Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଦ୍ୟୁତ ସଙ୍କଟ ଦୂର ପାଇଁ କୋଇଲା ଆମଦାନୀ କରିବାକୁ ରାଜ୍ୟଗୁଡିକୁ କେନ୍ଦ୍ରର ପରାମର୍ଶ
ଜାତୀୟ ଖବର

ବିଦ୍ୟୁତ ସଙ୍କଟ ଦୂର ପାଇଁ କୋଇଲା ଆମଦାନୀ କରିବାକୁ ରାଜ୍ୟଗୁଡିକୁ କେନ୍ଦ୍ରର ପରାମର୍ଶ

May 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ:  କେନ୍ଦ୍ର ଶକ୍ତି ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ଆର କେ ସିଂ ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲା ଆମଦାନୀର ସ୍ଥିତି ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରମାନଙ୍କ ପ୍ରତିନିଧିମାନଙ୍କ ସହିତ ଏହି ସ୍ଥିତି ସମୀକ୍ଷା କରାଯାଇଥିଲା। ଏହି ବୈଠକରେ କେନ୍ଦ୍ର ଶକ୍ତି ସଚିବ ଶ୍ରୀ ଆଲୋକ କୁମାରଙ୍କ ସମେତ ରାଜ୍ୟ ସରକାର ଏବଂ ବିଦ୍ୟୁତ ଉତ୍ପାଦନ କମ୍ପାନୀମାନଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବର୍ଦ୍ଧିତ କୋଇଲା ଚାହିଦା କାରଣରୁ ଘରୋଇ କୋଇଲା ଯୋଗାଣ କ୍ଷେତ୍ରରେ ଦେଖାଦେଇଥିବା ବାଧା ଦୂର କରିବା ନିମନ୍ତେ କୋଇଲା ଆମଦାନୀ କରିବା ଲାଗି କେନ୍ଦ୍ର ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ତାପଜ ବିଦ୍ୟୁତ କେନ୍ଦ୍ରରେ ମିଶ୍ରଣ ପାଇଁ ଆବଶ୍ୟକ କୋଇଲା ଆମଦାନୀ କରିବା ନିମନ୍ତେ ସେ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଥିଲେ । ମିଶ୍ରଣ ଉଦ୍ଦେଶ୍ୟରେ କୋଇଲା ଆମଦାନୀ କରିବା ଲାଗି ଅର୍ଡର ଦେବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା, ଯାହା ଫଳରେ ୨୦୨୨ ମେ ମାସ ଠାରୁ ହିଁ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକରେ କୋଇଲା ପହଞ୍ଚି ପାରିବ।

କୋଇଲା କମ୍ପାନୀମାନଙ୍କ ଠାରୁ ମିଳିଥିବା କୋଇଲାର ଅନୁପାତ ଆଧାରରେ ସବୁ ବିଦ୍ୟୁତ ଉତ୍ପାଦନ କମ୍ପାନୀମାନଙ୍କୁ ଘରୋଇ କୋଇଲା ଯୋଗାଇ ଦିଆଯିବ। ରାଜ୍ୟମାନଙ୍କୁ ପରାମର୍ଶ ଦେଇ କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, କ୍ୟାପ୍ଟିଭ୍ କୋଇଲା ଖଣି ଗୁଡ଼ିକରୁ ଅଧିକ କୋଇଲା ଉତ୍ପାଦନ କରିବାର ଆବଶ୍ୟକତା ରହିଛି ଯାହାଫଳରେ ଲିଙ୍କେଜ୍ କୋଇଲା ଉପରେ ପଡ଼ୁଥିବା ଚାପକୁ ହ୍ରାସ କରାଯାଇ ପାରିବ।

ବିଦ୍ୟୁତ ପ୍ଲାଣ୍ଟରେ ଦେଖା ଦେଇଥିବା କୋଇଲା ଅଭାବ ଦୂର କରିବା ଲାଗି ରେଳ ସହ ସଡ଼କ ମାର୍ଗ (ଆରସିଆର)କୁ ଉପଯୋଗ କରାଯାଇ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ କୋଇଲା ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ ଯେଉଁ ରାଜ୍ୟମାନେ ଆରସିଆର କୋଇଲା ଉଠାଇବେ ନାହିଁ ସେମାନଙ୍କ ଠାରୁ ଆବଣ୍ଟନ ପ୍ରତ୍ୟାହାର କରି ନିଆଯିବ ଏବଂ ଅନ୍ୟ ରାଜ୍ୟକୁ ସେହି କୋଇଲା ଯୋଗାଇ ଦିଆଯିବ। ସେମାନଙ୍କ ରାଜ୍ୟରେ କୌଣସି ପ୍ରକାର କୋଇଲା ଅଭାବ ଏବଂ ତଦ୍ଜନିତ ବିଦ୍ୟୁତ ସଙ୍କଟ ପାଇଁ ସମ୍ପୃକ୍ତ ରାଜ୍ୟ ସମ୍ପୂର୍ଣ୍ଣ ଭାବେ ଉତ୍ତରଦାୟୀ ରହିବେ ।

ସିଇଏ ବୈଠକରେ ପ୍ରାପ୍ତ ତଥ୍ୟ ଅନୁଯାୟୀ, କୋଇଲା ଆମଦାନୀ ପାଇଁ ତାମିଲନାଡ଼ୁ ଓ ମହାରାଷ୍ଟ୍ର ପକ୍ଷରୁ ଅର୍ଡର ଦିଆଯାଇ ସାରିଛି । ପଞ୍ଜାବ ଓ ଗୁଜରାଟ ଟେଣ୍ଡର ଚୂଡ଼ାନ୍ତ କରିବାର ଅନ୍ତିମ ପର‌୍ୟ୍ୟାୟରେ ଅଛନ୍ତି । ବିଦ୍ୟୁତ ପ୍ଲାଣ୍ଟରେ କୋଇଲା ମିଶ୍ରଣ ପାଇଁ ଆବଶ୍ୟକ କୋଇଲା ଆମଦାନୀ କରିବା ଲାଗି ଅନ୍ୟ ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ।

ରାଜସ୍ଥାନ, ମଧ୍ୟପ୍ରଦେଶ ଆଦି ରାଜ୍ୟ ଟେଣ୍ଡର ଜାରି କରିବା ପ୍ରକ୍ରିୟାରେ ରହିଛନ୍ତି । ହରିୟାଣା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଝାଡ଼ଖଣ୍ଡ କୌଣସି ପ୍ରକାର ଟେଣ୍ଡର ଜାରି କରିନାହାନ୍ତି କିମ୍ବା କୋଇଲା ଆମଦାନୀ କରିବା ଲାଗି କୌଣସି ଜରୁରି ପଦକ୍ଷେପ ନେଇନାହାନ୍ତି । ସେମାନଙ୍କ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ କୋଇଲା ଯୋଗାଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଏସବୁ ରାଜ୍ୟଙ୍କୁ ପରାମର୍ଶ ଦିଆଯାଇଥିଲା ।

ବୈଠକରେ ଆରସିଆର ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା ଏବଂ ଏଥିରୁ ଜଣାପଡ଼ିଥିଲା ଯେ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ହରିୟାଣା ଏବଂ ଉତ୍ତର ପ୍ରଦେଶ ଆବଣ୍ଟିତ କୋଇଲା ଉଠାଇବା ପାଇଁ ସନ୍ତୋଷଜନକ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହି କୋଇଲା ଯଥାଶୀଘ୍ର ଉଠାଇବାକୁ ଏସବୁ ରାଜ୍ୟଙ୍କୁ ପରାମର୍ଶ ଦିଆଯାଇଥିଲା । ଏଥିରେ ବିଫଳ ହେଲେ ଆରସିଆର କୋଇଲା ଆବଶ୍ୟକ କରୁଥିବା ଅନ୍ୟ ବିଦ୍ୟୁତ କମ୍ପାନୀମାନଙ୍କୁ ଏସବୁ କୋଇଲା ଆବଣ୍ଟନ କରାଯିବ।

ଆର କେ ସିଂ କୋଇଲା ଯୋଗାଣ
Share. Facebook Twitter LinkedIn Email WhatsApp Copy Link

Related Posts

ଗୀତା ପ୍ରେସ୍ ପ୍ରକାଶିତ ‘କଲ୍ୟାଣ’ ପତ୍ରିକାର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ରାଶିଫଳ: ଆଜି ଜାନୁୟାରୀ ୨୨ ତାରିଖ ଗୁରୁବାର ଦିନ ଆଠଟି ରାଶିର ଆର୍ଥିକ ସ୍ଥିତି ବେଶ ଉଜ୍ଜଳ

January 22, 2026

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026
Latest News

C. K. Nayudu Trophy: ସମ୍ବଲପୁରରେ ଖେଳାଯିବ ଓଡିଶା ଓ ହରିୟାଣା ମ୍ୟାଚ

January 22, 2026

ଚାପଯୁକ୍ତ ପାଇପ୍ ଆଧାରିତ ଜଳସେଚନ ପ୍ରକ୍ରିୟା ଆପଣାଇବା ପାଇଁ ଗୋଷ୍ଠୀ ସଚେତନତା

January 22, 2026

କଟକର ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

January 22, 2026

ଗୀତା ପ୍ରେସ୍ ପ୍ରକାଶିତ ‘କଲ୍ୟାଣ’ ପତ୍ରିକାର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ଅନୁସୂଚିତ ଜନଜାତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ନାଲକୋର ପ୍ରୋଜେକ୍ଟ ଇନ୍ଦ୍ରଧନୁଷ

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.