
ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଅବପାତ ବର୍ତ୍ତମାନ ଗଭୀର-ଅବପାତ ରେ ପରିଣତ ହୋଇଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା କାଲି ସକାଳ ସୁଦ୍ଧା ଏହି ଗଭୀର ଅବପାତ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ କହିଛି।
ତେବେ ଏହି ବାତ୍ୟା ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ବିଭାଗ ସତର୍କ କରାଇଛି। ବର୍ତମାନ ଏହା ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି। ପୁରୀ ଠାରୁ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ୧୧୮୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି ବୋଲି ଜଣାପଡିଛି।