ମୌସୁମୀ ଓ ସଫଳ ଖରିଫ ଋତୁ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ. ଏମ୍‌. ମୁଥୁକୁମାର ସ୍ୱାଗତ ଭାଷଣ ମାଧ୍ୟମରେ କୃଷକମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଓ କୃଷି ବିଭାଗର ବିଭିନ୍ନ ମୋବାଇଲ୍‌ ଆପ୍‌ର ଲାଭ ଉଠାଇବା ନିମନ୍ତେ ପରାମର୍ଶ ଦେଇଥିଲେ ।
ଶେଷରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।

ଅକ୍ଷୟ ତୃତୀୟା କୃଷିମନ୍ତ୍ରୀ ଅରୁଣ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.